ନିର୍ମାଣାଧୀନ ରାସ୍ତାର ସ୍ଥାୟିତ୍ୱ ନେଇ ଆଶଙ୍କା

ନାଉଗାଁ,୧୭ା୧୧(ସୁଧା ବେହୁରା): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ଠିକାଦାରଙ୍କ ମନମୁଖି କାମ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦାହରଣ ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର-ତିରୁଣା ରାସ୍ତା କାମରେ ଦେଖିବାକୁ ମିଳିଛି। ଏଠାରେ ରାସ୍ତା ସମ୍ପ୍ରସାରଣ ଓ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୩ କିମି ୭ଶହ ମିଟର ଏହି ରାସ୍ତା ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ରହିଛି। ରାସ୍ତାର ଉଭୟପାର୍ଶ୍ୱ ୧ ମିଟର ଲେଖାଏ ସମ୍ପ୍ରସାରଣ କରାଯାଉଥିବାବେଳେ ଡଷ୍ଟ ବିଛାଯାଇଛି। ସୂଚନା ଫଳକ ତଥ୍ୟ ଅନୁସାରେ, ଏହି ରାସ୍ତାରେ ୨ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ କରାଯିବ। ତତ୍‌ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ବର୍ମ ଅର୍ଥାତ୍‌ ପାଦଚଲା ରାସ୍ତା ନିର୍ମାଣ ପାଇଁ ୧୫,୯୬୩ ଘନ ମିଟର ଅର୍ଥାତ୍‌ ୧୭୭୪ ଟ୍ରକ ମାଟି ପକାଯିବ। ଉକ୍ତ ରାସ୍ତାର ତିରୁଣା ହାଇସ୍କୁଲ ନିକଟରୁ ଗଙ୍ଗଦା ପାଇକସାହି ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ମାଟିରେ ପାଦଚଲା ରାସ୍ତା ନିର୍ମାଣ କରାଯାଉଥିବାବେଳେ ମଝିରାସ୍ତା ପିଚୁ କରାଯାଉଛି। କିନ୍ତୁ କାର୍ଯ୍ୟ କରୁଥିବା ଠିକାଦାର ରାସ୍ତା ପାର୍ଶ୍ୱରୁ ମାଟି ଉଠାଇ ରାସ୍ତାରେ ପକାଉଥିବା ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ୱରୁ ମାଟି ଉଠୁଥିବାରୁ ତାହା ଖାଲ ହୋଇଯାଉଛି। ଫଳରେ ବର୍ଷା ହେଲେ ମାଟି ଧୋଇ ଯାଇ ପୁନର୍ବାର ରାସ୍ତା ପାର୍ଶ୍ୱ ନଷ୍ଟ ହେବାର ଆଶଙ୍କା ରହିଛି। ରାସ୍ତା ପାର୍ଶ୍ୱରୁ ମାଟି ଧୋଇ ଗଲେ, ଏହି ପିଚୁ ରାସ୍ତାରେ ଭାରିଯାନ ଯିବାନ୍‌ଆସିବା କଲେ ରାସ୍ତା ଫାଟି ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି।
କେବଳ ସେତିକି ନୁହେଁ, ଉକ୍ତ ରାସ୍ତାର ତିରୁଣା ଚାରି ଛକଠାରୁ ପାଇକସାହି, ଡେରିକିଠାରୁ ଶାଳିଜଙ୍ଗା ରାସ୍ତାରେ ଡଷ୍ଟ ବିଛାଯାଇଛି। ତିରୁଣା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରୁ ଡଷ୍ଟ ବୋହିଯିବା ଫଳରେ ବଡ଼ ବଡ଼ ମେଟାଲ ବାହାରିଛି। ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ସାଇକେଲ ନେଇ ଗଲାବେଳେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବାଇକ୍‌ ଆରୋହୀମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ଡଷ୍ଟ ବିଛାଯାଇ ପାଣି ପକା ଯାଉ ନ ଥିବାରୁ ଗାଡି, ମୋଟର ଯିବା ସମୟରେ ଏହା ଉଡି ରାସ୍ତାସାରା ଧୂଳିମୟ ହୋଇଯାଉଛି। ବହୁ ସମୟରେ ପଥଚାରୀମାନେ ଅଣନିଃଶ୍ୱାସୀ ହୋଇଯାଉଛନ୍ତି। ଏହି ରାସ୍ତା ଦେଇ ତିରୁଣା, ଡାବର, ଡେରିକି, କୋରୁଅ ଆଦି ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ନିକଟସ୍ଥ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଡେରିକି, ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଶ୍ରୀ ଶ୍ରୀମଉଳା ଭଣଜା ମହାବିଦ୍ୟାଳୟ, ଗଙ୍ଗଦାହାଟ ଓ ବିଭିନ୍ନ ବିଦ୍ୟାଳୟକୁ ଯାତାୟାତ କରିଥାନ୍ତି। ତେଣୁ ଡଷ୍ଟ ଉଡ଼ିବା ଦ୍ୱାରା ଯାତାୟାତରେ ବାଧା ଉପୁଜୁଛି। ରାସ୍ତା ନିର୍ମାଣ ସମୟରେ ଏହା ପାର୍ଶ୍ୱରୁ ମାଟି ନ ଉଠାଇବା ସହ ଉଡୁଥିବା ଡଷ୍ଟର ସ୍ଥାୟୀ ପ୍ରତିକାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ଏହି କାର୍ଯ୍ୟର ତଦାରଖ କରାଯାଇ ଠିକ୍‌ ଭାବେ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?