୨୬ରୁ ଜେଲରେ ମିଳିବ କମ୍ପ୍ୟୁଟର ଶିକ୍ଷା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସମାଜରେ ଉତ୍ତମ ଜୀବନ ବଞ୍ଚତ୍ବାପାଇଁ ଶିକ୍ଷା ଆମମାନଙ୍କୁ ସଂସ୍କାର ଦେଇଥାଏ। ଶିକ୍ଷାଭାବରୁ ଅନେକେ ଅପରାଧ ଦୁନିଆରେ ପାଦ ଦେବା ପରେ ସେମାନଙ୍କ ଜୀବନ ଅନ୍ଧକାରକୁ ଠେଲି ହୋଇଯାଉଛି। ସେମାନଙ୍କ ଜୀବନଙ୍କୁ ଆଲୋକିତ କରିବା ପାଇଁ ଜେଲ ମାନୁଆଲରେ ଅନେକ ସଂସ୍କାର ଅଣାଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ତାରିଖରୁ ଝାରପଡା ସ୍ବତନ୍ତ୍ର କାରାଗାରରେ କମ୍ୟୁଟର ଶିଖିବେ କଏଦୀ। ଏଥିପଇଁ ୩୦ଟି କମ୍ପ୍ୟୁଟରର ବ୍ୟବସ୍ଥା କରାଯାଇଛି। ସେହିପରି ପାଠ ପଢିବା ପାଇଁ ଆରମ୍ଭ କରାଯାଇଛି ଇ-ଲାଇବ୍ରେରୀ। ଏହା କଏଦୀଙ୍କୁ ଜେଲରୁ ବାହାରିବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ସୁସ୍ଥ ଜୀବନ ବଞ୍ଚତ୍ବାରେ ସହାୟକ ହେବ। ଏବେ ଝାରପଡା ସ୍ବତନ୍ତ୍ର ଜେଲରେ ରହି ୮୦ଜଣ ଇଗ୍ନୋରେ ପାଠ ପଢୁଛନ୍ତି। ଜେଲରେ ରହି ଯୁକ୍ତ୨, ଯୁକ୍ତ ୩ ଓ ପିଜି କରୁଛନ୍ତି କଏଦୀ। ସେମାନଙ୍କ ବୈଷୟିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଖବରକାଗଜ ସହ ମହାପୁରୁଷଙ୍କ ଆତ୍ମଜୀବନୀ ପଢିବାକୁ ଦିଆଯାଉଛି। ଖୁବଶୀଘ୍ର ଜେଲରେ କ୍ଳାସ ବ୍ୟବସ୍ଥା କରାଯିବ। ଜେଲ ଶ୍ରେଣୀ ଗୃହରେ ପାଠପଢି ଉଚ୍ଚ ଶିକ୍ଷିତ ହେବେ କଏଦୀ। ଜେଲ ମାନୁଆଲରେ ପରିବର୍ତ୍ତନ ପରେ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଜେଲ ସୁପରିଣ୍ଟେଣ୍ଡେନ୍ତ ଧିରେନ୍ଦ୍ର ନାଥ ବାରିକ ସୂଚନା ଦେଇଛନ୍ତି। ପୂର୍ବରୁ ଝାରପଡା ଜେଲରେ ଅନ୍ତେବାସୀଙ୍କୁ ସ୍ବଚ୍ଛ ପାନୀୟ ଦେବାକୁ ବ୍ୟବସ୍ଥା ହୋଇଥିବାବେଳେ ଅନ୍ତେବାସୀଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଆଗକୁ ଅଧିକ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri