କୁଜଙ୍ଗ ୮୨.୧୩%, ରଘୁନାଥପୁରରେ ୮୦.୨୪% ଭୋଟ

ଜଗତ୍‌ସିଂହପୁର ଅଫିସ, ୨୩ା୨: ମଙ୍ଗଳବାର ଜଗତ୍‌ସିଂହପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ଯ୍ୟାୟରେ କୁଜଙ୍ଗ ବ୍ଲକ ଅଞ୍ଚଳରେ ୮୨.୧୩% ମତଦାନ ହୋଇଛି। ଯେଉଁଥିରେ ବ୍ଲକର ୪ଟି ଜୋନ ମଧ୍ୟରୁ ବଗଦିଆ ପଞ୍ଚାୟତରେ ସର୍ବାଧିକ ୯୩.୩୫% ଓ କୁଜଙ୍ଗରେ ସର୍ବନିମ୍ନ ୭୩.୨୨% ମତଦାନ ସମ୍ଭବ ହୋଇପାରିଛି । ସେହିପରି ରଘୁନାଥପୁର ବ୍ଲକରେ ୮୦.୨୪% ମତଦାନ ହୋଇଛି। ଯେଉଁଥିରେ ବ୍ଲକର ୨ଟି ଜୋନ୍‌ରୁ ୮୨.୬୩% ମହିଳା ଓ ୭୭.୯୮% ପୁରୁଷ ମତଦାନ କରିଛନ୍ତି। ରଘୁନାଥପୁର ବ୍ଲକ ଅଞ୍ଚଳରେ କାଁ ଭାଁ ଉତ୍ତେଜନା ଦେଖା ଦେଇଥିଲେ ସୁଦ୍ଧା ନିୟନ୍ତ୍ରଣ ଭିତରେ ରହିଛି। କିନ୍ତୁ କୁଜଙ୍ଗର ଏକାଧିକ ସ୍ଥାନରେ ହିଂସା ସାଙ୍ଗକୁ ଅବ୍ୟବସ୍ଥା ପଦାକୁ ଆସିଛି। ତେବେ ମତଦାନ ପରେ କୁଜଙ୍ଗ, ରଘୁନାଥପୁର ବ୍ଲକ ଅଞ୍ଚଳରୁ ପୋଲିଂ ଦଳଗୁଡିକ ବାଲଟ ବାକ୍ସ ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ ଧରି ଯଥାକ୍ରମେ ରାହାମାର ସାରଳା ମହାବିଦ୍ୟାଳୟ ଓ ରଘୁନାଥପୁରର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ବିତରଣ କେନ୍ଦ୍ରରେ ପହଞ୍ଚତ୍ଥିଲେ। କୁଜଙ୍ଗ ବ୍ଲକର ୪ଟି ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୨୮ଟି ପଞ୍ଚାୟତ ପାଇଁ ୪୬୫ଟି ବୁଥ କରାଯାଇଥିଲା। ୧,୩୭,୯୦୩ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବା ସୁଯୋଗ ଥିଲା । କିନ୍ତୁ ୧,୧୩,୨୬୬ ଜଣ ଭୋଟ ଦେଇଥିଲେ। ସେହିପରି ରଘୁନାଥପୁର ବ୍ଲକର ୨ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୧୯ଟି ପଞ୍ଚାୟତ ପାଇଁ ୩୧୩ଟି ବୁଥ୍‌ ହୋଇଥିଲା। ଯେଉଁଥିରେ ୬୯,୨୭୦ ଜଣ ଭୋଟର ଭୋଟ ଦେଇ ପାରିଥାନ୍ତେ। କିନ୍ତୁ ୫୫,୮୨୨ ଜଣ ମତଦାନ ସାବ୍ୟସ୍ତ କରି ପାରିଛନ୍ତି । ମୋଟ ଉପରେ ଉଭୟ ବ୍ଲକ ଅଞ୍ଚଳର ୧୬୫୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବାଲଟ ବାକ୍ସ ଭିତରେ ସିଲ୍‌ ହୋଇଯାଇଛି। ସେମାନଙ୍କ ମଧ୍ୟରୁ କୁଜଙ୍ଗର ୧୧୩୮ ଓ ରଘୁନାଥପୁର ବ୍ଲକର ୫୧୩ ଜଣ ପ୍ରାର୍ଥୀ ରହିଛନ୍ତି। କୁଜଙ୍ଗ ବ୍ଲକ ଅଞ୍ଚଳର ୧୩ ଜଣ ଜିଲା ପରିଷଦ, ୯୯ ସମିତି ସଭ୍ୟ, ୧୧୪ ସରପଞ୍ଚ ଓ ୯୧୨ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ୨୨ଟି ମୋବାଇଲ ପୋଲିସ ଦଳ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ସେହିପରି ରଘୁନାଥପୁର ବ୍ଲକ ଅଞ୍ଚଳରେ ୭ଜଣ ଜିଲା ପରିଷଦ ସଭ୍ୟ, ୭୧ ସମିତି ସଭ୍ୟ, ୯୮ ସରପଞ୍ଚ ଓ ୩୩୭ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ପୋଲିଂ କର୍ମଚାରୀଙ୍କ ସହ ପୋଲିସକୁ ମିଶାଇ ମୋଟ ୩,୧୧୨ ଜଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ। ୧୭ଟି ପୋଲିସ ମୋବାଇଲ ଦଳ ଆଇନଶୃଙ୍ଖଳା ଦାୟିତ୍ୱରେ ଥିଲେ। ଉଭୟ ବ୍ଲକ ଅଞ୍ଚଳର ୫୧ଟି ଅତିସମ୍ବେଦନଶୀଳ ଓ ୧୨୪ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri