ଯୁକ୍ତ୨ ପରୀକ୍ଷା: ନୂଆ ପଦ୍ଧତିରେ ସ୍ବଚ୍ଛତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ନୂଆ ପଦ୍ଧତି ଆପଣାଇଛି। ସିଏଚ୍‌ଏସ୍‌ଇର ଏହି ପରୀକ୍ଷା ସଂସ୍କାର ନୀତିରେ ସରକାରଙ୍କ ମୋହର ବି ଲାଗିସାରିଛି। ତେବେ ଏଥିରେ ସ୍ବଚ୍ଛତାକୁ ନେଇ ଛାତ୍ରୀଛାତ୍ର ଓ ଶିକ୍ଷାବିତ୍‌ମାନେ ଆଶଙ୍କା ପ୍ରକାଶ କରିବା ସହ ପ୍ରଶ୍ନ ଉଠାଇଛନ୍ତି।
ନୂଆ ପଦ୍ଧତି ଅନୁସାରେ, ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ ଓ ୨ଟି ଆନୁଆଲ ପରୀକ୍ଷା ହେବ। ତିନିମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ ପରୀକ୍ଷାଗୁଡ଼ିକରେ କିପରି ପ୍ରଶ୍ନ ଆସିବ ତାହା ବି ସ୍ପଷ୍ଟ କରାଯାଇଛି। ୬ଟି ୧ମାର୍କ ବିଶିଷ୍ଟ ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ। ସେହିପରି ୪ଟି ୨ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ରହିବ, ଯେଉଁଥିରୁ ପରୀକ୍ଷାର୍ଥୀ ୩ଟିର ଉତ୍ତର ଦେବେ। ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ଦେବାକୁ ପଡ଼ିବ। ଏହି ପଦ୍ଧତିରେ ପରୀକ୍ଷା କରିବା ପାଇଁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ରଥମବର୍ଷ ଆନୁଆଲ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ ଓ ସିଏଚ୍‌ଏସ୍‌ଇ କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷା ପରିଚାଳନା କରିବ। ତେବେ କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନ୍‌ଲାଇନ୍‌ ଜରିଆରେ କର୍ତ୍ତୃପକ୍ଷ ସିଏଚ୍‌ଏସ୍‌ଇକୁ ପଠାଇବେ, ଯାହାକୁ ରେକର୍ଡ ଭାବେ ରଖାଯିବ। ଭବିଷ୍ୟତରେ ମହାମାରୀ ପାଇଁ ଯଦି ପରୀକ୍ଷା ବାତିଲ ହୁଏ, ଏସବୁ ପରୀକ୍ଷାର ମାର୍କ ଆଧାରରେ ବିକଳ୍ପ ମୂଲ୍ୟାୟନ କରାଯିବ। ସେହିପରି ଗତବର୍ଷ ଭଳି ଏଥର ମଧ୍ୟ ୩୦ପ୍ରତିଶତ କମ୍‌ ସିଲାବସ୍‌ରେ ଶିକ୍ଷାଦାନ ହେବ। ସିଏଚ୍‌ଏସ୍‌ଇର ଏହି ନୂତନ ପଦ୍ଧତିକୁ ନେଇ ଶିକ୍ଷାବିତ୍‌ ଓ ପିଲାଙ୍କ ଭିତରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି।
ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତରାୟ କହିଛନ୍ତି, ପରିଷଦ ଭଲ ପଦକ୍ଷେପ ନେଇଛି। ସବୁ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବା ଦରକାର। ଏଥିସହିତ ଘରୋଇ କଲେଜଗୁଡ଼ିକ କିପରି ଇଣ୍ଟର୍‌ନାଲ ପରୀକ୍ଷାରେ ତାଙ୍କ ପିଲାଙ୍କ ନମ୍ବର ବଢ଼ାଇକି ନ ଦେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଶିକ୍ଷାବିତ୍‌ ପବିତ୍ର ମହଲା କହିଛନ୍ତି, ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଆମେ ଏହାକୁ ଲାଗୁ କରିବା ପାଇଁ ପୂର୍ବରୁ ଦାବି କରି ଆସୁଥିଲୁ। ସିବିଏସ୍‌ଇ ପ୍ରତିବର୍ଷ ଏଭଳି ପରୀକ୍ଷା କରୁଛି। ତେଣୁ ଚଳିତବର୍ଷ ବିନା ପରୀକ୍ଷାରେ ବି ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ ଠିକ୍‌ ହୋଇପାରିଲା। କିନ୍ତୁ ଆମର ସେହି ବ୍ୟବସ୍ଥା ନ ଥିବାରୁ ଏଥର ପିଲାଙ୍କର ଦଶମ ପରୀକ୍ଷାଫଳକୁ ଆଧାର କରି ମାର୍କ ଦିଆଗଲା। ତେଣୁ ଆମେ ଚାହୁଁଛୁ ଏହି ନୂତନ ପରୀକ୍ଷା ପଦ୍ଧତି ଲାଗି ରହୁ। ପ୍ରଥମତଃ ପିଲାଙ୍କର ପଢ଼ିବା ପାଇଁ ଆଗ୍ରହ ବଢ଼ିବ। ପିଲା ଓ ଶିକ୍ଷକ ସବୁବେଳେ ଏଥିରେ ସମ୍ପୃକ୍ତ ରହିବେ। ତେଣୁ ଏହା ଭଲ ପ୍ରଭାବ ପକାଇବ। ତେବେ ରେସିଡେନ୍‌ସିଆଲ କଲେଜଗୁଡ଼ିକରେ ପିଲାଙ୍କୁ ଅଧିକ ମାର୍କ ଦିଆଯାଉଛି ବୋଲି ଅନ୍ୟ ପିଲାମାନେ ଅଭିଯୋଗ କରୁଛନ୍ତି। ମୋ ପାଖରେ ଏହାର ପ୍ରମାଣ ନାହିଁ କି ଏହା ସତ୍ୟ କି ନୁହେଁ ଜାଣିନି। କିନ୍ତୁ ଏପରି ନିଶ୍ଚୟ ହେଉଥିବ ବୋଲି ମୁଁ ବି ଆଶା କରୁଛି। ପରିଷଦ ଏହା ତଦାରଖ କରିବା ଉଚିତ। ପରିଷଦ ପାଖରେ ଆମେ ଯେଉଁ ମାର୍କ ଦାଖଲ କରିବୁ, ତାହା କିପରି ସ୍ବଚ୍ଛ ଓ ନିର୍ମଳ ହେବ ସେଥିପାଇଁ ସବୁ ସରକାରୀ, ସରକରୀ ଅନୁଦାନପ୍ରାପ୍ତ, ରେସିଡେନ୍‌ସିଆଲ କଲେଜର ସେହି ମାର୍କକୁ ପରିଷଦ ତଦାରଖ କରିବା ଆବଶ୍ୟକ। ସେହିପରି ପରିଷଦ ଏସବୁ ପରୀକ୍ଷା ପାଇଁ ସ୍ବତନ୍ତ୍ର ଖସଡ଼ା ତିଆରି କରୁ। ଯେପରିକି ନିର୍ଦ୍ଦିଷ୍ଟ ମାସରେ ସବୁ କଲେଜରେ ଏକ ସମୟରେ ପରୀକ୍ଷା ହେବ। ପରୀକ୍ଷା କିପରି ହେଉଛି ପରିଷଦ ଚାହିଁଲେ ସବୁ କଲେଜକୁ ସ୍କ୍ବାଡ୍‌ ମଧ୍ୟ ପଠାଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ବହୁ ପୂର୍ବରୁ ଯୁକ୍ତ୨ରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ଯୋଜନା ହୋଇଥିଲା। କିନ୍ତୁ ପ୍ରଥମ ବର୍ଷରେ ବୋର୍ଡ ପରୀକ୍ଷା ଏଯାଏ ଲାଗୁ ହୋଇପାରିଲା ନାହିଁ। ପରିଷଦର ଏହି ଅଦୂରଦର୍ଶିତା ଯୋଗୁ ଚଳିତବର୍ଷ ଦଶମ ଆଧାରରେ ଯୁକ୍ତ୨ ପିଲାଙ୍କୁ ମାର୍କ ଦିଆଗଲା। ଏ ସମ୍ପର୍କରେ ଶିକ୍ଷାବିତ୍‌ ମହଲା କହିଛନ୍ତି, ଯୁକ୍ତ୨ରେ ପ୍ରଥମ ବର୍ଷ ବୋର୍ଡ ପରୀକ୍ଷା ହେଲେ ପିଲାଙ୍କ ପାଇଁ ଭଲ ହେବ। ଦ୍ୱିତୀୟ ବର୍ଷରେ ବୋର୍ଡ ପରୀକ୍ଷାରେ କେବଳ ଦ୍ୱିତୀୟ ବର୍ଷର ପାଠ ପଡ଼ୁଛି। ତେଣୁ ଅନେକ ପିଲା ପ୍ରଥମ ବର୍ଷର ପାଠକୁ ଭୁଲିଯାଉଛନ୍ତି। ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଦେଲା ବେଳେ ଆମ ସିଏଚ୍‌ଏସ୍‌ଇ ପିଲାମାନେ ପଛରେ ପଡ଼ିଯାଉଛନ୍ତି ଓ ଅସଫଳ ହେଉଛନ୍ତି। ତେଣୁ ଯୁକ୍ତ୨ ପ୍ରଥମ ବର୍ଷକୁ ବି ବୋର୍ଡ ପରୀକ୍ଷା କରାଗଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?