ଅଭିଯୁକ୍ତଙ୍କୁ ଛାଡ଼ିବା ଦାବିରେ ଥାନା ଆଗରେ ଧାରଣା

ଶେରଗଡ଼, ୨୭ା୪(ଡି.ଏନ.ଏ.): ଶେରଗଡ ବ୍ଲକର ସୁନାନ୍ତର ଛକରେ ଗତ ସୋମବାର ଗୋଷ୍ଠୀ ସଂଘର୍ଷ ଘଟି ୧୩ଜଣ ଆହତ ହୋଇଥିଲେ। ସୁନାନ୍ତର ଗ୍ରାମର ଆହତ ଗନ୍ତାୟତ ଗୌଡଙ୍କ ଏତଲାକୁ ଭିତ୍ତି କରି ଶେରଗଡ଼ ପୋଲିସ ମାମଲା ରୁଜୁ କରି ଗୋଟିଏ ଗୋଷ୍ଠୀର ୧୩ ଜଣଙ୍କୁ ମଙ୍ଗଳବାର ରାତିରେ ଘରେ ଶୋଇଥିବା ଅବସ୍ଥାରେ ଗିରଫ କରିଛି। ସେମାନେ ହେଲେ ନିରଞ୍ଜନ ଜେନା, ଆଲୋକ ଜେନା, ସୁଶାନ୍ତ ଜେନା, ଶିବରାମ ନାହାକ, ନିରଞ୍ଜନ ବରାଡ, ସୁଦାମ ବରାଡ, ରାଜୀବ ଜେନା, କାହ୍ନୁ ଜେନା, ଟୁକୁନା ଜେନା, ସୁନୀଳ ଦାସ, ସଞ୍ଜୟ ସ୍ବାଇଁ, ଦୁଖା ସ୍ବାଇଁ ଓ ମହେନ୍ଦ୍ର ଜେନା। ତେବେ ନିରଞ୍ଜନ ଜେନା ଏହି ଘଟଣାରେ ସଂପୃକ୍ତ ନ ଥିବା ବେଳେ ତାଙ୍କୁ ପୋଲିସ ଅଯଥାରେ ଉଠାଇ ଆଣିଥିବା ଗ୍ରାମବାସୀ ଦାବି କରିଛନ୍ତି। ଏଣୁ ତାଙ୍କୁ ତୁରନ୍ତ ଛାଡିବାକୁ ଗ୍ରାମବାସୀ ବୁଧବାର ଶେରଗଡ଼-ହିଞ୍ଜିଳି ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ପୋଲିସ ଏକ ମିନି ବସ୍‌ରେ ୧୩ ଗିରଫ ବ୍ୟକ୍ତିଙ୍କୁ ନେଉଥିବା ବେଳେ ତାଙ୍କୁ ଛାଡ଼ିଦେବାକୁ ଦାବି କରି ଶତାଧିକ ମହିଳା ଗାଡ଼ି ଆଗରେ ଠିଆହୋଇ ପାଟି ତୁଣ୍ଡ କରିଛନ୍ତି। ଘଟଣା ସ୍ଥଳରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରି ବସ୍‌ଟିକୁ ଶେରଗଡ଼ କୋର୍ଟକୁ ନେଇ ଯାଇଥିଲେ। ପରେ ମହିଳାମାନେ ଶେରଗଡ଼ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। କାଳିଆ ଓରଫ ନିରଞ୍ଜନ ଜେନାକୁ ଛାଡିବା ଦାବିରେ ଏସଡିପିଓ ଶ୍ରୀ ସିଂଙ୍କ ସହ ଯୁକ୍ତତର୍କ କରିଥିଲେ। ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ଧରାକୋଟ ଥାନା ଅଧିକାରୀ ମମତା କୁମାରୀ ସାମନ୍ତରାୟ, ବଡଗଡ ଥାନା ଅଧିକାରୀଙ୍କ ସମେତ ବହୁ ପୋଲିସ ମୁତୟନ କରାଯାଇଛି। ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ସୁସ୍ଥହୋଇ ଫେରିବା ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଉନ୍ମୋଚନ ହେବ ବୋଲି ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ସୁନାନ୍ତର ଗ୍ରାମର ସଞ୍ଜୟ ଗୌଡ ପୋଖରୀରୁ ଗୋଧୋଇ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହାଡୁ ଓରଫ ମହେନ୍ଦ୍ର ଜେନା ଖଣ୍ଡାରେ ଆକ୍ରମଣ କରିଥିଲେ। ପରେ ଉଭୟ ଗୋଷ୍ଠୀର ଲୋକେ ପହଞ୍ଚି ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀର ୧୩ଜଣ ଗୁରୁତର ଆହତ ହୋଇଥିଲେ। ଅପରପକ୍ଷରେ ଆଲୋକ ଜେନାଙ୍କ ଅଭିଯୋଗ କ୍ରମେ ପୋଲିସ ଆଉ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri