Posted inଜାତୀୟ

ବଡ ଦୁର୍ନୀତି ପଛରେ କଂଗ୍ରେସର ହାତ, ରାହୁଲଙ୍କୁ ରବି ଶଙ୍କରଙ୍କ କଡ଼ା ଜବାବ…

ନୂଆଦିଲ୍ଲୀ,୭।୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଭାଜପା କଡ଼ା ଜବାବ ଦେଇଛି। ମଙ୍ଗଳବାରଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି। ପ୍ରସାଦ କହିଛନ୍ତି ଯେ ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ସମସ୍ତ ବଡ ଦୁର୍ନୀତିରେ ରେ କଂଗ୍ରେସ ଏବଂ ଏହାର ନେତାମାନେ ଜଡିତ ଅଛନ୍ତି।

ରାହୁଲ ଗାନ୍ଧୀଙ୍କ ଆମ ଭାଜପା ସରକାର ବିରୋଧରେ ସଂସଦରେ ହୋଇଥିବା ଭିତ୍ତିହୀନ ଅଭିଯୋଗକୁ ଆମେ ନିନ୍ଦା କରୁଛୁ। ମୁଁ ତାଙ୍କୁ ମନେ ପକାଇ କହିବାକୁ ଚାହୁଁଛି ଯେ ସେ, ତାଙ୍କ ମା ଏବଂ ଭେଣୋଇ ଜାମିନରେ ଅଛନ୍ତି। ମୁଁ ତାଙ୍କୁ ପଚାରିବାକୁ ଚାହେଁ ନ୍ୟାଶନାଲ ହେରାଲ୍ଡ ଏବଂ ଅଗଷ୍ଟା ୱେଷ୍ଟଲାଣ୍ଡ ସ୍କାମ କ’ଣ?

ପ୍ରସାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ପରି ଜଣେ ସଚ୍ଚୋଟ ନେତାଙ୍କ ବିରୋଧରେ ଯେଉଁ ପ୍ରକାର ଲଜ୍ଜାଜନକ ଅଭିଯୋଗ ହୋଇଛି, ଏପରିସ୍ଥଳେ ରାହୁଲ ଗାନ୍ଧୀଙ୍କ ପରିବାରଙ୍କ ସମ୍ପର୍କରେ ସତ୍ୟ ଜଣାଇବାର ଆବଶ୍ୟକତା ରହିଛି। ଭଦ୍ରା ଡିୀଏଲଏଫ ସ୍କାମରେ କ’ଣ ହୋଇଥିଲା? ଡିଏଲଏଫରୁ ଆପଣଙ୍କୁ କିପରି ୬୫ କୋଟି ଋଣ ମୁକ୍ତ ଋଣ ପାଇଲେ? ଏବଂ ଜମି ମଧ୍ୟ ପାଇଲେ। ତୁମେ ଶସ୍ତା ଜମି ନେଇ ଅଧିକ ମୂଲ୍ୟରେ ବିକ୍ରି କଲ ବୋଲି ରବି ଶଙ୍କର ଅଭିଯୋଗ କରିଛନ୍ତି।

ରାହୁଲ କହିଥିଲେ ଯେ ୨୦୧୪ ରେ ଆଦାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୬୦୯ ନମ୍ବରରେ ଥିଲେ। ତେବେ କ’ଣ ମ୍ୟାଜିକ ଘଟିଲା ଜଣାନାହିଁ ିସେ ଦୁଇ ନମ୍ବରରେ ପହଞ୍ଚିଗଲେ। ଏହି ସଫଳତା କିପରି ହେଲା? ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କ’ଣ ସମ୍ପର୍କ? ମୁଁ ଆପଣଙ୍କୁ କହିବି ଯେ ଏହି ସମ୍ପର୍କ ବହୁ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଯେତେବେଳେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ଗୁଜରାଟର କ୍ଷମତା ଦଖଲରେ ସେ ମୋଦିଙ୍କୁ ସାହାଯ୍ୟ କରିଥିଲେ।୨୦୧୪ ରେ ମୋଦି ଦିଲ୍ଲୀରେ ପହଞ୍ଚିବା ପରେ ପ୍ରକୃତ ମ୍ୟାଜିକ ଆରମ୍ଭ ହୋଇଥିଲା।

ରାହୁଲ କହିଥିଲେ ଯେ କିଛି ଦିନ ପୂର୍ବରୁ ହଣ୍ଡେନବର୍ଗ ରିପୋର୍ଟ ଆସିଥିଲା ଯେଉଁଥିରେ ଲେଖାଥିଲା ଯେ ଆଦାନୀଙ୍କର ଭାରତ ବାହାରେ ଏକ ଶେଲ କମ୍ପାନୀ ଅଛି, ପ୍ରଶ୍ନ ହେଉଛି କାହାର ଏହି ଶେଲ କମ୍ପାନୀ? କାହାର ହଜାର ହଜାର କୋଟି ଟଙ୍କା ଶେଲ କମ୍ପାନୀ ଭାରତକୁ ପଠାଉଛି? ? ଆଦାନୀ ଏହି କାମ ମାଗଣାରେ କରୁଛନ୍ତି କି? ରାହୁଲ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ଆଦାନୀଙ୍କ ସହ କେତେଥର ବିଦେଶ ଯାଇଛନ୍ତି? ପୂର୍ବରୁ ପ୍ରଧାନମନ୍ତ୍ରୀ ଆଦାନୀଙ୍କ ଜାହାଜରେ ବିଦେଶ ଯାତ୍ରା କରୁଥିଲେ କିନ୍ତୁ ବର୍ତ୍ତମାନ ଆଦାନୀ ପିଏମ ମୋଦୀଙ୍କ ଜାହାଜରେ ବିଦେଶ ଯାଉଛନ୍ତି। ୨୦ ବର୍ଷ ମଧ୍ୟରେ ଆଦାନୀ ଭାଜପାକୁ କେତେ ଟଙ୍କା ଦେଇଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri