ଢିଙ୍କିଆରେ ନିରପେକ୍ଷ ନିର୍ବାଚନ ନେଇ ଆଶଙ୍କା

କୁଜଙ୍ଗ,୨୩ା୨(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ ଢିଙ୍କିଆ ପଞ୍ଚାୟରେ ସମିତି ସଭ୍ୟ ଓ ଜିଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ। ମାତ୍ର ଏହି ସମୟରେ ଅବାଧ ନିରପେକ୍ଷ ନିର୍ବାଚନ ହେବା ନେଇ ଆଶଙ୍କାବ୍ୟକ୍ତ କରାଯାଇଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଶାସନ ପକ୍ଷରୁ ଢିଙ୍କିଆ ଗ୍ରାମରେ କୌଣସି ବୁଥ୍‌ କରାଯାଇନାହିଁ। ଢିଙ୍କିଆ ପଞ୍ଚାୟତରେ ମୋଟ ୨୩ ୱାର୍ଡଥିବା ବେଳେ ସେଥିରୁ ଢିଙ୍କିଆ ଗ୍ରାମର ୬ଟି ୱାର୍ଡ ରହିଛି। ଏହି ଗ୍ରାମରେ ଥିବା ଓ୍ବାର୍ଡ ଗୁଡ଼ିକର ବୁଥ୍‌ ଅନ୍ୟ ଗ୍ରାମରେ କରାଯାଇଛି। ସେଥିରୁ ମାହଳରେ ଗୋଟିଏ, ପାଟଣାରେ ୩ ଓ ତ୍ରିଲୋଚନପୁରରେ ୨ଟି ବୁଥ୍‌ କରାଯାଇଛି ା ଢିଙ୍କିଆବାସୀ ଏସବୁ ବୁଥ୍‌କୁ ଯାଇ ମତଦାନ କରିବା ପାଇଁ ବ୍ୟବସ୍ଥା ହୋଇଛି। ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଜାନୁୟାରୀ ୧୪ ଘଟିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ପୋଲିସ ଭୟ ଗ୍ରାମବାସୀଙ୍କ ମନରୁ ଯାଇ ନଥିବା ବେଳେ ଅନ୍ୟ ଗାଁକୁ ଯାଇ ଭୋଟ ଦେବାନେଇ ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି, ମତଦାନ ବେଳେ ପୋଲିସ ହସ୍ତକ୍ଷେପ କରିବ ନାହିଁ। ଏହି ସମୟରେ କାହାକୁ ଗିରଫ କରାଯିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ସମ୍ବଲପୁର,୧।୬(ବ୍ୟୁରୋ): ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପୂଜକମାନଙ୍କ ସହମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାରଠାରୁ...

ବାଣ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚା

ଖମାର, ୨୨।୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତସ୍ଥିତ ସାଆନ୍ଦା ଗ୍ରାମରେ ଶୁକ୍ରବାର ସକାଳେ ବାଣ ତିଆରିବେଳେ ବିସ୍ଫୋରଣ ଘଟି...

ଟ୍ରକକୁ ଧକ୍କା ଦେଲା କାର: ୨ ମୃତ, ଜଣେ ଗୁରୁତର

ପରଜଙ୍ଗ,୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧିନ ୧୪୯ ନଂ. ଜାତୀୟ ରାଜପଥର ଘାଘରାମୁଣ୍ଡା ଛକ ନିକଟରେ ସୋମବାର ଭୋର ସମୟରେ ଦୁର୍ଘଟଣା ଘଟିଛି।...

ସୁନ୍ଦରବନ ଛୁଇଁବ ବୁଲ୍‌ବୁଲ୍‌

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା...

ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ

ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ...

ରୋଜଗାରିଆ ପୁଅ ଅଜଣା ରୋଗରେ ପୀଡ଼ିତ

ନୂଆଗାଁ,୧୩।୭ (ଧନେଶ୍ୱର ସାହୁ)ସ୍ବାମୀ ଆରପାରିକୁ ଚାଲିଯିବା ପରେ ଘରର ଏକ ମାତ୍ର ପୁଅର ରୋଜଗାରରେ ଚଳୁଥିଲା ପରିବାର । ହେଲେ ସେହି ରୋଜଗାରିଆ ପୁଅ ଆଜି...

ନେଳିଆବାଗ୍‌ର ୬୧ନଂ ଆକ୍ରାନ୍ତ ପାଲଟିଛନ୍ତି ‘ସୁପର୍‌ ସ୍ପ୍ରେଡର୍‌’; ୧୨ଜଣଙ୍କୁ କଲେଣି ସଂକ୍ରମିତ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାଲେଶ୍ୱର ନେଳିଆବାଗର ୬୧ନଂ କରୋନା ପଜିଟିଭ୍‌ ବ୍ୟକ୍ତି ‘ସୁପର୍‌ ସ୍ପ୍ରେଡର୍‌’ ପାଲଟିଛନ୍ତି। ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳର...

ଫସଲ ବଞ୍ଚାଇବାକୁ ସଂଘର୍ଷ

ବଇଣ୍ଡା, ୧୦ା୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲିଛି। ପ୍ରାୟ ମାସେ ହେଲା ୭ଟି ହାତୀ ନିୟମିତ ଭାବେ...

Advertisement
Archives

Model This Week