Posted inଜାତୀୟ

ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୦ ।୬: କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ନାମନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ସୁବୋଧ କାନ୍ତ ସହାୟ ଅଗ୍ନିପଥ ସ୍କିମକୁ ବିରୋଧ କରାଯାଉଥିବା ଘଟଣାକୁ ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ହିଟଲରଙ୍କ ଭଳି ଶାସନ କରୁଛନ୍ତି, ହିଟଲରଙ୍କ ଭଳି ତାଙ୍କର ମୃତ୍ୟୁ ହେବ । ହିଟଲର ବି ଏମିତି ଏକ ସଂସ୍ଥା କରିଥିଲେ ଯାହାର ନାମ ଥିଲା ଖାକି, ସେନାଙ୍କ ମଧ୍ୟରେ ସେ ଏହି ସଂସ୍ଥା କରିଥିଲେ । ମୋଦି ହିଟଲରଙ୍କ ରାସ୍ତାରେ ଚାଲୁଛନ୍ତି, ହିଟଲରଙ୍କ ଭଳି ମରିବେ, ଏହା ମନେରଖନ୍ତୁ ମୋଦି ।

କଂଗ୍ରେସ ନେତା ଆହୁର ମଧ୍ୟ କହିଛନ୍ତି ମୋଦି ଆମର ୨-୨, ୩-୩ଟି ନିର୍ବାଚିତ ସରକାରକୁ ଭାଙ୍ଗି ଦେଇଛନ୍ତି । ମୋଦି ମଦାରି ଭାବେ ଆସି ଆଜି ଏକଛତ୍ରବାଦୀ ଶାସକ ହୋଇଯାଇଛନ୍ତି । ସେ ହିଟଲରଙ୍କ ସବୁ ଇତିହାସକୁ ପାର କରି ସାରିଲେଣି । ସୁବୋଧ କାନ୍ତ ସହାୟଙ୍କ ଟିପ୍ପଣିକୁ ନେଇ ବିବାଦ ଉଠିବା ପରେ ସେ ତୁରନ୍ତ ଏହାକୁ ନେଇ ସଫେଇ ବି ଦେଇ ସାରିଲେଣି । ଅନ୍ୟପଟେ କଂଗ୍ରେସ ଏହାକୁ ଦଳଠାରୁ ଅଲଗା କରିଦେଇଥିବା କହିଛି । କିନ୍ତୁ କଂଗ୍ରେସ ପାର୍ଟି ମୋଦି ସରକାରଙ୍କ ଏକଛତ୍ରବାଦୀ ବିଚାରଧାରା ଓ ଜନବିରୋଧି ନୀତି ବିରୋଧରେ ସ୍ୱର ଉଠାଇବ । ହେଲେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଅପମର୍ଯ୍ୟାଦାଜନକ ଟିପ୍ପଣି ସହ ସହମତି ପ୍ରକାଶ କରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

IPL ୨୦୨୭ ପୂର୍ବରୁ CSKରେ ଲାଗିଲା ଜୋରଦାର ଝଟ୍‌କା: ୧୫ ବର୍ଷ ପରେ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍‌ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଏହି ଫ୍ରାଞ୍ଚାଇଜ ନିଜର କିମ୍ବଦନ୍ତୀ ବ୍ୟାଟିଂ କୋଚ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?