ସହାୟତା ଅପେକ୍ଷାରେ ଚିନ୍ତାମଣି

ହାଟଡିହୀ,୨୮l୧୧(ଡି.ଏନ.ଏ.): ଭାରି କଷ୍ଟ ହେଉଛି। ସିଧା ହୋଇ ଠିଆ ହୋଇ ପାରୁନି କି ପେଟେଇ ଏବଂ କଡ଼ ଲେଉଟେଇ ଶୋଇ ପାରୁନି। ସବୁବେଳେ ଯନ୍ତ୍ରଣା ହେଉଛି l ତଳି ପେଟରେ ଥିବା ମାଂସ ପିଣ୍ଡୁଳାରୁ ଆପେ ଆପେ ପରିଶ୍ରା ବୋହୁଛି। ଦୀର୍ଘ ୨୦ ବର୍ଷ ହେବ ଏମିତି ଯନ୍ତ୍ରଣା ସହୁଛି। ମୋ ଦେହ ଆଉ ଭଲ ହେବନି କି ଆଉ ଏ ଛଟପଟ ଯନ୍ତ୍ରଣା ସହି ପାରିବିନି। ଏପରି କଥା କହିଛନ୍ତି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢେଙ୍କା ପଞ୍ଚାୟତ ମୋଟରାଗଡିଆ ଗ୍ରାମର ନାରାୟଣ ସେଠୀଙ୍କ ପୁଅ ଚିନ୍ତାମଣି (୨୫)। ପିଲାଟି ବେଳୁ ଚିନ୍ତାମଣିଙ୍କ ତଳି ପେଟରେ ଏକ ମାଂସ ପେଣ୍ଡୁଳା ବାହାରିଥିଲା। ସେହି ମାଂସ ପିଣ୍ଡୁଳା ଦେଇ ଆପେ ଆପେ ପରିଶ୍ରା ବାହାରେ। ବୟସ ବଢିବା ଅନୁସାରେ ମାଂସ ପେଣ୍ଡୁଳା ବି ବଢିଲା। ସେହି ମାଂସ ପେଣ୍ଡୁଳା ଦେଇ କେତେବେଳେ ପରିଶ୍ରା ତ ଆଉ କେତେବେଳେ ରକ୍ତ ବୋହିଲା। ଯନ୍ତ୍ରଣା ଅସହ୍ୟ ହେଲା। ଦୁଇ ବର୍ଷ ପୂର୍ବେ ବାପା ନାରାୟଣ ଧାର କରଜ କରିବା ସହ ନିଜର ଥିବା ସବୁ ଚାଷ ଜମିକୁ ବିକି ପୁଅକୁ ଚିକିତ୍ସା କରିବାକୁ ନେଲେ। ଅପରେସନ ହେଲା। କିନ୍ତୁ ୭ ଦିନ ଯାଇନି। ଚିନ୍ତାମଣି ପୂର୍ବ ପରି ଯନ୍ତ୍ରଣା ଭୋଗିଲେ। ଚଳିତ ବର୍ଷ ଗତ ସେପ୍ଟମ୍ବର ମାସ କଟକ ମେଡିକାଲ ଯାଇଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ବି ହେଲା। କିନ୍ତୁ ଏ ରୋଗର ଚିକତ୍ସା ଏଠି ହୋଇ ପାରିବନି କହି ଡାକ୍ତର ସେମାନଙ୍କୁ ଫେରାଇ ଦେଇଥିବା ଚିନ୍ତାମଣି କହିଛନ୍ତି। ଫଳରେ ଆଉ ସମ୍ବଳ ନ ଥିବାରୁ ଚିକିତ୍ସା ହୋଇ ପାରୁନି। ଘରେ ପଡି ରହି ଦିନ ରାତି ଯନ୍ତ୍ରଣା ଭୋଗୁଛନ୍ତି ଚିନ୍ତାମଣି। ବୁଢା ବାପାଙ୍କ ପାଇଁ ପୁଅ ଏବେ ବୋଝ ପାଲଟି ଯାଇଛନ୍ତି। ସୂଚନା ଯୋଗ୍ୟ ବାପା ନାରାୟଣ ବୃଦ୍ଧ ବୟସର ହୋଇଥିବା ବେଳେ ସେ ମଧ୍ୟ ରୋଗାକ୍ରାନ୍ତ ଅଟନ୍ତି। ମାଟି ଝୁମ୍ପୁଡ଼ି ଦୁଇ ବଖରା ଘରେ ପାଞ୍ଚ କୁଟୁମ୍ବ ଦୟନୀୟ ଜୀବନ ଯାପନ କରୁଛନ୍ତି। ଏମାନଙ୍କୁ ସରକାରୀ ଯୋଜନାରେ ଆବାସ ଗୃହ କିମ୍ବା ଭତ୍ତା ଖଣ୍ଡିଏ ମିଳି ପାରିନି। କେବଳ ରାଶନ କାର୍ଡରେ ଯାହା ମିଳୁଛି ଏବଂ ଅନ୍ୟ ଉପରେ ନିର୍ଭର କରି ମାଗଣ କରି ଏମାନେ ଜୀବନ ବିତାଉଛନ୍ତି। ପୁଅ ଚିନ୍ତାରେ ମା’ ଓ ବାପା ଭାଙ୍ଗି ପଡିଛନ୍ତି। ସରକାର ଏବଂ ପ୍ରଶାସନ ତୁରନ୍ତ ସାହାଯ୍ୟ କରିବାକୁ ତାଙ୍କ ବାପା ନାରାୟଣ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୬।୮(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ...

ବହୁ ଜୀବନ ନେଇଛନ୍ତି ନକଲି ଡାକ୍ତର

ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ଟଙ୍କା ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ...

ଏମ୍‌ସରେ ସ୍ଥାପନ ହେବ ‘ବ୍ରେନ୍‌ ବ୍ୟାଙ୍କ୍‌’

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସ ପରିସରରେ ଖୁବ୍‌ଶୀଘ୍ର ଏକ ‘ବ୍ରେନ୍‌ ବ୍ୟାଙ୍କ୍‌’ ସ୍ଥାପନ କରାଯିବ। ଏ ନେଇ ରବିବାର ଏମ୍‌ସ ନିର୍ଦ୍ଦେଶିକା ପ୍ରଫେସର ଗୀତାଞ୍ଜଳି ବ୍ୟାଟମାନବେନ...

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହ ସାତଟି ବୁଝାମଣାପତ୍ର ସ୍ବାକ୍ଷରିତ: ‘ଓଡ଼ିଶା ହେବ କୃଷିରେ ବଳକା ରାଜ୍ୟ’

ଭୁବନେଶ୍ୱର, ୪ା୮(ବ୍ୟୁରୋ): କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଉନ୍ନତ ମାନର ବିହନ ସୃଷ୍ଟି...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୦୨୨୩ ଭୋଟ...

ବ୍ଲକସ୍ତରୀୟ ରଜମଉଜ ଉଦ୍‌ଯାପିତ

ଗଣିଆ,୧୭ା୬(ଡି.ଏନ.ଏ.)- ପୂର୍ବବର୍ଷ ଭଳି ରଜ ଉପଲକ୍ଷେ ଗଣିଆ ପାଟଣାସାହିର ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ବ୍ଲକସ୍ତରୀୟ ରଜ ମଉଜ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉତ୍ସବର ୨ୟ...

ପୁଣି ରାଜ୍ୟରେ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୧୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୯୭ରେ ପହଞ୍ଚିଥିବା ରାଜ୍ୟ...

ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ...

Advertisement
Archives

Model This Week