Posted inଜାତୀୟ

ପରମବୀର ଦେଶ ଛାଡ଼ିବା ଖବର ପାଇଁ କଂଗ୍ରେସ, ଭାଜପା ମୁହାଁମୁହିଁ

ମୁମ୍ବାଇ, ୧।୧୦: ଅନୁସୂଚିତ ଜାତି/ଜନଜାତି (ଅତ୍ୟାଚାର ନିରାକରଣ) ଆଇନରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ବିରୋଧରେ ଅକ୍ଟୋବର ୨୧ ପର୍ଯ୍ୟନ୍ତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମହାରାଷ୍ଟ୍ର ସରକାର ଶୁକ୍ରବାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଛନ୍ତି। ସେହିପରି ଅନ୍ୟ ଏକ ମାମଲାରେ ଅନ୍ୟତମ ଆଇପିଏସ୍‌ ଅଫିସର ରଶ୍ମି ଶୁକ୍ଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ପରମବୀରଙ୍କୁ ଗିରଫ କରାଯିବ ନାହିଁ ବୋଲି ଗତ ମେ’ ୨୪ରେ ସରକାର ପ୍ରତିଶ୍ରୁତି ଦେଇଥିଲାବେଳେ ଏହାର ସମୟସୀମା ବୃଦ୍ଧି କରାଯାଇଥିବା ଆଇନଜୀବୀ ଓ୍ବାଇ.ପି. ୟାଗ୍ନିକ୍‌ କହିଛନ୍ତି। ଠାଣେ ପୋଲିସ ଗତ ଏପ୍ରିଲରେ ରୁଜୁ କରିଥିବା ଅତ୍ୟାଚାର ମାମଲା ରଦ୍ଦ ପାଇଁ ପରମବୀର ହାଇକୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି ଅକ୍ଟୋବର ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଅନ୍ୟପକ୍ଷରେ ପରମବୀର ଦେଶ ଛାଡ଼ି ପଳାଇଥିବା ରାଜ୍ୟ ସରକାର ଦାବି କରୁଥିବାବେଳେ ଏହାକୁ ନେଇ କଂଗ୍ରେସ ଓ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ନୀରବ ମୋଦି, ମେହୁଲ ଚୋକ୍‌ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ମୁମ୍ବାଇ ପୋଲିସର ପୂର୍ବତନ କମିଶନରଙ୍କୁ ନିରାପଦରେ ଦେଶ ଛାଡ଼ିଯିବାରେ ଭାଜପା ସହଯୋଗ କରିଥିବା କଂଗ୍ରେସ ନେତା ସଚିନ ସାଓ୍ବନ୍ତ ଅଭିଯୋଗ କରିଛନ୍ତି। ପରମବୀର ନିଖୋଜ ହେବାରେ ରାଜ୍ୟ ସରକାରଙ୍କୁ ଉତ୍ତରଦାୟୀ କରାଯିବା ଆବଶ୍ୟକ। ଏହା ଅଯଥାରେ କେନ୍ଦ୍ର ଉପରକୁ ଅଙ୍ଗୁଳି ଉଠାଉଛି ବୋଲି ପୂର୍ବରୁ ଭାଜପା ନେତା ରାମ କାଡାମ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଫଳାଫଳ ଆସିବା ପରେ ଖାଇବା ଛାଡିଦେଇଥିଲେ ଲାଲୁ, ଡାକ୍ତର କହିଲେ ଏମିତି

ପାଟନା, ୨୭।୫: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ...

୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ...

କରୋନା ନିୟନ୍ତ୍ରଣ ହେବ କିପରି: କେନ୍ଦ୍ର ସରକାରଙ୍କୁ ୪ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ ଅଭାବ ସୃଷ୍ଟି ହୋଇଛି। ସେହିପରି ଟିକା ଡୋଜ୍‌ ନ...

ଓମିକ୍ରନ୍‌ର ଷ୍ଟିଲ୍‌ଥ ଭାରିଆଣ୍ଟ୍‌, ଭାରତ ଉପରେ କେତେ ବିପଦ ?…

ନୂଆଦିଲ୍ଲୀ, ୧୬।୩ : ତିନିବର୍ଷ ପରେ ମଧ୍ୟ କରୋନାର ଭୟ ମନରୁ ଯାଇନି। ଏବେ ପୁଣିଥରେ କରୋନା ଆତଙ୍କ ବଢ଼ିବାରେ ଆରମ୍ଭ ହୋଇଛି। ଓମିକ୍ରନ୍‌ର ନୂଆ...

ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ ନିଷ୍ପତ୍ତି,ନୋଟିସ୍‌ ଜାରି କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଏକ ବିବାଦୀୟ ବ୍ୟଙ୍ଗଚିତ୍ରକୁ ଲଳିତକଳା ଏକାଡେମୀ ପକ୍ଷରୁ ପୁରସ୍କୃତ କରିବାକୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିରୋଧରେ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି।...

ପ୍ରକାଶ ସିଂ ବାଦଲ ଅସୁସ୍ଥ, ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଚଣ୍ଡିଗଡ଼,୧୨ ।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଶନିବାର ରାତିରେ ହଠାତ୍ ଅସୁସ୍ଥ ହୋଇ...

ପରୀକ୍ଷା ତଥ୍ୟକୁ ସାର୍ବଜନୀନ ବିନା ଭାକ୍ସିନ୍‌କୁ ମଞ୍ଜୁରୀ, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୯।୮: କରୋନା ଟିକା ପରୀକ୍ଷା ତଥ୍ୟକୁ ସାର୍ବଜନୀନ ନ କରି ଭାକ୍ସିନ୍‌କୁ ମଞ୍ଜୁରୀ ମିଳିବା ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କ ପକ୍ଷରୁ କେନ୍ଦ୍ର...

ଭାଜପା ହାତ ଧରିଲେ କିଶୋର ଉପାଧ୍ୟାୟ

ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଯୋଗ ଦେଇଛନ୍ତି । ଏହି ସମୟରେ ସେ...

Advertisement
Archives

Model This Week