Posted inଜାତୀୟ

ବିଦ୍ୟୁତ୍‌ ସଙ୍କଟ ପାଇଁ ଭାଜପା ନୁହେଁ, ୬୦ବର୍ଷ ଶାସନକାଳ ଦାୟୀ

ନୂଆଦିଲ୍ଲୀ,୩୦।୪: କଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଶନିବାର ଦେଶବ୍ୟାପି କୋଇଲା ସଙ୍କଟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ପ୍ରଚୁର ମାତ୍ରାରେ କୋଇଲା ମହଜୁଦ ରହିଛି, ବୃହତ ରେଳ ନେଟଓ୍ବାର୍କ ଓ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ବି ରହିଛି। ତଥାପି ବିଦ୍ୟୁତ୍‌ ଅଭାବ ଜାରି ରହିଛି ବୋଲି ଚିଦାମ୍ବରମ ଟୁଇଟ କରି କହିଛନ୍ତି। ଏଥିସହ ସେ ଲେଖିଛନ୍ତି, ଏଥିପାଇଁ ମୋଦି ସରକାରଙ୍କୁ ଦୋଷ ଦିଆଯାଇପାରିବ ନାହିଁ, ଏହା କେବଳ କଂଗ୍ରେସର ୬୦ବର୍ଷର ଶାସନକାଳ ଦାୟୀ ବୋଲି ଚିଦାମ୍ବରମ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର କଂଗ୍ରେସ ନେତା ପି. ଚିଦାମ୍ବରମ ଟୁଇଟ କରି ଲେଖିଛନ୍ତି, କୋଇଲା, ରେଲଓ୍ବେ କିମ୍ବା ଶକ୍ତି ମନ୍ତ୍ରଣାଳୟରେ କୌଣସି ଅଭାବ ନାହିଁ। ଦୋଷ ତ ଏହି ବିଭାଗର ମନ୍ତ୍ରୀ ଥିବା କଂଗ୍ରେସ ନେତାମାନଙ୍କର ରହିଛି। ଏଥିସହ ସେ ଥଟ୍ଟା କରି କହିଛନ୍ତି, ଯାତ୍ରୀବାହୀ ଟେନ୍‌ଗୁଡ଼ିକୁ ବାତିଲ କରିବା ଏବଂ କୋଇଲା ଟ୍ରେନ୍‌ର ସହଜ ଯାତ୍ରା ପାଇଁ ମୋଦି ସରକାର ସଠିକ୍‌ ସମାଧାନ ବାହାର କରିଦେଖାଇଛନ୍ତି। ଏହା କେବଳ ମୋଦି ସରକାରରେ ହିଁ ସମ୍ଭବ। ମୋଦି ଅଛନ୍ତି ତ ସବୁ ସମ୍ଭବ ବୋଲି ପି. ଚିଦାମ୍ବରମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତାଙ୍କ ଫୋନ ଛଡାଇଲେ ମନ୍ତ୍ରୀ

କୋଲକାତା,୧୩।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଆଦିବାସୀ ସମାଜର...

ଚଳନ୍ତା ଟ୍ରେନ୍‌ରେ ୪ ମାସର ଶିଶୁ ପାଇଁ କ୍ଷୀର ପହଞ୍ଚାଇଲେ ଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ,୫।୬: ଚଳନ୍ତା ଟ୍ରେନ୍‌ରେ ୪ ମାସର ଶିଶୁ ପାଇଁ କ୍ଷୀର ଆଣି ଦେଇଥିବା ଜଣେ ଆର୍‌ପିଏଫ୍‌ ଯବାନଙ୍କର ସବୁଠି ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ତାଙ୍କର...

ଉତ୍ତର ଭାରତରେ ଘନ କୁହୁଡି: ଟ୍ରେନ୍‌, ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ,୩୦।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି। ସୋମବାର ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ପାରଦ ତଳକୁ ଖସିଆସିଛି।...

ଅଭ୍ୟାସଗତ ମଦ୍ୟପ ପୋଲିସକୁ ସେୱଚ୍ଛାକୃତ ଅବସର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଗୁଆହାଟୀ,୧।୫ : ଆସାମ ସରକାର ବର୍ତ୍ତମାନ ମଦ୍ୟପ ପୋଲିସ ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ଅଭ୍ୟାସଗତ ମଦ୍ୟପ ପୋଲିସ କର୍ମଚାରୀ...

କର୍ନାଟକ ବିଧାନସଭା ନିର୍ବାଚନ: ଭାଜପା ଜାରି କଲା ଇସ୍ତାହାର: ବିପିଏଲ ପରିବାର ପାଇଁ ୫ କିଲୋଗ୍ରାମ ଚାଉଳ-ଗହମ, ଅଧ ଲିଟର ନନ୍ଦିନୀ କ୍ଷୀର…

ବେଙ୍ଗାଲୁରୁ,୧।୫ : କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ବେଙ୍ଗାଲୁରୁରେ ଥିବା ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଜେ.ପି. ନଡ୍ଡା ଏହି...

ଗାନ୍ଧୀ ପରିବାରର କାଠକଣ୍ଢେଇ ସାଜିବେ ନୂଆ କଂଗ୍ରେସ ଅଧ୍ୟକ୍ଷ…

ନୂଆଦିଲ୍ଲୀ,୧।୧୦ : ମଲ୍ଲିକାର୍ଜୁନ ଖାର୍ଗ କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଜନତା...

ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ସିରିଜ୍‌ ଦୁର୍ଘଟଣା

ମୁମ୍ବାଇ,୨୭।୪: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ଗୁରୁବାର ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌...

ଚାରଣ ଭୂମି ହରାଇଛି ଭାରତ

ନୂଆଦିଲ୍ଲୀ,୧୮।୯: ପୂର୍ବ ଲଦାଖର ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ ଅଞ୍ଚଳରୁ ଭାରତ ଓ ଚାଇନା ସୈନ୍ୟ ପ୍ରତ୍ୟାହାର ପରେ ଭାରତ ପାଟ୍ରୋଲିଂ ପଏଣ୍ଟ ୧୬ (ପିପି-୧୬)ରୁ ହଟିବା ସହ...

Advertisement
Archives

Model This Week