ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, କାତି ମାଡ଼

ହିଞ୍ଜିଳିକାଟୁ,୨୯।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କଣ୍ଟେଇକୋଳି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। କାତିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ କୃଷ୍ଣ ସାହୁ। କୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣାରେ ଅନ୍ୟ ୨ଜଣ ମଧ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଜିଲା ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମରେ କୁମାରପୂର୍ଣ୍ଣିମା ରାତିରେ ନେଳିଆ ବନ୍ଧ ନିକଟ ମଣ୍ଡପରେ ତାସ୍‌ ଖେଳ ଚାଲିଥିଲା । ସେତିକିବେଳେ ମଣ୍ଡପ ନିକଟରେ ଗ୍ରାମର କାହ୍ନା ସାହୁ, ରାକେଶ ସାହୁ, କୃଷ୍ଣ ସାହୁ ଓ ସ୍ବରାଜ ବେହେରା ବସିଥିଲେ। ଏହି ସମୟରେ ଗ୍ରାମର ସନ୍ତୋଷ କୁମାର ସାହୁ ଓ ତାଙ୍କର ସାନ ଭାଇ ଶମ୍ଭୁ ସାହୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକ୍ରମେ ଉଗ୍ରରୂପ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସେତିକିବେଳେ ଏକ କାତି ମାଡ଼ରେ କୃଷ୍ଣ ଗୁରୁତର ଆହତ ହୋଇଥିଲେ। କୃଷ୍ଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣା ନେଇ କାହ୍ନା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା(ନଂ.୮୨୨/୨୩) ରୁଜୁ ହୋଇଛି। ପୋଲିସ ଦୁଇ ଭାଇ ସନ୍ତୋଷ ଏବଂ ଶମ୍ଭୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମୁଡିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୧୩।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସଭା ଗୃହରେ ଆଜି ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ...

ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍‌ ହେଲେଣି ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ଚୋରା ମଦ କାରବାର ବେଧଡ଼କ ଚାଲିଛି। ଦିନରାତି ଏହି ବ୍ୟବସାୟ ଚାଲିଥିବା ବେଳେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ...

ବୁଦାମୂଳରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଥିଲା ମଦ ବୋତଲ

ବୌଦ୍ଧ,୧୪ା୧୦(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ମଣିପୁର ନର୍ସରୀ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମିଳିଥିବା ସୂଚନା...

‘ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ’

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଧିରେ ଧିରେ ପୋଲିସ...

୭ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଲେ ଆଶାକର୍ମୀ

ବରଗଡ଼,୧୪ା୧୦(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ୭ ଦଫା ଦାବି କରାଯାଇଛି। ଏହି ଦାବି ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ...

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଗୋପାଳ

ସାକ୍ଷୀଗୋପାଳ,୧୪ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀ ଦେବା ପାଇଁ ବୃନ୍ଦାବନରୁ ବ୍ରାହ୍ମଣ ସହିତ ଚାଲିଚାଲି ଆସିଥିବା ଗୋପାଳ ଠାକୁର ସାକ୍ଷୀଗୋପାଳ ନାମରେ ପରିଚିତ ହୋଇଛନ୍ତି। ଏଠାରେ...

ସରକାର ବଦଳିବା ପରେ ବଦଳିଗଲା କି ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରର ନିୟମ, ବାହାରୁ ରିପୋର୍ଟ ଆଣିଲେ…

ପୁରୁଷୋତ୍ତମପୁର,୧୪ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବ୍ଲଡ୍‌ପ୍ରେସର ଓ ଟେମ୍ପରେଚର ମାପିବା ଲାଗି...

ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଏନ୍‌ଏଚ୍‌ ୧୬ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri