ସହାୟତା ଅପେକ୍ଷାରେ ଚିନ୍ତାମଣି

ହାଟଡିହୀ,୨୮l୧୧(ଡି.ଏନ.ଏ.): ଭାରି କଷ୍ଟ ହେଉଛି। ସିଧା ହୋଇ ଠିଆ ହୋଇ ପାରୁନି କି ପେଟେଇ ଏବଂ କଡ଼ ଲେଉଟେଇ ଶୋଇ ପାରୁନି। ସବୁବେଳେ ଯନ୍ତ୍ରଣା ହେଉଛି l ତଳି ପେଟରେ ଥିବା ମାଂସ ପିଣ୍ଡୁଳାରୁ ଆପେ ଆପେ ପରିଶ୍ରା ବୋହୁଛି। ଦୀର୍ଘ ୨୦ ବର୍ଷ ହେବ ଏମିତି ଯନ୍ତ୍ରଣା ସହୁଛି। ମୋ ଦେହ ଆଉ ଭଲ ହେବନି କି ଆଉ ଏ ଛଟପଟ ଯନ୍ତ୍ରଣା ସହି ପାରିବିନି। ଏପରି କଥା କହିଛନ୍ତି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢେଙ୍କା ପଞ୍ଚାୟତ ମୋଟରାଗଡିଆ ଗ୍ରାମର ନାରାୟଣ ସେଠୀଙ୍କ ପୁଅ ଚିନ୍ତାମଣି (୨୫)। ପିଲାଟି ବେଳୁ ଚିନ୍ତାମଣିଙ୍କ ତଳି ପେଟରେ ଏକ ମାଂସ ପେଣ୍ଡୁଳା ବାହାରିଥିଲା। ସେହି ମାଂସ ପିଣ୍ଡୁଳା ଦେଇ ଆପେ ଆପେ ପରିଶ୍ରା ବାହାରେ। ବୟସ ବଢିବା ଅନୁସାରେ ମାଂସ ପେଣ୍ଡୁଳା ବି ବଢିଲା। ସେହି ମାଂସ ପେଣ୍ଡୁଳା ଦେଇ କେତେବେଳେ ପରିଶ୍ରା ତ ଆଉ କେତେବେଳେ ରକ୍ତ ବୋହିଲା। ଯନ୍ତ୍ରଣା ଅସହ୍ୟ ହେଲା। ଦୁଇ ବର୍ଷ ପୂର୍ବେ ବାପା ନାରାୟଣ ଧାର କରଜ କରିବା ସହ ନିଜର ଥିବା ସବୁ ଚାଷ ଜମିକୁ ବିକି ପୁଅକୁ ଚିକିତ୍ସା କରିବାକୁ ନେଲେ। ଅପରେସନ ହେଲା। କିନ୍ତୁ ୭ ଦିନ ଯାଇନି। ଚିନ୍ତାମଣି ପୂର୍ବ ପରି ଯନ୍ତ୍ରଣା ଭୋଗିଲେ। ଚଳିତ ବର୍ଷ ଗତ ସେପ୍ଟମ୍ବର ମାସ କଟକ ମେଡିକାଲ ଯାଇଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ବି ହେଲା। କିନ୍ତୁ ଏ ରୋଗର ଚିକତ୍ସା ଏଠି ହୋଇ ପାରିବନି କହି ଡାକ୍ତର ସେମାନଙ୍କୁ ଫେରାଇ ଦେଇଥିବା ଚିନ୍ତାମଣି କହିଛନ୍ତି। ଫଳରେ ଆଉ ସମ୍ବଳ ନ ଥିବାରୁ ଚିକିତ୍ସା ହୋଇ ପାରୁନି। ଘରେ ପଡି ରହି ଦିନ ରାତି ଯନ୍ତ୍ରଣା ଭୋଗୁଛନ୍ତି ଚିନ୍ତାମଣି। ବୁଢା ବାପାଙ୍କ ପାଇଁ ପୁଅ ଏବେ ବୋଝ ପାଲଟି ଯାଇଛନ୍ତି। ସୂଚନା ଯୋଗ୍ୟ ବାପା ନାରାୟଣ ବୃଦ୍ଧ ବୟସର ହୋଇଥିବା ବେଳେ ସେ ମଧ୍ୟ ରୋଗାକ୍ରାନ୍ତ ଅଟନ୍ତି। ମାଟି ଝୁମ୍ପୁଡ଼ି ଦୁଇ ବଖରା ଘରେ ପାଞ୍ଚ କୁଟୁମ୍ବ ଦୟନୀୟ ଜୀବନ ଯାପନ କରୁଛନ୍ତି। ଏମାନଙ୍କୁ ସରକାରୀ ଯୋଜନାରେ ଆବାସ ଗୃହ କିମ୍ବା ଭତ୍ତା ଖଣ୍ଡିଏ ମିଳି ପାରିନି। କେବଳ ରାଶନ କାର୍ଡରେ ଯାହା ମିଳୁଛି ଏବଂ ଅନ୍ୟ ଉପରେ ନିର୍ଭର କରି ମାଗଣ କରି ଏମାନେ ଜୀବନ ବିତାଉଛନ୍ତି। ପୁଅ ଚିନ୍ତାରେ ମା’ ଓ ବାପା ଭାଙ୍ଗି ପଡିଛନ୍ତି। ସରକାର ଏବଂ ପ୍ରଶାସନ ତୁରନ୍ତ ସାହାଯ୍ୟ କରିବାକୁ ତାଙ୍କ ବାପା ନାରାୟଣ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri