ଚିନ୍ତାଜନକ ହାତୀ ମୃତ୍ୟୁ

ଏବେ ବିଭିନ୍ନ ଗଣମାଧ୍ୟମରେ କ୍ରମାଗତ ଯେଉଁଭଳି ଭାବରେ ଓଡ଼ିଶାରେ ହେଉଥବା ହାତୀ ମୃତ୍ୟୁର ଖବର ଦେଖିବା ପାଇଁ ମିଳୁଛି ତାହା ଅତ୍ୟନ୍ତ ଚିନ୍ତାଜନକ। ହାତୀ ଯଦିଓ ଏକ ବନ୍ୟପ୍ରାଣୀ ତଥାପି ଆଜି ନୁହେଁ, କାହିଁ କେଉଁ କାଳରୁ ମଣିଷ ସହ ତା’ର ଏକ ସୁସମ୍ପର୍କ ରହିଆସିଛି। ହେଲେ ଯେଉଁଭଳି ଭାବରେ ଓଡ଼ିଶାରେ ହାତୀମାନଙ୍କ ମୃତ୍ୟୁ ହେବାରେ ଲାଗିଛି ଆଗାମୀ ଦିନରେ ଓଡ଼ିଶା ଯେ ହାତୀ ଶୂନ୍ୟ ହୋଇଯିବ ଏପରି ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି। ଓଡ଼ିଶାର ହାତୀମାନେ ରହୁଥିବା ଏମିତି କେଉଁ ଜଙ୍ଗଲ ନାହିଁ ଯେଉଁଠି ଅସ୍ବାଭାବିକ ହାତୀ ମୃତ୍ୟୁର ଖବର ଆସିନାହିଁ। କେବଳ ମେ’ମାସରେ ବୌଦ୍ଧ ଜିଲାର ବଘିଆପଡ଼ାରେ ମାତ୍ର ୩ଦିନ ଭିତରେ ଶିକାରୀମାନଙ୍କ ଦ୍ୱାରା ୨ଟି ହାତୀର ମୃତ୍ୟୁ ହୋଇଥିଲା। କେନ୍ଦୁଝର ଜିଲାରେ ଚମ୍ପୁଆ ରେଞ୍ଜରେ ମାଲବାହୀ ଟ୍ରେନ୍‌ ଧକ୍କାରେ ୨ ଛୁଆ ହାତୀ ସମେତ ୩ ହାତୀର ମୃତ୍ୟୁ ହୋଇଥିଲା। ସେହିପରି ଚନ୍ଦକାରେ ଅତି ଲୋକପ୍ରିୟ କୁମ୍‌କି ହାତୀ ନନ୍ଦର ମୃତ୍ୟୁ ହୋଇଥିଲା। ଅଭିଯୋଗ ହୋଇଥିଲା ବାରମ୍ବାର ନିଶ୍ଚେତକ ପ୍ରୟୋଗ ହେବା କାରଣରୁ ତା’ର ମୃତ୍ୟୁ ହୋଇଛି। ଏବେ ବଡ଼ମ୍ବାରୁ ଏକ ହାତୀର ମୃତଦେହ ଗଳିତ ଅବସ୍ଥାରେ ଜବତ ହୋଇଛି। ଏହାବାଦ୍‌ କଳାହାଣ୍ଡିର କର୍ଲାପାଟରେ ଫେବୃୟାରୀରେ ପାଖାପାଖିରେ ଲାଗ୍‌ ଲାଗ୍‌ ୬ଟି ହାତୀ ମୃତ୍ୟୁବରଣ କରିଥିଲେ। ସେହିପରି ନରସିଂହପୁର ବନାଞ୍ଚଳରେ ୫ଟି ହାତୀଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ହେଲେ ଏହାର ସମାଧାନ କ’ଣ ? କାହିଁକି ଓଡ଼ିଶାରେ ଏତେ ହାତୀଙ୍କର ମୃତ୍ୟୁ ହେଉଛି ତାହା ଏକ ବଡ଼ ପ୍ରଶ୍ନ।
ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବା ପଛରେ ମୁଖ୍ୟତଃ ୩ଟି କାରଣ ରହୁଛି। ସେଗୁଡ଼ିକ ହେଲା ବିଦ୍ୟୁତ୍‌ ଆଘାତଜନିତ, ଶିକାରୀମାନଙ୍କ ଦ୍ୱାରା ହାତୀ ଶିକାର, ଆଉ ଗୋଟିଏ ହେଲା ଦୁର୍ଘଟଣା। ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ସରକାରୀ ସ୍ତରରେ ଯେଉଁ ୭୭୦ଟି ହାତୀର ମୃତ୍ୟୁକୁ ସ୍ବୀକାର କରାଯାଇଛି ସେଥିରୁ ୨୩୮ଟି ହାତୀଙ୍କ ମୃତ୍ୟୁର କାରଣ ମନୁଷ୍ୟକୃତ ବୋଲି ଜଣାପଡ଼ିଥିବା ବେଳେ ଆଉ ୧୬୧ଟି ହାତୀଙ୍କ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି। ସେହି ସବୁରେ ହାତୀମାନଙ୍କ ଗଳିତ ମୃତଦେହ ନ ହେଲେ କେବଳ କଙ୍କାଳ ଜବତ କରାଯାଇଛି। ୨୦୧୨ରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଅନୁସାରେ ଯଦି କୌଣସି ଅଞ୍ଚଳରେ ହାତୀର ଅସ୍ବାଭାବିକ ମୃତ୍ୟୁ ହୁଏ ତା’ହେଲେ ସେହି ଅଞ୍ଚଳର ଉପଖଣ୍ଡ ବନାଞ୍ଚଳ ଅଧିକାରୀ ସେଥିପାଇଁ ଦାୟୀ ରହିବେ। କିନ୍ତୁ ଆଜି ପର୍ଯ୍ୟନ୍ତ ଜଣେ ହେଲେ ଉପଖଣ୍ଡ ବନାଞ୍ଚଳ ଅଧିକାରଙ୍କୁ ନିଲମ୍ବନ କଥା ଛାଡ଼ନ୍ତୁ୍‌ ବଦଳି ମଧ୍ୟ କରାଯାଇନାହିଁ। କିନ୍ତୁ ତଳତଳିଆ କର୍ମଚାରୀଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଫଳରେ ସେମାନେ କୌଣସି ଜଙ୍ଗଲରେ ହାତୀ ମୃତ୍ୟୁ ହେଲେ ଜଣାଉନାହାନ୍ତି ବରଂ ସେହି ଘଟଣାକୁ ଚାପିଦେବା ପାଇଁ ଚେଷ୍ଟା କରୁଛନ୍ତି। ଏମିତି ଏଭଳି ଅନେକ ଘଟଣା ଏବେ ଦେଖିବାକୁ ମିଳୁଛି।
ଓଡ଼ିଶାରେ ହାତୀ ମୃତ୍ୟୁ ହାର ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ଅଧିକ। ଯେତିକି ହାତୀ ଓଡ଼ିଶାରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କର ହାରାହାରି ହିସାବକୁ ଯଦି ଆମେ ଦେଖିବା ତା’ହେଲେ ୧୯୯୦ରୁ ୨୦୦୦ଭିତରେ ବର୍ଷକୁ ହାରାହାରି ୩୩ଟି ହାତୀ ମୃତ୍ୟୁବରଣ କରୁଥିଲେ। ୨୦୦୦ରୁ ୨୦୧୦ ମଧ୍ୟରେ ହାରାହାରି ବର୍ଷକୁ ୪୬ଟି ହାତୀ ମୃତ୍ୟୁବରଣ କରିଥିଲେ। ୨୦୧୦ରୁ ଆଜି ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୭୮ ହାତୀ ମୃତ୍ୟୁବରଣ କରିଛନ୍ତି। ଯେଉଁଭଳି ଭାବରେ ହାତୀ ମୃତ୍ୟୁର ଗ୍ରାଫ୍‌ ବଢ଼ିବାରେ ଲାଗିଛି ତାହା ଯଦି ଏପରି ବଢ଼ିଚାଲେ ତେବେ ଆଗାମୀ କେଇବର୍ଷ ପରେ ଓଡ଼ିଶାରେ ହାତୀ ଆଉ ଦେଖିବାକୁ ମିଳିବେ ନାହିଁ।
ହାତୀମାନଙ୍କର ଜଙ୍ଗଲରେ ଏକ ନିର୍ଦ୍ଦିଷ୍ଟ ଚଲାପଥ ରହିଛି। ସେମାନେ ସେହି ରାସ୍ତାରେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଆନ୍ତି ପୁଣି ଫେରିଆସନ୍ତି। ହେଲେ ବ୍ୟାପକ ଜଙ୍ଗଲ ନଷ୍ଟ, ହାତୀମାନଙ୍କ ପାଇଁ ଖାଦ୍ୟ ଅଭାବ, ଶିଳ୍ପ ଓ ଅନ୍ୟ କାରଣ ପାଇଁ ପ୍ରାକୃତିକ ଝରଣାରେ ପାଣିର ଅଭାବ ଆଦି କାରଣରୁ ହାତୀମାନେ ଏବେ ସେମାନଙ୍କର ପାରମ୍ପରିକ ବାସସ୍ଥାନ ଛାଡ଼ି ନୂଆ ଅଞ୍ଚଳକୁ ଯାଉଛନ୍ତି। ଫଳରେ ଶିକାରୀମାନଙ୍କୁ ସହଜ ହେଉଛି ହାତୀ ମାରିବା, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସୁଛନ୍ତି, ନ ହେଲେ ରେଳରେ ଧକ୍କା ହେଉଛନ୍ତି। ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବତନ୍ତ୍ର ହାତୀ କରିଡର ହୋଇପାରିଲା ନାହିଁ। ହାତୀ କରିଡର ହେଲେ ହାତୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଓ ସୁରକ୍ଷିତ ଜଙ୍ଗଲ ରାସ୍ତା ମିଳନ୍ତା। ସେମାନଙ୍କ ମିଳନ, ଖାଦ୍ୟପାନୀୟ ଠିକ୍‌ ଭାବରେ ହୋଇପାରନ୍ତା। ସଂଘରେ ରହିବା ଫଳରେ ଜନବସତି ଆଡ଼କୁ ଯାଆନ୍ତେ ନାହଁି କି ହିଂସ୍ର ଆଚରଣ ଦେଖାନ୍ତେ ନାହିଁ।
ଓଡ଼ିଶାରେ ୨୬ଟି ଜିଲାରେ ହାତୀ ରୁହନ୍ତି। ୨୦୦୭ ମସିହାରେ ହାତୀ ସଂରକ୍ଷଣ ଅଞ୍ଚଳ ଭାବରେ ୫ଟି ଜୈବ ମଣ୍ଡଳକୁ ଚିହ୍ନଟ କରାଯାଇଥିଲା। ସେଗୁଡିକ ହେଲା ମହାନଦୀ ହାତୀ ସଂରକ୍ଷଣ, ମୟୂରଭଞ୍ଜ ହାତୀ ସଂରକ୍ଷଣ, ସମ୍ବଲପୁର ହାତୀ ସଂରକ୍ଷଣ, ଦକ୍ଷିଣ ଓଡ଼ିଶା ହାତୀ ସଂରକ୍ଷଣ, ବୈତରଣୀ ହାତୀ ସଂରକ୍ଷଣ। ହେଲେ ବଡ଼ ଦୁଃଖର କଥା ଖଣି ଓ ଶିଳ୍ପ କାରଖାନା ମାଲିକମାନଙ୍କର ଲବି ପାଇଁ ଦକ୍ଷିଣ ଓଡ଼ିଶା ହାତୀ ସଂରକ୍ଷଣ, ବୈତରଣୀ ହାତୀ ସଂରକ୍ଷଣକୁ ଏବେ ସୁଦ୍ଧା ହାତୀ ସଂରକ୍ଷିତ ସ୍ଥାନ ଭାବରେ ଘୋଷଣା ହୋଇପାରିଲା ନାହିଁ , ଯଦିଓ ସେହି ଅଞ୍ଚଳରେ ଅଧିକ ହାତୀ ପୂର୍ବରୁ ରହୁଥିଲେ। ସେହିପରି ୨୦୧୦ରେ ଓଡ଼ିଶା ସରକାର ୧୪ଟି ହାତୀ କରିଡର ଚିହ୍ନଟ କରିଥିଲେ। ସେଥିପାଇଁ ଜଙ୍ଗଲ ବିଭାଗ ୫୪ କୋଟି ଟଙ୍କାର ଏକ ବ୍ୟୟ ଅଟକଳ ମଧ୍ୟ କରିଥିଲା। ହେଲେ ସେହି ଯୋଜନା ଏବେ ଶୀତଳଭଣ୍ଡାରରେ। ଖଣି ଓ ଶିଳ୍ପ କାରଖାନାଗୁଡ଼ିକର ଲବି ଆଗରେ ହାତୀ କରିଡର ଯୋଜନା ହଜିଯାଇଛି। ଓଡ଼ିଶାରେ ଖଣି ନିଲାମ ହେଉ ବା ଶିଳ୍ପ କାରଖାନା ନିର୍ମାଣ ହେଉ ସେତେବେଳେ ହାତୀମାନଙ୍କ ସୁରକ୍ଷା ନେଇ କୌଣସି ଚିନ୍ତା ନ ଥାଏ। ବଡ଼ ବଡ଼ ମେଶିନ, ବଡ଼ ଟ୍ରକ୍‌ର ଶବ୍ଦ ହାତୀମାନଙ୍କ ପାଇଁ ଅସହ୍ୟ ହୋଇପଡ଼େ। କେନ୍ଦୁଝର ଜିଲାରେ ୨୦୦୨ରେ ୧୧୨ ହାତୀ ଥିଲେ। ୨୦୧୭ରେ ଏହା ୪୦କୁ ଖସିଗଲା। ତା’ଛଡ଼ା ଜଙ୍ଗଲ ବିଭାଗ ଓ ରେଳ ବିଭାଗ ଭିତରେ ତାଳମେଳ ଅଭାବ ହାତୀ ମୃତ୍ୟୁ ପାଇଁ ଆଉ ଏକ କାରଣ। ଗତ ୧୧ ବର୍ଷ ଭିତରେ ୩୧ ହାତୀ ମରିଛନ୍ତି ରେଳ ଧକ୍କାରେ ଓ ୧୩୫ ମରିଛନ୍ତି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା କାରଣରୁ। ସେହିପରି ଶିକାରୀ ମାରିଛନ୍ତି ପାଖାପାଖି ୮୭ ହାତୀଙ୍କୁ।
ତେଣୁ ମୁଖ୍ୟ ପ୍ରସଙ୍ଗ ହେଉଛି ହାତୀମାନେ କେମିତି ସେମାନଙ୍କର ଜଙ୍ଗଲରେ ରହିପାରିବେ ସେନେଇ ଆମକୁ ଯତ୍ନଶୀଳ ହେବାକୁ ପଡ଼ିବ। ସେଥିପାଇଁ ଆମକୁ ଜଙ୍ଗଲ ସୁରକ୍ଷା, ହାତୀମାନଙ୍କର ପ୍ରଦିକ୍ଷଣ ବାଟ, ସେମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପଡ଼ିବ। ହାତୀ ମୃତ୍ୟୁର ଆଉ ଏକ କାରଣ ପାଲଟିଥିବା ଶିକାରୀଙ୍କ ଦ୍ୱାରା ହତ୍ୟାକୁ ରୋକିବାକୁ ହେଲେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଜଙ୍ଗଲ ବିଭାଗକୁ ଆପଣାଇବାକୁ ପଡ଼ିବ।

  • ଅନିଲ ବିଶ୍ୱାଳ
    ହରିରାଜପୁର, ପୁରୀ

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?