୨୬ରୁ ଜେଲରେ ମିଳିବ କମ୍ପ୍ୟୁଟର ଶିକ୍ଷା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସମାଜରେ ଉତ୍ତମ ଜୀବନ ବଞ୍ଚତ୍ବାପାଇଁ ଶିକ୍ଷା ଆମମାନଙ୍କୁ ସଂସ୍କାର ଦେଇଥାଏ। ଶିକ୍ଷାଭାବରୁ ଅନେକେ ଅପରାଧ ଦୁନିଆରେ ପାଦ ଦେବା ପରେ ସେମାନଙ୍କ ଜୀବନ ଅନ୍ଧକାରକୁ ଠେଲି ହୋଇଯାଉଛି। ସେମାନଙ୍କ ଜୀବନଙ୍କୁ ଆଲୋକିତ କରିବା ପାଇଁ ଜେଲ ମାନୁଆଲରେ ଅନେକ ସଂସ୍କାର ଅଣାଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ତାରିଖରୁ ଝାରପଡା ସ୍ବତନ୍ତ୍ର କାରାଗାରରେ କମ୍ୟୁଟର ଶିଖିବେ କଏଦୀ। ଏଥିପଇଁ ୩୦ଟି କମ୍ପ୍ୟୁଟରର ବ୍ୟବସ୍ଥା କରାଯାଇଛି। ସେହିପରି ପାଠ ପଢିବା ପାଇଁ ଆରମ୍ଭ କରାଯାଇଛି ଇ-ଲାଇବ୍ରେରୀ। ଏହା କଏଦୀଙ୍କୁ ଜେଲରୁ ବାହାରିବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ସୁସ୍ଥ ଜୀବନ ବଞ୍ଚତ୍ବାରେ ସହାୟକ ହେବ। ଏବେ ଝାରପଡା ସ୍ବତନ୍ତ୍ର ଜେଲରେ ରହି ୮୦ଜଣ ଇଗ୍ନୋରେ ପାଠ ପଢୁଛନ୍ତି। ଜେଲରେ ରହି ଯୁକ୍ତ୨, ଯୁକ୍ତ ୩ ଓ ପିଜି କରୁଛନ୍ତି କଏଦୀ। ସେମାନଙ୍କ ବୈଷୟିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଖବରକାଗଜ ସହ ମହାପୁରୁଷଙ୍କ ଆତ୍ମଜୀବନୀ ପଢିବାକୁ ଦିଆଯାଉଛି। ଖୁବଶୀଘ୍ର ଜେଲରେ କ୍ଳାସ ବ୍ୟବସ୍ଥା କରାଯିବ। ଜେଲ ଶ୍ରେଣୀ ଗୃହରେ ପାଠପଢି ଉଚ୍ଚ ଶିକ୍ଷିତ ହେବେ କଏଦୀ। ଜେଲ ମାନୁଆଲରେ ପରିବର୍ତ୍ତନ ପରେ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ଜେଲ ସୁପରିଣ୍ଟେଣ୍ଡେନ୍ତ ଧିରେନ୍ଦ୍ର ନାଥ ବାରିକ ସୂଚନା ଦେଇଛନ୍ତି। ପୂର୍ବରୁ ଝାରପଡା ଜେଲରେ ଅନ୍ତେବାସୀଙ୍କୁ ସ୍ବଚ୍ଛ ପାନୀୟ ଦେବାକୁ ବ୍ୟବସ୍ଥା ହୋଇଥିବାବେଳେ ଅନ୍ତେବାସୀଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଆଗକୁ ଅଧିକ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri