Odisha Elections 2024
Posted inଜାତୀୟ

କଂଗ୍ରେସର ଦାବି: ‘ଇଣ୍ଡିଆ’ ସହ ଯୋଗାଯୋଗରେ ଅଛନ୍ତି ଏନ୍‌ଡିଏ ବୈଠକରେ ଯୋଗଦେଇଥିବା କିଛି ଦଳ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମା ରବିବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାଜପା ନେତୃତ୍ୱାଧୀନ ଏନଡିଏ ବୈଠକରେ ଯୋଗ ଦେଇଥିବା ୩୮ଟି ଦଳ ମଧ୍ୟରୁ ୪ ଦଳ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସହ ଯୋଗାଯୋଗରେ ଅଛନ୍ତି। ଏଥିସହ ସେମାନଙ୍କ ମଧ୍ୟରୁ କେତେକ ଆଗାମୀ ଦିନରେ ବିରୋଧୀ ଶିବିରରେ ଯୋଗଦେବେ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବର ୧ରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ‘ଇଣ୍ଡିଆ’ର ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ର ବୈଠକରେ ଅଂଶଗ୍ରହଣ କରୁଥିବା ୩୮ଟି ଦଳ ମଧ୍ୟରୁ ୪ଟି ଦଳ ‘ଇଣ୍ଡିଆ’ ସହିତ ଯୋଗାଯୋଗ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଖୁବ ଶୀଘ୍ର ବିରୋଧୀ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଥିବାବେଳେ କେତେକ ୨୦୨୪ ନିର୍ବାଚନ ପୂର୍ବରୁ ଯୋଗଦେବେ। ଗତ ମାସରେ ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୮ଟି ଦଳ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

ବଡ଼ କଥା କହିଦେଲେ କେଜ୍‌ରିଓ୍ବାଲ, ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ…

ନୂଆଦିଲ୍ଲୀ,୨୧।୫: ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍‌ ୪ ତାରିଖରେ ଯାଉଛନ୍ତି।...

ସ୍ବାତି ମାଲିଓ୍ବାଲ ମାମଲାର ଯାଞ୍ଚ କରିବ ଏସଆଇଟି, ଏହି ମହିଳା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୨୧।୫: ସ୍ବାତି ମାଲିୱାଲ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ଏମପିଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ ଅପଡେଟ ଆସିଛି। ଏହି ଆକ୍ରମଣ ଘଟଣାର...

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

ମତଦାନ କେନ୍ଦ୍ର ଶୌଚାଳୟରେ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ଶିବସେନା (ୟୁବିଟି)ର ପୋଲିଂ ବୁଥ ଏଜେଣ୍ଟ ମନୋହର ନାଲେଜ(୬୨)ଙ୍କ ମୃତଦେହ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଜବତ...

ନିର୍ବାଚନ ପ୍ରତିଦ୍ୱନ୍ଦିତା ମଧ୍ୟରେ ଫୁଟିଲା ଗୁଳି, ଜଣେ ମୃତ ୨ ଆହତ, ଭାଜପା ନେତା ଗିରଫ

ପାଟନା,୨୧।୫: ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ମଙ୍ଗଳବାର (ମେ’୨୧) ସକାଳେ ବିହାରର ଛପ୍ରାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣଙ୍କର ମତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri