Posted inଜାତୀୟ

କମ୍ପାନୀ କ୍ୟାଣ୍ଟିନରେ ମିଳୁଥିବା ସିଙ୍ଗଡ଼ାରୁ ବାହାରିଲା କଣ୍ଡୋମ, ପଥର, ତମାଖୁ

ପୁନେ,୮।୪: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ପୁଣେର ଏକ ପ୍ରତିଷ୍ଠିତ କମ୍ପାନୀର କ୍ୟାଣ୍ଟିନରେ ପରିବେଷିତ ସିଙ୍ଗଡ଼ାରୁ କଣ୍ଡୋମ, ପଥର, ତମାଖୁ, ଏବଂ ଅନ୍ୟାନ୍ୟ ଅପରିଷ୍କାର ଜିନିଷ ବାହାରିଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟରେ ଖବର ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୭ରେ ପଦାକୁ ଆସିଥିବା ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଏବଂ ଏପର୍ଯ୍ୟନ୍ତ ଜଣଙ୍କୁ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡିଛି ଯେ ଜଣେ ବ୍ୟବସାୟୀ କମ୍ପାନୀ ସହିତ ନିଜର ଚୁକ୍ତିନାମା ବନ୍ଦ ହେବା ପରେ ଏକ ନୂତନ କଣ୍ଟ୍ରାକ୍ଟରଙ୍କଠାରୁ କ୍ୟାଟରିଂ ଚୁକ୍ତିନାମାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରିଥିଲେ।

ଏହି ଘଟଣା ଉତ୍ତରପ୍ରଦେଶର ଦ୍ରୋଣାଚାର୍ଯ୍ୟ ଡିଗ୍ରୀ କଲେଜରେ ଚଳିତ ବର୍ଷ ଆରମ୍ଭରେ ଏକ ସମାନ ଉଦ୍ବେଗଜନକ ଘଟଣାକୁ ମନେ ପପକାଇ ଦେଇଛି। ନୂତନ ବର୍ଷର ଉତ୍ସବ ସମୟରେ ପ୍ରାୟ 20 ଜଣ ଶିକ୍ଷକ ସ୍ଥାନୀୟ ମିଠା ଦୋକାନରୁ ସିଙ୍ଗଡ଼ା ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ଅନୁସନ୍ଧାନରୁ ଜଣ ପଡିଥିଲା ଯେ ସିଙ୍ଗଡ଼ା ବାସି ହେବା ପରେ ଏଥିରେ ବିଷାକ୍ତ ପୋକ ଜନ୍ମିଥିଲେ।

ଘଟଣାରେ କଲେଜ ପ୍ରିନ୍ସିପାଲ ପ୍ରଭାବିତ ଶିକ୍ଷକମାନଙ୍କ ପାଇଁ ନ୍ୟାୟ ମାଗି ମିଠା ଦୋକାନ ମାଲିକଙ୍କ ବିରୋଧରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଅଧରାତିରେ ଭାରତରେ ଭୂକମ୍ପ ଝଟ୍‌କା: ୨ ରାଜ୍ୟକୁ ଦୋହଲାଇଦେଲା…

ନୂଆଦିଲ୍‌ଲୀ,୪।୧୦: ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ…

୧୦ରେ ସିଜେପିର ଦିଲ୍ଲୀ ବିକ୍ଷୋଭ

ନୂଆଦିଲ୍ଲୀ,୪ା୧୦(ପି.ଟି.): ମୁଖ୍ୟ ନିର୍ୱାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଯଦି ଇସ୍ତଫା ନ ଦିଅନ୍ତି, କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଅକ୍ଟୋବର ୧୦ରେ ନୂଆଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ…

‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ!

ନୂଆଦିଲ୍ଲୀ, ୪।୧୦: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା…

ଇଣ୍ଡି ମେଣ୍ଟରେ ସାମିଲ ହେଲା ଟିଭିକେ

ଚେନ୍ନାଇ, ୪।୧୦: ଅଭିନେତା-ରାଜନେତା ବିଜୟଙ୍କ ନେତୃତ୍ୱାଧୀନ ‘ତାମିଲଗା ଭେଟ୍ରି କାଜଗମ’ (ଟିଭିକେ) ଦଳ ଇଣ୍ଡି ମେଣ୍ଟରେ ସିଇସିଙ୍କ ଇସ୍ତଫା ଦାବି ଅଭିଯାନରେ ସାମିଲ ହୋଇଛି ବୋଲି ଶନିବାର…

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?