କ୍ୟାଲ୍‌ସିୟମ କାର୍ବାଇଡକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୪: ଆଗକୁ ପଣା ସଂକ୍ରାନ୍ତି ସମେତ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ରମଜାନ ମାସ ଚାଲିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରଚୁର ମାତ୍ରାରେ ଫଳ ବଜାରକୁ ଆସୁଛି। ତେବେ ଏହି ଫଳ ଆମ ପାଇଁ ବିଭିନ୍ନ ରୋଗର କାରଣ ସାଜିଛି। ଫଳ ପଚାଇବା ପାଇଁ ବ୍ୟବହୃତ କ୍ୟାଲ୍‌ସିୟମ କାର୍ବାଇଡ ବିଭିନ୍ନ ରୋଗ ସହ କ୍ୟାନ୍‌ସରର କାରଣ ହେଉଛି ବୋଲି ଡାକ୍ତର ମତ ଦେଇଛନ୍ତି। ଫଳ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟର ବ୍ୟବହାର ବନ୍ଦ ପାଇଁ ୨୦୦୬ ମସିହାର ଫୁଡ୍‌ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟରେ ବାରଣ ଅଛି। ସେହିପରି ୨୦୧୧ ମସିହା ଫୁଡ୍‌ ସେଫ୍ଟି (ପ୍ରୋହିବିଶନ ଆଣ୍ଡ ରେଷ୍ଟ୍ରିକ୍ସନ) ରେଗୁଲେଶନ ଅନୁଯାୟୀ, ଏସିଟିଲିନ ଗ୍ୟାସ୍‌ ବା କ୍ୟାଲସିୟମ କାର୍ବାଇଡକୁ ଖାଦ୍ୟରେ ବ୍ୟବହାର କଲେ ଅଭିଯୁକ୍ତଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି ଉଲ୍ଲେଖ ଅଛି। ମାତ୍ର ବ୍ୟବସାୟୀମାନେ ଆମ୍ବ ସହ ଅମୃତଭଣ୍ଡା, କଦଳୀ, ଲିଚୁ, ସପେଟା ପରି ଫଳକୁ ଏହି ରାସାୟନିକ ଦ୍ରବ୍ୟ ମାଧ୍ୟମରେ ଅସମୟରେ ପଚାଉଛନ୍ତି।
ଏ ସମ୍ପର୍କରେ ଡା. ବିରଞ୍ଜନ ସ୍ବାଇଁ କହିଛନ୍ତି, ଆର୍ସେନିକ ଓ ଫସ୍‌ଫରସ୍‌ ସମ୍ମିଶ୍ରଣରେ ସୃଷ୍ଟି ହୋଇଥିବା କ୍ୟାଲ୍‌ସିୟମ କାର୍ବାଇଡ ବା ଏସିଟିଲିନ ଗ୍ୟାସ୍‌ ୱେଲଡିଂ ଓ ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣରେ ବ୍ୟବହାର ହୋଇଥାଏ। ଏହା ବିପଜ୍ଜନକ ରାସାୟନିକ ପଦାର୍ଥ ଲିଷ୍ଟରେ ଅଛି। ଏହାର ସଂସ୍ପର୍ଶରେ ଆସିଲେ ମୁଣ୍ଡ ବୁଲାଇବା, ଚର୍ମ ରୋଗ, ଆଖି ନଷ୍ଟ ପରି ସମ୍ଭାବନା ଥିବା ବେଳେ କ୍ୟାନ୍‌ସର ରୋଗ ସୃଷ୍ଟି ହୋଇପାରେ। ବଜାରରେ ମିଳୁଥିବା ଫଳ ଓ ପନିପରିବାରେ ଏହି ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଥିବାରୁ ଖାଦ୍ୟ ପ୍ରସ୍ତୁତ ପୂର୍ବରୁ ଚଳନ୍ତି ପାଣିରେ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି। ପଣ୍ଡିତ ହୃଷୀକେଶ ରଥ କହିଛନ୍ତି, ପ୍ରକୃତି ଆମକୁ ଋତୁ ଅନୁଯାୟୀ ଫଳ ପ୍ରଦାନ କରେ। ଏହାକୁ ଆମେ ବ୍ୟବହାର କରିବାକୁ ଭାରତୀୟ ସଂସ୍କୃତିରେ ପର୍ବ ପର୍ବାଣି ରଖାଯାଇଛି। ଖରାଦିନେ ଦେହର ଜଳୀୟ ଅଂଶ କମି ଯାଉଥିବାରୁ ଫଳ ଖାଇବା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସାବିତ୍ରୀ ଅମାବାସ୍ୟା ସୃଷ୍ଟି ହୋଇଛି। ତେବେ କେତେକ କ୍ଷେତ୍ରରେ ଅସମୟରେ ଫଳ ତୋଳି ରାସାୟନିକ ଦ୍ରବ୍ୟ ମାଧ୍ୟମରେ ପଚାଯାଉଛି। ଯାହା କେବଳ ସ୍ବାଦହୀନ ନୁହେଁ, ଦେହ ପାଇଁ କ୍ଷତି କରୁଥିବା ସେ ମତ ଦେଇଛନ୍ତି। ସହରର ଜଣେ ବ୍ୟବସାୟୀ କହିଛନ୍ତି, ଦେହ ସୁସ୍ଥ ପାଇଁ ଫଳ ଖାଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ତେବେ ରାଜ୍ୟରେ ଏହାର ଉପତ୍ାଦନ ନାହିଁ। ଏଥିପାଇଁ ବାହାର ରାଜ୍ୟରୁ ଆଣିବାକୁ ପଡୁଛି। ପରିବହନ ପାଇଁ ୨ରୁ ୫ ଦିନ ପର୍ଯ୍ୟନ୍ତ ଲାଗୁଛି। ଆମ୍ବ, କଦଳୀ, ସପୁରି, ସପେଟା ଆଦି ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଛି। ଏହି ଫଳକୁ ପାଚିଲା ଆଣି ଏଠାରେ ବିକ୍ରି ପାଇଁ ପ୍ରସ୍ତୁତି ବେଳକୁ ନଷ୍ଟ ହେଉଛି। ସେହିପରି ପରିବହନରୁ ନିସ୍ତାର ପାଇଁ କଞ୍ଚା ସମୟରୁ ଫଳ ଏଠାକୁ ଆସୁଛି। ତୁରନ୍ତ ପାଚିବା ପାଇଁ କ୍ୟାଲସିୟମ କାର୍ବାଇଡ ବ୍ୟବହାର କରା ନ ଗଲେ କଞ୍ଚା ଫଳ ମଧ୍ୟ ନଷ୍ଟ ହେଉଛି। ଦେହ ପାଇଁ କ୍ଷତିକାରକ ଜାଣିଥିଲେ ମଧ୍ୟ ବ୍ୟବସାୟ ଓ ଗ୍ରାହକଙ୍କ ଚାହିଦା ପାଇଁ ଏହି ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ସେ ସ୍ପଷ୍ଟ କରିଛନ୍ତି। ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କହିଛନ୍ତି, ଫଳରେ ରାସାୟନିକ ଦ୍ରବ୍ୟ ମିଶା ଯାଉଥିବା ନେଇ ସନ୍ଦେହ ନାହିଁ। ତେବେ ଏହାର ପରୀକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ପରୀକ୍ଷାଗାର ନାହିଁ। ଖାଦ୍ୟ ପଦାର୍ଥରେ ବିଷ ମିଶ୍ରଣର ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥ ପରୀକ୍ଷାଗାରକୁ ଯିବାକୁ ପଡ଼ିବ। ଏଥିପାଇଁ ଜିଲାରେ ଏକ ପରୀକ୍ଷାଗାର, ପ୍ରତ୍ୟେକ ବ୍ଲକ ଅଞ୍ଚଳ ପାଇଁ ଫୁଡ୍‌ ସେଫଟି ଅଫିସର ଆବଶ୍ୟକତା ଅଛି। ଏ ନେଇ ଜିଲା ପ୍ରଶାସନ ସଚେତନ ନ ହେଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ପ୍ରତ୍ୟେକ ଫଳ ଦୋକାନରେ ଥିବା ଫଳ କ୍ୟାଲସିୟମ କାର୍ବାଇଡରେ ପଚା ହୋଇ ନ ଥିବା ନେଇ ସୂଚନା ଫଳକ ମାରିବାକୁ ନିୟମ ହୋଇଛି। ଏ ସମ୍ପର୍କରେ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ରବିବାର ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୯: ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା…

ମାତ୍ର ଗୋଟିଏ ମିନିଟରେ ଟିକେଟ ରେଜିଷ୍ଟ୍ରେଶନ ଶେଷ! IND vs WI ମ୍ୟାଚ ପାଇଁ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ (ODI) ସିରିଜ ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, କାରଣ ଏଥିରେ ରୋହିତ ଶର୍ମା…

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?