ପୁରୁଣା ସରିନି, ନୂଆ ପ୍ରକଳ୍ପ ପାଇଁ ଚିନ୍ତା

ଖୋର୍ଦ୍ଧା ଅଫିସ,୨୧ା୧୧: ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ବରୁଣେଇ ସ୍ମାର୍ଟ ପାର୍କ ଏବଂ ଟିଏଲ୍‌ସି ରୋଡ୍‌ଠାରେ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ୨୦୨୦ ଡିସେମ୍ବର ୧୬ରେ ପୌର ପ୍ରଶାସନ ପକ୍ଷରୁ ଶିଳାନ୍ୟାସ କରାଯାଇଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ବର୍ଷେ ପୂରିବାକୁ ଥିବା ବେଳେ ଏଯାଏ କାମ ସରିନାହିଁ। କରୋନା ପାଇଁ ଖୋର୍ଦ୍ଧା ସହରରେ ଏକାଧିକ ପ୍ରକଳ୍ପ ଅଧାରୁ ଅଟକି ରହିଥିବା ବେଳେ କେତେକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ସେହିପରି ଜୟୀ ରାଜଗୁରୁ ଟାଉନ ହଲ୍‌ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ସରିବାକୁ ପ୍ରସ୍ତାବ ରହିିଛି। ପୁରୁଣା ପ୍ରକଳ୍ପ କାର୍ଯ୍ୟ ସରି ନ ଥିବା ବେଳେ ଏହି ପୌରାଞ୍ଚଳରେ ପୁଣି ମୁକ୍ତା ଯୋଜନାରେ ୯୪ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଆଗକୁ ପୌର ନିର୍ବାଚନ ଥିବାରୁ ଭୋଟରଙ୍କ ପ୍ରତି ଆସ୍ଥା ଜମାଇବା ଉଦ୍ଦେଶ୍ୟରେ ଶାସକ ଦଳ ପକ୍ଷରୁ ପ୍ରହସନ ଚାଲିଛି ବୋଲି ବିରୋଧୀ କହିଛନ୍ତି।

ଯେ, ୩ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିଥିବା ବେଳେ ଖୋର୍ଦ୍ଧା ପୌର ପ୍ରଶାସନର ପ୍ରସ୍ତାବକ୍ରମେ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬କୋଟି ୪୮ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ମୁକ୍ତା ଯୋଜନାରେ ୯୪ଟି ପ୍ରକଳ୍ପ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏଥିରେ ୭ଟି କ୍ଷୁଦ୍ର ଉଦ୍ୟାନ, ୯ଟି ପବ୍ଲିକ ଜିମ୍‌, ୧୨ଟି ଶିଶୁ କ୍ରୀଡା ଉଦ୍ୟାନ, ୮ଟି ପାଦଚଲା ରାସ୍ତା, ୪ ଖେଳପଡିଆ, ୬ ଶୌଚାଳୟ, ୪ଟି ରାସ୍ତାକଡ଼ ବିକ୍ରୟ ସ୍ଥଳୀ, ୨୬ଟି ରାସ୍ତା ଓ ଡ୍ରେନ୍‌ର ପୁନରୁଦ୍ଧାର ଏବଂ ୧୮ଟି ରାସ୍ତା ନିର୍ମାଣ କରାଯିବ ବୋଲି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି। ସହରରେ ରହିଥିବା ଡ୍ରେନ୍‌ ସଫା ନ ହେବା ଫଳରେ ଅଳିଆ ଆବର୍ଜନା ପଡି ରାସ୍ତା ସହ ମିଶିଗଲାଣି। ଅନେକ ସ୍ଥାନରେ ଡ୍ରେନ ମୁକୁଳା ପଡିଛି। ଏଥିରେ ଶିଶୁ, ପଥଚାରୀ, ଗୋରୁ ପଡି ଆହତ ହେଉଛନ୍ତି। ଟିଏଲ୍‌ସି ରୋଡ ନିକଟ ଖଣି ପୋଖରୀର ପୁନରୁଦ୍ଧାର ନ ହେବା ଫଳରେ ଏଠାରେ ଅଳିଆ ଆବର୍ଜନା ପଡୁଥିବାରୁ ଖାଦ୍ୟ ଲାଳସାରେ ଆସି ଗୋରୁ, କୁକୁର ଏହି ପରିତ୍ୟକ୍ତ ପୋଖରୀରେ ପଡୁଛନ୍ତି। କିଛି ମାସ ପୂର୍ବେ ଅଗ୍ନିଶମ କର୍ମଚାରୀ ୩ଟି ଷଣ୍ଢ ଉଦ୍ଧାର କରିଥିଲେ। ଅନ୍ୟପଟେ ନିକଟରେ ବରୁଣେଇ ପରିଦର୍ଶନରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯାଇଥିବା ବେଳେ ପାର୍କ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ଏବଂ ଡିସମ୍ବେର ସୁଦ୍ଧା ସାରିବାକୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ସମ୍ପର୍କରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ପ୍ରଶାସନ ସହ ଆଲୋଚନା କରିଛି। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ସରିବ। ଅନ୍ୟପଟେ ନଗର କଂଗ୍ରେସ ସଭାପତି ରଣଜିତ୍‌ ମହାପାତ୍ର କହିଛନ୍ତି, ମୁକ୍ତା ଯୋଜନାରେ ସହରରେ ଜଳ ସଂରକ୍ଷଣ ପାଇଁ କରାଯାଇଥିବା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ହେରଫେର କରାଯାଇଛି। ଏବେ ପୁଣି ମୁକ୍ତା ଯୋଜନାରେ ଏକାଧିକ ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁର ହୋଇଛି। ସରକାରୀ ଅର୍ଥକୁ ମିଳିମିଶି ହରିଲୁଟ କରୁଛନ୍ତି। କଂଗ୍ରେସ ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri