Odisha Elections 2024

ସମ୍ଭାବ୍ୟ ଝଡ଼ବର୍ଷାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା,୧୬ା୧୧(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଆକାଶ ମେଘାଚ୍ଛନ୍ନ ଦେଖାଦେଇଛି। ଫଳରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଜିଲାବାସୀଙ୍କୁ ବିଭିନ୍ନ ବିପଦ ଆଶଙ୍କା ମଧ୍ୟକୁ ଠେଲି ଦେଇଛି। ଖରିଫ ଧାନରେ ଥୋଡ ବାହାରିଛି। ସେହିପରି ଦରପାଚିଲା ଡାଳୁଅ ଧାନ ଏବେ କ୍ଷେତରେ ଅଛି। ହାର୍ଭେଷ୍ଟର ଓ ମୂଲିଆଙ୍କ ଅଭାବ ଅଛି। ଶୀଘ୍ର ଅମଳକୁ ନେଇ ଚାଷୀ ଆଶଙ୍କାରେ ଅଛି। ସେହିପରି ଭେଣ୍ଡି, ପୋଟଳ, ବାଇଗଣ, କାକୁଡ଼ି,ତରୁଭୂଜ ଆଦି ପନିପରିବା ଚାଷ ଆରମ୍ଭ ହୋଇଛି। ଅନ୍ୟପକ୍ଷେ କଚାଘରେ ରହୁଥିବା ପରିବାର ସାମୁଦ୍ରିକ ବର୍ଷାପବନକୁ ନେଇ ଆତଙ୍କିତ ହୋଇଛନ୍ତି। ଏବେ ସୁଦ୍ଧା ଜିଲାରେ ପ୍ରାୟ ୩୫ ହଜାର ପରିବାର ଆବାସ ଯୋଜନାରେ ସାମିଲ ହେବା ଆଶାରେ ଅଛନ୍ତି ା ଗହୀରମଥାରେ ସାମୁଦ୍ରିକ ଜୀବ ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ସମୟ। ସାମୁଦ୍ରିକ ଝଡ଼ ବେଳାଭୂମିର ବ୍ୟାପକ କ୍ଷତି କରିବ ବୋଲି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ ନିକିରାଇର ରମାକାନ୍ତ ଜେନା କହିଛନ୍ତି, ଗଣମାଧ୍ୟମରୁ ସାମୁଦ୍ରିକ ଝଡ଼ ବର୍ଷା ଖବର ପାଇବା ପରେ ଗତ ୨ ଦିନ ମଧ୍ୟରେ ପ୍ରାୟ ୪ ଏକର ଦରପାଚିଲା ଧାନ କଟାଯାଇଛି ା ସେଗୁଡିକୁ ଖଳାକୁ ଆଣି ରକ୍ଷଣାବେକ୍ଷଣ କରିବା ଏବେ କଷ୍ଟକର ହୋଇପଡିଛି। କୃଷି ଶ୍ରମିକ ମିଳୁନାହାନ୍ତି। ଏହି ଧାନ ବିଡାକୁ ଗଦା ମାରି ପଲିଥିନ ଘୋଡାଇବା ପାଇଁ ଅର୍ଥର ଅଭାବ ଅଛି। ଋଣ କରି ଚାଷ କରିଥିବା ବେଳେ ବର୍ଷା ଯୋଗୁ ଧାନ ନଷ୍ଟ ହେଲେ ଋଣ ସୁଝିବା ଚିନ୍ତା ଆମକୁ ଘାରିଛି। ଭରତପୁର ଗ୍ରାମର ଭାଗଚାଷୀ ସନତ କୁମାର ଦାସ କହିଛନ୍ତି, ଦରପାଚିଲା ଧାନ କାଟି ଆଣିଲେ ପୋକ ଲାଗିବା ଭୟ ଅଛି। ଉପଯୁକ୍ତ ପରିମାଣରେ ଫସଲ ଆଦାୟ ହୋଇ ପାରିବନାହିଁ। ଲଗାତାର ୨ ଦିନ ବର୍ଷା ହେଲେ ଧାନ ଗଜା ହୋଇଯିବ। ଜିଲାରେ କୃଷି ଶ୍ରମିକ ମିଳୁ ନ ଥିବା ବେଳେ ହାର୍ଭେଷ୍ଟର ନାହିଁ। ଅଳ୍ପ ସମୟରେ ଧାନ ଅମଳରେ ଏହା ବାଧା ସୃଷ୍ଟି କରିଛି। ଚଳିତ ବର୍ଷ ପ୍ରାୟ ୫ ଏକର ଜମିରେ ସେ ଡାଳୁଅ ଧାନଚାଷ କରିଛନ୍ତି। ଏଥିସହ ପ୍ରାୟ ୧୦ ଏକର କ୍ଷେତରେ ବିଭିନ୍ନ ପନିପରିବା ଲଗାଇଥିବା ଥିବା ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ବନ୍ୟା, ମରୁଡ଼ି ସହିତ ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟ ଭୟ ସର୍ବଦା ଲାଗିରହିଛି। ଏଥିରେ ବିଶେଷ ଭାବେ ଉପାନ୍ତ ଅଞ୍ଚଳବାସୀ ବେଶି ପରିମାଣରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ଅଞ୍ଚଳରେ ସର୍ବାଧିକ କଚ୍ଚା ଘର ରହିଛି। ଆବାସ ଯୋଜନାରେ ପ୍ରାୟ ୩୫ ହଜାର ଆଶାୟୀ ପରିବାର ଆବେଦନ ପତ୍ର ଦେଇଛନ୍ତି। ସାମୁଦ୍ରିକ ଝଡ଼ ହେଲେ ଏହି ପରିବାର ବର୍ଗଙ୍କ ଧନଜୀବନ ନଷ୍ଟ ହେବା ଅସମ୍ଭବ ନୁହେଁ। ଗହୀରମଥା କଇଁଛ ସଂରକ୍ଷଣ ସମିତି ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ମାତ୍ର ଏକ ରୁ ଦୁଇ ସପ୍ତାହ ମଧ୍ୟରେ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଅଲିଭ ରିଡଲେ କଇଁଛଙ୍କ ଆଗମନ ହେବ। ସାମୁଦ୍ରିକ ଝଡ଼ ଅଧିକ ହେଲେ ସେମାନଙ୍କ ଅନ୍ତୁଡିଶାଳ କ୍ଷତିଗ୍ରସ୍ତ ହେବ। ଉପଯୁକ୍ତ ପରିବେଶ ନ ମିଳିଲେ ଏହି ବିରଳ ଜୀବ ଅଣ୍ଡା ନ ଦେଇ ଫେରିଯିବା ସମ୍ଭାବନା ଅଛି। ଏପରି କି ପୂର୍ବରୁ ବାରମ୍ବାର ଆସୁଥିବା ସ୍ଥାନକୁ ପ୍ରତ୍ୟାଖ୍ୟାତ କରିବା ନଜିର ଅଛି। ବାତ୍ୟା ପରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ଆବଶ୍ୟକ। କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର କହିଛନ୍ତି, ଅନୂନ୍ୟ ୮୫ ପ୍ରତିଶତ ପାଚିଥିବା ଧାନକୁ କାଟି ସଂରକ୍ଷଣ କରିବା ଆବଶ୍ୟକ। ଅଧିକ ବର୍ଷା ହେଲେ ପନିପରିବା ଚାଷ ଥିବା ଜମିର ପାଣି ନିଷ୍କାସନ କରିବା ଜରୁରୀ। ପନିପରିବା ଚାଷୀ କୀଟନାଶକ ସିଞ୍ଚନ ବନ୍ଦ କରିବା ସହିତ ବର୍ଷା ପୂର୍ବରୁ ଅମଳଯୋଗ୍ୟ ପନିପରିବାକୁ ତୋଳି ଅଣାଯିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ନିର୍ବାଚନ: ପୁରୁଷୋତ୍ତମପୁରର ୧୪୭ ବୁଥ୍‌ରେ ୧ ଲକ୍ଷ ୪୧ ହଜାର ୭୬୬ ଜଣ କରିବେ ମତଦାନ

ପୁରୁଷୋତ୍ତମପୁର,୧୯ା୫(ସିମାଞ୍ଚଳ ମିଶ୍ର): ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ରବିବାର ପ୍ରସ୍ତୁତି ଚୂଡ଼ାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।...

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ବାତ୍ୟାର ଆସିବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର,୧୯ା୫: ରବିବାର ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ...

ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ...

‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଲଗାତର ତିନିଦିନ କରିବେ ପ୍ରଚାର

ଭୁବନେଶ୍ୱର,୧୯।୫: ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି।...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri