Posted inଜାତୀୟ

କଂଗ୍ରେସକୁ ପୁଣି ଲାଗିଲା ୧,୭୪୫ କୋଟିର ଝଟ୍‌କା

ନୂଆଦିଲ୍ଲୀ,୩୧ା୩:ଆୟକର ବିଭାଗ କଂଗ୍ରେସକୁ ୧,୭୪୫ କୋଟି ଟଙ୍କାର ଆଉ ଏକ ନୋଟିସ୍‌ ପଠାଇଛି। ୨୦୨୪-୨୫ରୁ ୨୦୧୬-୧୭ ନିର୍ଦ୍ଧାରଣ ବର୍ଷ ନିମନ୍ତେ ଆୟକର ବିଭାଗ କଂଗ୍ରେସ ଦଳଠାରୁ ୧,୭୪୫ କୋଟି ଟଙ୍କା ଟିକସ ଦାବି କରିଛି। ଏହାକୁ ମିଶାଇ କଂଗ୍ରେସକୁ ମୋଟ ୩,୫୬୭ କୋଟି ଟଙ୍କାର ଟିକସ ପୈଠ କରିବାକୁ କୁହାଯାଇଛି। ସାନି ନୋଟିସରେ ୨୦୧୪-୧୫ ବର୍ଷ ଲାଗି ୬୬୩ କୋଟି, ୨୦୧୫-୧୬ ବର୍ଷ ପାଇଁ ୬୬୪ କୋଟି ଏବଂ ୨୦୧୬-୧୭ ବର୍ଷ ନିମନ୍ତେ ୪୧୭ କୋଟି ଟିକସ ଦାବି ହୋଇଛି। ରାଜନୈତିକ ଦଳଗୁଡ଼ିକୁ ଟିକସ ଛାଡ଼ ସୁବିଧାରୁ ବାଦ୍‌ ଦିଆଯାଇଛି। ତେଣୁ ଦଳଗୁଡ଼ିକୁ ମୋଟ ଚାନ୍ଦା ସଂଗ୍ରହ ଉପରେ ଟ୍ୟାକ୍ସ ଭରିବାକୁ ହେବ ବୋଲି ଆୟକର ବିଭାଗ କହିଛି। ଚଢ଼ାଉ ବେଳେ କେତେଜଣ କଂଗ୍ରେସ ନେତାଙ୍କଠାରୁ ଜବତ ହୋଇଥିବା ଡାଇରିରେ ଦଳକୁ ତୃତୀୟ ପକ୍ଷ ଏଣ୍ଟ୍ରି କରାଯାଇଥିବାରୁ ଏଥିପାଇଁ ଏହାକୁ ଟିକସ ଭରିବାକୁ ହେବ। ଗତ ଶୁକ୍ରବାର କଂଗ୍ରେସକୁ ୧,୮୨୩ କୋଟି ଟଙ୍କାର ଆୟକର ନୋଟିସ ମିଳିଥିବା ଦଳ ପକ୍ଷରୁ କୁହାଯାଇଥିଲା। ପୂର୍ବ ବର୍ଷଗୁଡ଼ିକର ଟିକସ ପାଇଁ ଆୟକର କର୍ତ୍ତୃପକ୍ଷ କଂଗ୍ରେସ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା ଉଠାଇନେଇଥିବାରୁ ଏହା ବିରୋଧରେ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସୋମବାର ଏହାର ଶୁଣାଣି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…

ଗେରୁଆ ପତାକା ଦେଖି କାହିଁକି ରାଗିଲେ ଅମିତ ଶାହା? ଖୋଜିଲେ…

ପୁଡୁଚେରୀ,୧୧।୮: ୧୫ ଅଗଷ୍ଟ ପୂର୍ବରୁ ସାରା ଦେଶରେ ୨୦୨୬ ପାଇଁ ‘ହର ଘର ତ୍ରିରଙ୍ଗା’ (ପ୍ରତ୍ୟେକ ଘରେ ତ୍ରିରଙ୍ଗା) ଅଭିଯାନ ଆରମ୍ଭ ହୋଇଛି। ଏହି ପଦକ୍ଷେପର ଅଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri