ସମ୍ଭାବ୍ୟ ଝଡ଼ବର୍ଷାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା,୧୬ା୧୧(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଆକାଶ ମେଘାଚ୍ଛନ୍ନ ଦେଖାଦେଇଛି। ଫଳରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଜିଲାବାସୀଙ୍କୁ ବିଭିନ୍ନ ବିପଦ ଆଶଙ୍କା ମଧ୍ୟକୁ ଠେଲି ଦେଇଛି। ଖରିଫ ଧାନରେ ଥୋଡ ବାହାରିଛି। ସେହିପରି ଦରପାଚିଲା ଡାଳୁଅ ଧାନ ଏବେ କ୍ଷେତରେ ଅଛି। ହାର୍ଭେଷ୍ଟର ଓ ମୂଲିଆଙ୍କ ଅଭାବ ଅଛି। ଶୀଘ୍ର ଅମଳକୁ ନେଇ ଚାଷୀ ଆଶଙ୍କାରେ ଅଛି। ସେହିପରି ଭେଣ୍ଡି, ପୋଟଳ, ବାଇଗଣ, କାକୁଡ଼ି,ତରୁଭୂଜ ଆଦି ପନିପରିବା ଚାଷ ଆରମ୍ଭ ହୋଇଛି। ଅନ୍ୟପକ୍ଷେ କଚାଘରେ ରହୁଥିବା ପରିବାର ସାମୁଦ୍ରିକ ବର୍ଷାପବନକୁ ନେଇ ଆତଙ୍କିତ ହୋଇଛନ୍ତି। ଏବେ ସୁଦ୍ଧା ଜିଲାରେ ପ୍ରାୟ ୩୫ ହଜାର ପରିବାର ଆବାସ ଯୋଜନାରେ ସାମିଲ ହେବା ଆଶାରେ ଅଛନ୍ତି ା ଗହୀରମଥାରେ ସାମୁଦ୍ରିକ ଜୀବ ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ସମୟ। ସାମୁଦ୍ରିକ ଝଡ଼ ବେଳାଭୂମିର ବ୍ୟାପକ କ୍ଷତି କରିବ ବୋଲି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ ନିକିରାଇର ରମାକାନ୍ତ ଜେନା କହିଛନ୍ତି, ଗଣମାଧ୍ୟମରୁ ସାମୁଦ୍ରିକ ଝଡ଼ ବର୍ଷା ଖବର ପାଇବା ପରେ ଗତ ୨ ଦିନ ମଧ୍ୟରେ ପ୍ରାୟ ୪ ଏକର ଦରପାଚିଲା ଧାନ କଟାଯାଇଛି ା ସେଗୁଡିକୁ ଖଳାକୁ ଆଣି ରକ୍ଷଣାବେକ୍ଷଣ କରିବା ଏବେ କଷ୍ଟକର ହୋଇପଡିଛି। କୃଷି ଶ୍ରମିକ ମିଳୁନାହାନ୍ତି। ଏହି ଧାନ ବିଡାକୁ ଗଦା ମାରି ପଲିଥିନ ଘୋଡାଇବା ପାଇଁ ଅର୍ଥର ଅଭାବ ଅଛି। ଋଣ କରି ଚାଷ କରିଥିବା ବେଳେ ବର୍ଷା ଯୋଗୁ ଧାନ ନଷ୍ଟ ହେଲେ ଋଣ ସୁଝିବା ଚିନ୍ତା ଆମକୁ ଘାରିଛି। ଭରତପୁର ଗ୍ରାମର ଭାଗଚାଷୀ ସନତ କୁମାର ଦାସ କହିଛନ୍ତି, ଦରପାଚିଲା ଧାନ କାଟି ଆଣିଲେ ପୋକ ଲାଗିବା ଭୟ ଅଛି। ଉପଯୁକ୍ତ ପରିମାଣରେ ଫସଲ ଆଦାୟ ହୋଇ ପାରିବନାହିଁ। ଲଗାତାର ୨ ଦିନ ବର୍ଷା ହେଲେ ଧାନ ଗଜା ହୋଇଯିବ। ଜିଲାରେ କୃଷି ଶ୍ରମିକ ମିଳୁ ନ ଥିବା ବେଳେ ହାର୍ଭେଷ୍ଟର ନାହିଁ। ଅଳ୍ପ ସମୟରେ ଧାନ ଅମଳରେ ଏହା ବାଧା ସୃଷ୍ଟି କରିଛି। ଚଳିତ ବର୍ଷ ପ୍ରାୟ ୫ ଏକର ଜମିରେ ସେ ଡାଳୁଅ ଧାନଚାଷ କରିଛନ୍ତି। ଏଥିସହ ପ୍ରାୟ ୧୦ ଏକର କ୍ଷେତରେ ବିଭିନ୍ନ ପନିପରିବା ଲଗାଇଥିବା ଥିବା ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ବନ୍ୟା, ମରୁଡ଼ି ସହିତ ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟ ଭୟ ସର୍ବଦା ଲାଗିରହିଛି। ଏଥିରେ ବିଶେଷ ଭାବେ ଉପାନ୍ତ ଅଞ୍ଚଳବାସୀ ବେଶି ପରିମାଣରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ଅଞ୍ଚଳରେ ସର୍ବାଧିକ କଚ୍ଚା ଘର ରହିଛି। ଆବାସ ଯୋଜନାରେ ପ୍ରାୟ ୩୫ ହଜାର ଆଶାୟୀ ପରିବାର ଆବେଦନ ପତ୍ର ଦେଇଛନ୍ତି। ସାମୁଦ୍ରିକ ଝଡ଼ ହେଲେ ଏହି ପରିବାର ବର୍ଗଙ୍କ ଧନଜୀବନ ନଷ୍ଟ ହେବା ଅସମ୍ଭବ ନୁହେଁ। ଗହୀରମଥା କଇଁଛ ସଂରକ୍ଷଣ ସମିତି ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ମାତ୍ର ଏକ ରୁ ଦୁଇ ସପ୍ତାହ ମଧ୍ୟରେ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଅଲିଭ ରିଡଲେ କଇଁଛଙ୍କ ଆଗମନ ହେବ। ସାମୁଦ୍ରିକ ଝଡ଼ ଅଧିକ ହେଲେ ସେମାନଙ୍କ ଅନ୍ତୁଡିଶାଳ କ୍ଷତିଗ୍ରସ୍ତ ହେବ। ଉପଯୁକ୍ତ ପରିବେଶ ନ ମିଳିଲେ ଏହି ବିରଳ ଜୀବ ଅଣ୍ଡା ନ ଦେଇ ଫେରିଯିବା ସମ୍ଭାବନା ଅଛି। ଏପରି କି ପୂର୍ବରୁ ବାରମ୍ବାର ଆସୁଥିବା ସ୍ଥାନକୁ ପ୍ରତ୍ୟାଖ୍ୟାତ କରିବା ନଜିର ଅଛି। ବାତ୍ୟା ପରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ଆବଶ୍ୟକ। କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର କହିଛନ୍ତି, ଅନୂନ୍ୟ ୮୫ ପ୍ରତିଶତ ପାଚିଥିବା ଧାନକୁ କାଟି ସଂରକ୍ଷଣ କରିବା ଆବଶ୍ୟକ। ଅଧିକ ବର୍ଷା ହେଲେ ପନିପରିବା ଚାଷ ଥିବା ଜମିର ପାଣି ନିଷ୍କାସନ କରିବା ଜରୁରୀ। ପନିପରିବା ଚାଷୀ କୀଟନାଶକ ସିଞ୍ଚନ ବନ୍ଦ କରିବା ସହିତ ବର୍ଷା ପୂର୍ବରୁ ଅମଳଯୋଗ୍ୟ ପନିପରିବାକୁ ତୋଳି ଅଣାଯିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri