ଅଭିଯୁକ୍ତଙ୍କୁ ଛାଡ଼ିବା ଦାବିରେ ଥାନା ଆଗରେ ଧାରଣା

ଶେରଗଡ଼, ୨୭ା୪(ଡି.ଏନ.ଏ.): ଶେରଗଡ ବ୍ଲକର ସୁନାନ୍ତର ଛକରେ ଗତ ସୋମବାର ଗୋଷ୍ଠୀ ସଂଘର୍ଷ ଘଟି ୧୩ଜଣ ଆହତ ହୋଇଥିଲେ। ସୁନାନ୍ତର ଗ୍ରାମର ଆହତ ଗନ୍ତାୟତ ଗୌଡଙ୍କ ଏତଲାକୁ ଭିତ୍ତି କରି ଶେରଗଡ଼ ପୋଲିସ ମାମଲା ରୁଜୁ କରି ଗୋଟିଏ ଗୋଷ୍ଠୀର ୧୩ ଜଣଙ୍କୁ ମଙ୍ଗଳବାର ରାତିରେ ଘରେ ଶୋଇଥିବା ଅବସ୍ଥାରେ ଗିରଫ କରିଛି। ସେମାନେ ହେଲେ ନିରଞ୍ଜନ ଜେନା, ଆଲୋକ ଜେନା, ସୁଶାନ୍ତ ଜେନା, ଶିବରାମ ନାହାକ, ନିରଞ୍ଜନ ବରାଡ, ସୁଦାମ ବରାଡ, ରାଜୀବ ଜେନା, କାହ୍ନୁ ଜେନା, ଟୁକୁନା ଜେନା, ସୁନୀଳ ଦାସ, ସଞ୍ଜୟ ସ୍ବାଇଁ, ଦୁଖା ସ୍ବାଇଁ ଓ ମହେନ୍ଦ୍ର ଜେନା। ତେବେ ନିରଞ୍ଜନ ଜେନା ଏହି ଘଟଣାରେ ସଂପୃକ୍ତ ନ ଥିବା ବେଳେ ତାଙ୍କୁ ପୋଲିସ ଅଯଥାରେ ଉଠାଇ ଆଣିଥିବା ଗ୍ରାମବାସୀ ଦାବି କରିଛନ୍ତି। ଏଣୁ ତାଙ୍କୁ ତୁରନ୍ତ ଛାଡିବାକୁ ଗ୍ରାମବାସୀ ବୁଧବାର ଶେରଗଡ଼-ହିଞ୍ଜିଳି ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ପୋଲିସ ଏକ ମିନି ବସ୍‌ରେ ୧୩ ଗିରଫ ବ୍ୟକ୍ତିଙ୍କୁ ନେଉଥିବା ବେଳେ ତାଙ୍କୁ ଛାଡ଼ିଦେବାକୁ ଦାବି କରି ଶତାଧିକ ମହିଳା ଗାଡ଼ି ଆଗରେ ଠିଆହୋଇ ପାଟି ତୁଣ୍ଡ କରିଛନ୍ତି। ଘଟଣା ସ୍ଥଳରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ ପହଞ୍ଚି ମହିଳାମାନଙ୍କୁ ବୁଝାଶୁଝା କରି ବସ୍‌ଟିକୁ ଶେରଗଡ଼ କୋର୍ଟକୁ ନେଇ ଯାଇଥିଲେ। ପରେ ମହିଳାମାନେ ଶେରଗଡ଼ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। କାଳିଆ ଓରଫ ନିରଞ୍ଜନ ଜେନାକୁ ଛାଡିବା ଦାବିରେ ଏସଡିପିଓ ଶ୍ରୀ ସିଂଙ୍କ ସହ ଯୁକ୍ତତର୍କ କରିଥିଲେ। ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ଧରାକୋଟ ଥାନା ଅଧିକାରୀ ମମତା କୁମାରୀ ସାମନ୍ତରାୟ, ବଡଗଡ ଥାନା ଅଧିକାରୀଙ୍କ ସମେତ ବହୁ ପୋଲିସ ମୁତୟନ କରାଯାଇଛି। ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ସୁସ୍ଥହୋଇ ଫେରିବା ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଉନ୍ମୋଚନ ହେବ ବୋଲି ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ସୁନାନ୍ତର ଗ୍ରାମର ସଞ୍ଜୟ ଗୌଡ ପୋଖରୀରୁ ଗୋଧୋଇ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହାଡୁ ଓରଫ ମହେନ୍ଦ୍ର ଜେନା ଖଣ୍ଡାରେ ଆକ୍ରମଣ କରିଥିଲେ। ପରେ ଉଭୟ ଗୋଷ୍ଠୀର ଲୋକେ ପହଞ୍ଚି ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀର ୧୩ଜଣ ଗୁରୁତର ଆହତ ହୋଇଥିଲେ। ଅପରପକ୍ଷରେ ଆଲୋକ ଜେନାଙ୍କ ଅଭିଯୋଗ କ୍ରମେ ପୋଲିସ ଆଉ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri