Posted inRasifala

ରାଶିଫଳ: ସୋମବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ
ଆଜି ରାଶ୍ୟାଧିପ ଶନିଙ୍କ ସହ ଅବସ୍ଥାନ କରିଥିବାରୁ ନିଜର ତଥା ସନ୍ତାନଙ୍କ ସ୍ବାସ୍ଥ୍ୟ ସକାଶେ ପ୍ରତିକୂଳ ପ୍ରଭାବ ପଡିପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥା ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ଏବଂ ରାଜନୀତି, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଚନ୍ଦ୍ର ଅଷ୍ଟମ ସ୍ଥାନସ୍ଥ ଯୋଗୁ ଭାଇ, ବନ୍ଧୁ, କୁଟୁମ୍ବ ତଥା ପଡୋଶୀଙ୍କ ସହ ମତପାର୍ଥକ୍ୟ ସୃଷ୍ଟି ହୋଇପାରେ। ଘର, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ମାଲିମକଦ୍ଦମା, ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ମିଥୁନ
ମିଥୁନ
ଏକାଦଶସ୍ଥ ବୁଧ ଲାଭାଧିପତିଙ୍କ ସଂଯୋଗରେ ଥିବାରୁ ଠିକ୍‌ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ। ରାଶ୍ୟାଧିପତି ଓ ସପ୍ତମାଧିପତି ଏକତ୍ର ଅବସ୍ଥାନ କରୁଥିବାରୁ ବିବାଦୀୟ ସ୍ଥିତିରେ ସମାଧାନର ଆଶା ରହିଛି। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଘରେ ବନ୍ଧୁଙ୍କ ଭିଡ଼ ଜମିବ। କର୍ମ କ୍ଷେତ୍ରର ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ସମ୍ଭାବନା ରହିଛି।
କର୍କଟ
କର୍କଟ
ଷଷ୍ଠସ୍ଥ ଚନ୍ଦ୍ର ଗୁରୁ ଦୃଷ୍ଟସ୍ଥ ଯୋଗୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ କଟିବ। ପରିବାରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ନରମି ରହି ପାରିଲେ ହିଁ ସୁଫଳ ପାଇବେ। କର୍ମକ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ଆଜି କୌଣସି ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି।
ସି˚ହ
ସି˚ହ
ଉଚ୍ଚାରୋହୀ ରବି ପାପଗ୍ରହ ରାହୁଙ୍କ ସହ କର୍ମକ୍ଷେତ୍ରକୁ ବିବାଦୀୟ କରିପାରନ୍ତି। କେତୁଙ୍କ କୁପ୍ରଭାବରୁ ଅର୍ଥସମ୍ପର୍କକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହ ଆଲୋଚନାକ୍ରମେ ମାଙ୍ଗଳିକ ଉସତ୍ବ ନିମନ୍ତେ ପ୍ରସ୍ତୁତି କରିବେ।
କନ୍ୟା
ମୁଖଭାବକୁ ବୁଧଙ୍କ ଦୃଷ୍ଟିଥିବାରୁ ଆପଣଙ୍କ କଠୋର ଭାଷା ଓ ବ୍ୟବହାର, ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରି ଦେଇପାରେ। ଶନିଙ୍କ ପ୍ରଭାବରେ ଆଇନର ସହାୟତା ପାଇବେ ଓ ମାଲିମକଦ୍ଦମାର ରାୟ ସପକ୍ଷରେ ଯାଇପାରେ। ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ସୂଚନା ରହିଛି।
ତୁଳା
ତୁଳା
କର୍ମାଧିପ ଧନଭାବସ୍ଥ ଯୋଗୁ ବୈଷୟିକ ଅଭିବୃଦ୍ଧିଜନିତ ଖୁସି ଅନୁଭବ କରିବେ। ବନ୍ଧୁଙ୍କ ବ୍ୟବହାରକୁ ନେଇ ମନରେ କ୍ରୋଧ ଜାଗ୍ରତ ହେଲେ ମଧ୍ୟ ମୁହଁରେ କିଛି କହି ପାରିବେ ନାହିଁ। ଖଳଲୋକଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ସମ୍ପର୍କୀୟଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ପାରିବାରିକସ୍ଥିତି ଅଶାନ୍ତ ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ମଧୁର ବ୍ୟବହାରରେ ପରିବର୍ତ୍ତନ ହେବନାହିଁ। ଆଜି ଆପଣଙ୍କ ପ୍ରତ୍ୟେକ ପରିସ୍ଥିତି ସୁଧୁରି ଯିବ, ଯାହାର ଝଲକ ଆଜିହିଁ ପାଇଯିବେ। ଲେଖାପଢାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଗୃହସୀମାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ପ୍ରଭାବରେ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। କୋଣଭାବସ୍ଥ ଗୁରୁଙ୍କ ଯୋଗୁ ଆପଣଙ୍କ କୃତି ଓ କୃତିତ୍ୱ ଲୋକ ପ୍ରିୟତାକୁ ବୃଦ୍ଧି କରିବ। କେତେକ ନୂତନ କାମର ପରିକଳ୍ପନା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର
ମକର
ଦ୍ୱିତୀୟସ୍ଥ ଶନି ସହ ମଙ୍ଗଳଙ୍କ ସ୍ଥିତି ହେତୁ ଆପଣଙ୍କ ରୋକ୍‌ଠୋକ୍‌ କଥା ପରିବାର ସଦସ୍ୟଙ୍କୁ ଆଘାତ ଦେବ। ଗୁରୁଙ୍କ କୃପାରୁ ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ସମ୍ଭାବନା ରହିଛି। ଶୁକ୍ରଯୁକ୍ତ ରାହୁଙ୍କ ଯୋଗୁ କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ବିଶେଷ ଉନ୍ନତି କରିବେ।
କୁମ୍ଭ
କୁମ୍ଭ
ସ୍ବରାଶିସ୍ଥ ଶନି ଚତୁର୍ଥାଧିପ ଯୁକ୍ତ ହେତୁ ଯାନବାହନ, ଜମିଜମା, ଗୃହନିର୍ମାଣ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ ପାଇଁ ମନ ବଳାଇପାରନ୍ତି। ପିଲାମାନଙ୍କ ସମସ୍ୟା ମନକୁ ବିଚଳିତ କରିବ। ଶ୍ରବଣା ନକ୍ଷତ୍ରର କାମ ହାସଲ ନ ହେବା କାରଣରୁ ବନ୍ଧୁଙ୍କୁ ଦାୟୀ କରିପାରନ୍ତି। ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ।
ମୀନମୀନ

ରବି ଓ ରାହୁଙ୍କ ପ୍ରଭାବରେ ରାଜନୈତିକ ସ୍ତରରେ ଆପଣଙ୍କ ପ୍ରଭାବ ପ୍ରଣିଧାନଯୋଗ୍ୟ ହୋଇପାରେ। ଶନି ଦୃଷ୍ଟ ଗୁରୁଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଆଜି କଥା ଓ କାମରେ ସମସ୍ତଙ୍କୁ ଖୁସି କରାଇବାରେ ସମର୍ଥ ହେବେ। ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟିର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?