ଯୁକ୍ତ୨ ପରୀକ୍ଷା: ନୂଆ ପଦ୍ଧତିରେ ସ୍ବଚ୍ଛତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ନୂଆ ପଦ୍ଧତି ଆପଣାଇଛି। ସିଏଚ୍‌ଏସ୍‌ଇର ଏହି ପରୀକ୍ଷା ସଂସ୍କାର ନୀତିରେ ସରକାରଙ୍କ ମୋହର ବି ଲାଗିସାରିଛି। ତେବେ ଏଥିରେ ସ୍ବଚ୍ଛତାକୁ ନେଇ ଛାତ୍ରୀଛାତ୍ର ଓ ଶିକ୍ଷାବିତ୍‌ମାନେ ଆଶଙ୍କା ପ୍ରକାଶ କରିବା ସହ ପ୍ରଶ୍ନ ଉଠାଇଛନ୍ତି।
ନୂଆ ପଦ୍ଧତି ଅନୁସାରେ, ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ ଓ ୨ଟି ଆନୁଆଲ ପରୀକ୍ଷା ହେବ। ତିନିମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ ପରୀକ୍ଷାଗୁଡ଼ିକରେ କିପରି ପ୍ରଶ୍ନ ଆସିବ ତାହା ବି ସ୍ପଷ୍ଟ କରାଯାଇଛି। ୬ଟି ୧ମାର୍କ ବିଶିଷ୍ଟ ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ। ସେହିପରି ୪ଟି ୨ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ରହିବ, ଯେଉଁଥିରୁ ପରୀକ୍ଷାର୍ଥୀ ୩ଟିର ଉତ୍ତର ଦେବେ। ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ଦେବାକୁ ପଡ଼ିବ। ଏହି ପଦ୍ଧତିରେ ପରୀକ୍ଷା କରିବା ପାଇଁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ରଥମବର୍ଷ ଆନୁଆଲ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ ଓ ସିଏଚ୍‌ଏସ୍‌ଇ କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷା ପରିଚାଳନା କରିବ। ତେବେ କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନ୍‌ଲାଇନ୍‌ ଜରିଆରେ କର୍ତ୍ତୃପକ୍ଷ ସିଏଚ୍‌ଏସ୍‌ଇକୁ ପଠାଇବେ, ଯାହାକୁ ରେକର୍ଡ ଭାବେ ରଖାଯିବ। ଭବିଷ୍ୟତରେ ମହାମାରୀ ପାଇଁ ଯଦି ପରୀକ୍ଷା ବାତିଲ ହୁଏ, ଏସବୁ ପରୀକ୍ଷାର ମାର୍କ ଆଧାରରେ ବିକଳ୍ପ ମୂଲ୍ୟାୟନ କରାଯିବ। ସେହିପରି ଗତବର୍ଷ ଭଳି ଏଥର ମଧ୍ୟ ୩୦ପ୍ରତିଶତ କମ୍‌ ସିଲାବସ୍‌ରେ ଶିକ୍ଷାଦାନ ହେବ। ସିଏଚ୍‌ଏସ୍‌ଇର ଏହି ନୂତନ ପଦ୍ଧତିକୁ ନେଇ ଶିକ୍ଷାବିତ୍‌ ଓ ପିଲାଙ୍କ ଭିତରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି।
ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତରାୟ କହିଛନ୍ତି, ପରିଷଦ ଭଲ ପଦକ୍ଷେପ ନେଇଛି। ସବୁ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବା ଦରକାର। ଏଥିସହିତ ଘରୋଇ କଲେଜଗୁଡ଼ିକ କିପରି ଇଣ୍ଟର୍‌ନାଲ ପରୀକ୍ଷାରେ ତାଙ୍କ ପିଲାଙ୍କ ନମ୍ବର ବଢ଼ାଇକି ନ ଦେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଶିକ୍ଷାବିତ୍‌ ପବିତ୍ର ମହଲା କହିଛନ୍ତି, ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଆମେ ଏହାକୁ ଲାଗୁ କରିବା ପାଇଁ ପୂର୍ବରୁ ଦାବି କରି ଆସୁଥିଲୁ। ସିବିଏସ୍‌ଇ ପ୍ରତିବର୍ଷ ଏଭଳି ପରୀକ୍ଷା କରୁଛି। ତେଣୁ ଚଳିତବର୍ଷ ବିନା ପରୀକ୍ଷାରେ ବି ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ ଠିକ୍‌ ହୋଇପାରିଲା। କିନ୍ତୁ ଆମର ସେହି ବ୍ୟବସ୍ଥା ନ ଥିବାରୁ ଏଥର ପିଲାଙ୍କର ଦଶମ ପରୀକ୍ଷାଫଳକୁ ଆଧାର କରି ମାର୍କ ଦିଆଗଲା। ତେଣୁ ଆମେ ଚାହୁଁଛୁ ଏହି ନୂତନ ପରୀକ୍ଷା ପଦ୍ଧତି ଲାଗି ରହୁ। ପ୍ରଥମତଃ ପିଲାଙ୍କର ପଢ଼ିବା ପାଇଁ ଆଗ୍ରହ ବଢ଼ିବ। ପିଲା ଓ ଶିକ୍ଷକ ସବୁବେଳେ ଏଥିରେ ସମ୍ପୃକ୍ତ ରହିବେ। ତେଣୁ ଏହା ଭଲ ପ୍ରଭାବ ପକାଇବ। ତେବେ ରେସିଡେନ୍‌ସିଆଲ କଲେଜଗୁଡ଼ିକରେ ପିଲାଙ୍କୁ ଅଧିକ ମାର୍କ ଦିଆଯାଉଛି ବୋଲି ଅନ୍ୟ ପିଲାମାନେ ଅଭିଯୋଗ କରୁଛନ୍ତି। ମୋ ପାଖରେ ଏହାର ପ୍ରମାଣ ନାହିଁ କି ଏହା ସତ୍ୟ କି ନୁହେଁ ଜାଣିନି। କିନ୍ତୁ ଏପରି ନିଶ୍ଚୟ ହେଉଥିବ ବୋଲି ମୁଁ ବି ଆଶା କରୁଛି। ପରିଷଦ ଏହା ତଦାରଖ କରିବା ଉଚିତ। ପରିଷଦ ପାଖରେ ଆମେ ଯେଉଁ ମାର୍କ ଦାଖଲ କରିବୁ, ତାହା କିପରି ସ୍ବଚ୍ଛ ଓ ନିର୍ମଳ ହେବ ସେଥିପାଇଁ ସବୁ ସରକାରୀ, ସରକରୀ ଅନୁଦାନପ୍ରାପ୍ତ, ରେସିଡେନ୍‌ସିଆଲ କଲେଜର ସେହି ମାର୍କକୁ ପରିଷଦ ତଦାରଖ କରିବା ଆବଶ୍ୟକ। ସେହିପରି ପରିଷଦ ଏସବୁ ପରୀକ୍ଷା ପାଇଁ ସ୍ବତନ୍ତ୍ର ଖସଡ଼ା ତିଆରି କରୁ। ଯେପରିକି ନିର୍ଦ୍ଦିଷ୍ଟ ମାସରେ ସବୁ କଲେଜରେ ଏକ ସମୟରେ ପରୀକ୍ଷା ହେବ। ପରୀକ୍ଷା କିପରି ହେଉଛି ପରିଷଦ ଚାହିଁଲେ ସବୁ କଲେଜକୁ ସ୍କ୍ବାଡ୍‌ ମଧ୍ୟ ପଠାଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ବହୁ ପୂର୍ବରୁ ଯୁକ୍ତ୨ରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ଯୋଜନା ହୋଇଥିଲା। କିନ୍ତୁ ପ୍ରଥମ ବର୍ଷରେ ବୋର୍ଡ ପରୀକ୍ଷା ଏଯାଏ ଲାଗୁ ହୋଇପାରିଲା ନାହିଁ। ପରିଷଦର ଏହି ଅଦୂରଦର୍ଶିତା ଯୋଗୁ ଚଳିତବର୍ଷ ଦଶମ ଆଧାରରେ ଯୁକ୍ତ୨ ପିଲାଙ୍କୁ ମାର୍କ ଦିଆଗଲା। ଏ ସମ୍ପର୍କରେ ଶିକ୍ଷାବିତ୍‌ ମହଲା କହିଛନ୍ତି, ଯୁକ୍ତ୨ରେ ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେଲେ ପିଲାଙ୍କ ପାଇଁ ଭଲ ହେବ। ଦ୍ୱିତୀୟ ବର୍ଷରେ ବୋର୍ଡ ପରୀକ୍ଷାରେ କେବଳ ଦ୍ୱିତୀୟ ବର୍ଷର ପାଠ ପଡ଼ୁଛି। ତେଣୁ ଅନେକ ପିଲା ପ୍ରଥମ ବର୍ଷର ପାଠକୁ ଭୁଲିଯାଉଛନ୍ତି। ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଦେଲା ବେଳେ ଆମ ସିଏଚ୍‌ଏସ୍‌ଇ ପିଲାମାନେ ପଛରେ ପଡ଼ିଯାଉଛନ୍ତି ଓ ଅସଫଳ ହେଉଛନ୍ତି। ତେଣୁ ଯୁକ୍ତ୨ ପ୍ରଥମ ବର୍ଷକୁ ବି ବୋର୍ଡ ପରୀକ୍ଷା କରାଗଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri