Posted inଜାତୀୟ

କଂଗ୍ରେସ ଡିପ୍‌ ଫ୍ରିଜ୍‌କୁ ଚାଲି ଯାଇଛି, ଟିଏମସିର କଟାକ୍ଷ…

କୋଲକାତା,୪।୧୨: ତୃଣମୂଳ କଂଗ୍ରେସ (ଟିଏମସି) ଏବଂ କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଟିଏମସି ମୁଖପତ୍ର ’ଜାଗୋ ବଙ୍ଗଳା’ କହିଛି ଯେ ଭାରତୀୟ ଜନତା ପାର୍ଟି ସହ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଶ୍ରୁତିବଦ୍ଧ। କଂଗ୍ରେସ ବିରୋଧରେ ପ୍ରଶାନ୍ତ କିଶୋରଙ୍କ ସଦ୍ୟତମ ଟୁଇଟକୁ ଦର୍ଶାଇ ଏଥିରେ ପ୍ରକାଶିତ ଏକ ଆର୍ଟିକିଲରେ କୁହାଯାଇଛି ଯେ କେବଳ ନିର୍ବାଚନ ରଣନୀତିଜ୍ଞ ନୁହଁନ୍ତି, କଂଗ୍ରେସ ନେତାମାନେ ମଧ୍ୟ ଦଳର ନେତୃତ୍ୱକୁ ସମାଲୋଚନା କରୁଛନ୍ତି।

ଏବେ ଦେଶରେ ବିରୋଧୀ ଦଳ ସ୍ଥାନରେ ସୃଷ୍ଟି ହୋଇଥିବା ଶୂନ୍ୟତା ମମତା ବାନାର୍ଜୀଙ୍କୁ ଦେଖୁଛି। ଅସନ୍ତୁଷ୍ଟ କଂଗ୍ରେସ ନେତାମାନଙ୍କୁ ନିଜ ଆଡକୁ ଆଣିଥିବା ତୃଣମୂଳ କଂଗ୍ରେସ ଶକ୍ତି ସଂଗ୍ରହ କରୁଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

କଂଗ୍ରେସ ଡିପ୍‌ ଫ୍ରିଜ୍‌କୁ ଚାଲି ଯାଇଛି ଶୀର୍ଷକ ଏହି ଆର୍ଟିକିଲ୍‌ରେ କୁହାଯାଇଛି ଯେ, ଟିଏମସି ଦୀର୍ଘ ଦିନ ଧରି କହିଆସୁଛି ଯେ କଂଗ୍ରେସ ଏକ ମୃତ ଶକ୍ତି। ବିଜେପି ସହିତ ଲଢ଼ିବା ପାଇଁ ଆଉ କଂଗ୍ରେସର ଉତ୍ସାହ ନାହିଁ। କଂଗ୍ରେସ ଦଳ ବିବାଦରେ ଏତେ ଜଡିତ ଯେ ବିରୋଧୀ ଦଳ ବିରୋଧରେ ସଂଗଠିତ କରିବାକୁ ଆଉ ସମୟ କିମ୍ବା ଶକ୍ତି ବି ନାହିଁ। ୟୁନାଇଟେଡ ପ୍ରୋଗ୍ରେସିଭ ଆଲାଏନ୍ସ (ୟୁପିଏ) ଅସ୍ଥିତ୍ୱ ଆଉ ନାହିଁ।

ଦେଶରେ ଭାଜପା ବିରୋଧରେ ଏକ ବିକଳ୍ପ ସାମ୍ମୁଖ୍ୟର ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି। ବିରୋଧୀ ଦଳ ମମତା ବାନାର୍ଜୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିବା ସ୍ବାଭାବିକ। ଶୂନ୍ୟସ୍ଥାନ ପୂରଣ କରିବାକୁ ସେମାନେ ମମତା ଆଡକୁ ଚାହିଁ ରହିଛନ୍ତି। ମମତା ବର୍ତ୍ତମାନ ଦେଶର ସବୁଠାରୁ ଲୋକପ୍ରିୟ ବିରୋଧୀ ଚେହେରା ବୋଲି ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri