ଆଜି ହକି ଟିମ୍‌କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୮ (କ୍ରୀଡ଼ା ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ଏବଂ ୪ର୍ଥ ସ୍ଥାନ ହାସଲ କରିଥିବା ମହିଳା ଦଳ ମଙ୍ଗଳବାର ଭୁବନେଶ୍ୱର ଆସିବେ। ଦିନ ୧୧ଟା ବେଳେ ସେମାନେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବେ। ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କମ୍ୟୁନିଟି ହଲ୍‌ରେ ଉଭୟ ମହିଳା ଓ ପୁରୁଷ ଦଳକୁ ସମ୍ବର୍ଦ୍ଧିତ କରିବେ। ଖେଳାଳିଙ୍କୁ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଖେଳାଳିଙ୍କର ହୋର୍ଡିଂ ଓ ବ୍ୟାନରମାନ ଲଗାଯାଇଛି। ସେମାନଙ୍କ ରହିବା ହୋଟେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରି ଦୀର୍ଘ ୪୧ ବର୍ଷର ପଦକ ଶୂନ୍ୟତାକୁ ପୂରଣ କରିଥିଲା। ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳରେ ସାମିଲ ଥିଲେ ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ବୀରେନ୍ଦ୍ର ଉପ ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଅନ୍ୟପକ୍ଷରେ ମହିଳା ଦଳ ବ୍ରୋଞ୍ଜ ପଦକ ମୁକାବିଲାରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ପରାଜିତ ହୋଇଥିଲା। ରାଣୀ ରାମପାଲଙ୍କ ନେତୃତ୍ୱାଧୀନ ଦଳରେ ଦୁଇ ଓଡ଼ିଆ ଖେଳାଳି ଦୀପ୍‌ଗ୍ରେସ ଏକ୍କା ଓ ନମିତା ଟପ୍ପୋ ସାମିଲ ଥିଲେ। ପ୍ରକାଶ ଯୋଗ୍ୟ ଯେ ଓଡ଼ିଶା ସରକାର ୨୦୧୮ ମସିହାରୁ ଭାରତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି। ରାଜ୍ୟ ସରକାର ହକି ସହ ସମ୍ପୃକ୍ତ ହେବା ପରଠାରୁ ଭାରତୀୟ ଦଳର ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହୋଇଛି। ଟୋକିଓ ଅଲିମ୍ପିକ୍ସ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳିଙ୍କ ସହ ବ୍ୟକ୍ତିଗତଭାବେ କଥା ହୋଇ ସେମାନଙ୍କ ମନୋବଳ ବଢ଼ାଇଥିଲେ। ଭାରତୀୟ ଦଳର ସଫଳତାରେ ଓଡ଼ିଶା ସରକାରଙ୍କ ପ୍ରଚ୍ଛନ୍ନ ହାତ ଅଛି। ଏହା ବିନା ସ୍ବପ୍ନ କେବେ ସଫଳ ହୋଇପାରି ନ ଥାନ୍ତା ବୋଲି ଅଧିନାୟକ ମନପ୍ରୀତ ସିଂ ସ୍ବୀକାର କରିଛନ୍ତି। ଓଡ଼ିଶା ସରକାର କେବଳ ହକି ଦଳର ପ୍ରାୟୋଜକ ନାହାନ୍ତି ରାଜ୍ୟରେ ବିଶ୍ୱସ୍ତରୀୟ ହକି ଭିତ୍ତିଭୂମି ମଧ୍ୟ ଉପଲବ୍ଧ କରାଇଛନ୍ତି। ଫଳସ୍ବରୂପ ଏଠାରେ ୨୦୧୮ରେ ହକି ବିଶ୍ୱକପ ଅନୁଷ୍ଠିତ ହୋଇଛି। କେବଳ ସେତିକି ନୁହେଁ ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ଦ୍ୱିତୀୟ ଥରପାଇଁ ହକି ବିଶ୍ୱକପ ଆୟୋଜନ ଅଧିକାର ମଧ୍ୟ ଓଡ଼ିଶା ପାଇଛି। ଏଥିପାଇଁ ରାଉରକେଲାରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ଚାଲିଛି। ଏଥିସହିତ ସୁନ୍ଦରଗଡ଼ ଜିଲାରେ ହକିକୁ ଆହୁରି ଲୋକପ୍ରିୟ କରିବା ପାଇଁ ୧୭ଟି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବ ଘୋଷଣା ଅନୁସାରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ବୀରେନ୍ଦ୍ର ଓ ଅମିତଙ୍କୁ ମୁଖ୍ୟମନ୍ତ୍ରୀ ୨.୫୦ କୋଟି ଲେଖାଏ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସେହିପରି ଦୁଇ ମହିଳା ଖେଳାଳି ଦୀପ୍‌ଗ୍ରେସ୍‌ ଓ ନମିତାଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏଥିସହ ବୀରେନ୍ଦ୍ର ଓ ଅମିତଙ୍କୁ ଓଡ଼ିଶା ପୋଲିସରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ(ଡିଏସ୍‌ପି) ପଦବୀରେ ଅବସ୍ଥାପିତ ପାଇଁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri