Posted inଜାତୀୟ

କଂଗ୍ରେସ ୯୧ଥର ଦୁର୍ବ୍ୟବହାର କରିଛି, ଏହିି ସମୟ ସୁୁଶାସନରେ ଲଗାଇଥିଲେ ଦୟନୀୟ ସ୍ଥିତି ହୋଇନଥାନ୍ତା: ମୋଦି

ବିଦର,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କର୍ନାଟକରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ବିଦରରେ ଅନୁଷ୍ଠିତ ଏକ ସଭାକୁ ମୋଦି ସମ୍ବୋଧନ କରି କହିଛନ୍ତି ଯେ, ସାଧାରଣ ଲୋକଙ୍କ ସମସ୍ୟାରେ ସ୍ବର ଉଠାଉଥିବା, ଭ୍ରଷ୍ଟାଚାରକୁ ବିରୋଧ କରୁଥିବା ଏବଂ ସ୍ବାର୍ଥପର ରାଜନୀତିକୁ ପ୍ରହାର କରୁଥିବା ବ୍ୟକ୍ତିଙ୍କୁ କଂଗ୍ରେସ ଘୃଣା କରେ। ଏହି ନିର୍ବାଚନରେ ମଧ୍ୟ କଂଗ୍ରେସ ମୋତେ ପୁନର୍ବାର ଦୁର୍ବ୍ୟବହାର କରିବା ଆରମ୍ଭ କରିଛିି। ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଲୋକମାନେ ମୋତେ ୯୧ଥର ଦୁର୍ବ୍ୟବହାର କରିସାରିଛନ୍ତି। ଏହି ଅପବ୍ୟବହାରର ଅଭିଧାନରେ ସମୟ ନଷ୍ଟ କରିବା ପରିବର୍ତ୍ତେ ଯଦି କଂଗ୍ରେସ ସୁଶାସନରେ ପରିଶ୍ରମ କରିଥା’ନ୍ତା, ତା’ହେଲେ ଏପରି ତା’ର ଦୟନୀୟ ସ୍ଥିତି ହୋଇ ନ ଥାଆନ୍ତା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଭାଜପା କୋଟି କୋଟି ମା’ ଓ ଭଉଣୀଙ୍କ ବ୍ୟାଙ୍କରେ ଖାତା ଖୋଲିଛି। ସରକାରୀ ସହାୟତା ଯେପରି ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ବ୍ୟବସ୍ଥା ମଧ୍ୟ କରିଛି। ବିନା ଗ୍ୟାରେଣ୍ଟିରେ କିପରି ଋଣ ମିଳିପାରିବ ସେ ବ୍ୟବସ୍ଥା କରିବା ସହିତ ମାଗଣା ରାଶନ ଯୋଗାଇ ଦେଇଛି ବୋଲି ମୋଦି କହିଛନ୍ତି। ଭାଜପା ଦେଶସେବା କାର୍ଯ୍ୟ କରୁଥିବାବେଳେ କଂଗ୍ରେସ କେବଳ ସମାଜକୁ ଭାଗ ଭାଗ କରିଛି। ଜାତି, ଧର୍ମ, ମତ ଏବଂ ବିଶ୍ୱାସ ଆଧାରରେ ଦେଶକୁ ବିଭକ୍ତ କରିଛି। ଶାସନ ଆଳରେ କେବଳ ତୁଷ୍ଟୀକରଣକୁ କଂଗ୍ରେସ ପ୍ରୋତ୍ସାହନ ଦେଇଛି। ଯେ ପର୍ଯ୍ୟନ୍ତ କର୍ନାଟକରେ କଂଗ୍ରେସ ସରକାର ଥିଲା, ଗରିବଙ୍କୁ ଆବାସ ଯୋଜନାକୁ ମନ୍ଥର କରିଥିଲା। କିନ୍ତୁ ଭାଜପାର ପୁଣି ଡବଲ ଇଞ୍ଜିନ ସରକାର ଆସିଲେ କର୍ନାଟକର ଗରିବ ପରିବାରଙ୍କୁ ୯ଲକ୍ଷ ପକ୍କା ଘର ମିଳିବ। ଭାଜପା ବିଦରରେ ଗରିବଙ୍କୁ ପ୍ରାୟ ୩୦ ହଜାର ପକ୍କା ଘର ଦେଇଛି। ଅର୍ଥାତ୍‌ ଆମେ ବିଦରର ୩୦ ହଜାର ଗରିବଙ୍କୁ ଲକ୍ଷପତି କରିଛୁ ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, କଂଗ୍ରେସ କେବେ ଗରିବଙ୍କ ସମସ୍ୟାକୁ ବୁଝିପାରି ନାହିଁ। ସେମାନେ କେବେ ଦାରିଦ୍ର୍ୟ ଦେଖିନାହାନ୍ତି। ଛତିଶଗଡ଼ ଏବଂ ରାଜସ୍ଥାନର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ଏଯାଏଁ ପୂରଣ କରିନାହିଁ। ସେ ଅଞ୍ଚଳର ଆଖୁଚାଷୀ ଏବେ ଦୁର୍ଦ୍ଦିନରେ ବଞ୍ଚୁଛନ୍ତି। କିନ୍ତୁ ଭାଜପା ସେମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରୁଛି ବୋଲି ମୋଦି କହିଛନ୍ତି।
ଭାଜପା ଯେତେବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲା, ହିତାଧିକାରୀ କୃଷକମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଉଥିଲା। ସେତେବେଳେ କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ସରକାର ଥିଲା। ତେବେ ଏହି ସମୟରେ ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ କଂଗ୍ରେସ ପଠାଇ ନ ଥିଲା। ଏଥିରୁ କଂଗ୍ରେସର କୃଷକମାନଙ୍କ ପ୍ରତି ଘୃଣାକୁ ଜନସାଧାରଣ ଜାଣିପାରୁଥିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri