Posted inଜାତୀୟ

ଦିଲ୍ଲୀକୁ ଅନ୍ଧାର କରିବା ଲାଗି ଷଡ଼ଯନ୍ତ୍ର: ପାକିସ୍ତାନୀ ଟୁଇଟର ହ୍ୟାଣ୍ଡେଲ ୩୦୮ ଉପରେ କଡ଼ା ନଜର

ନୂଆଦିଲ୍ଲୀ, ୨୫।୧: ଜାନୁୟାରୀ ୨୬ ଅବସରରେ ରାଜଧାନୀ ଦିଲ୍ଲୀରେ ପାଓ୍ବାର କଟ୍‌ କରି ଅନ୍ଧାର କରିବା ଲାଗି ଖଲିସ୍ତାନ ସମର୍ଥନ ଶିଖ୍‌ ଫର୍‌ ଜଷ୍ଟିସ୍‌ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ପ୍ରଦାନ କରାଯାଇଛି। ଏନେଇ ବିଏସ୍‌ଇଏସ୍‌ ଏବଂ ଦିଲ୍ଲୀ ପୋଲିସକୁ ମଧ୍ୟ ଗୁପ୍ତ ସତର୍କ ସୂଚନା ମିଳିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଡିସ୍କମ୍‌, ପାଓ୍ବାର ଗ୍ରୀଡ୍‌ ଏବଂ ପାଓ୍ବାର ସବ୍‌-ଷ୍ଟେଶନ ଆଦିର ସୁରକ୍ଷା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ପକ୍ଷରୁ ଶିଖ୍‌ ଫର୍‌ ଜଷ୍ଟିସ୍‌ ସଦସ୍ୟଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ହେବାକୁ ଥିବା ଟ୍ରାକ୍ଟର ରାଲିରେ ଗଣ୍ଡଗୋଳ ସୃଷ୍ଟି ଲାଗି ଯୋଜନା କରାଯାଇଛି। ପାକିସ୍ତାନୀ ଟୁଇଟର ହ୍ୟାଣ୍ଡେଲ ୩୦୮ରେ ଭାରତ ବିରୋଧରେ ରାଲି ସମୟରେ ହିଂସାକାଣ୍ଡ ଘଟାଇବା ଲାଗ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର ଦୀପେନ୍ଦ୍ର ପାଠକ ସୂଚନା ଦେଇଛନ୍ତି। ଏହି ଟୁଇଟର ହ୍ୟାଣ୍ଡେଲ ସମ୍ପର୍କିତ ୧ ମିନିଟ୍‌ ୨୯ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନୀ ଟୁଇଟର ହ୍ୟାଣ୍ଡେଲ ୩୦୮ ଉପରେ କଡ଼ା ନଜର ରଖାଯାଇଥିବା ଦିଲ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓଘର ପହଞ୍ଚି ବାବା ବୈଦନାଥଙ୍କୁ ଦର୍ଶନ କଲେ ତେଜ ପ୍ରତାପ

ରାଞ୍ଚି,୨୯।୭: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଝାଡ଼ଖଣ୍ଡର ଦେଓଘରରେ ଥିବା ବାବା ବୈଦନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଛନ୍ତି। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)...

ଦେଶରେ ୧୫ଦିନ ମଧ୍ୟରେ ୪ର୍ଥଥର ୪୦ହଜାରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ: ୯୪ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୦।୧୧: ଭାରତରେ କରୋନା ପ୍ରକୋପ ଜାରି ରହିଛି। ଗତ କିଛି ଦିନ ହେବ କେତେକ ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ଗୋଟିଏ ଦିନ ପୂର୍ବରୁ କରିଥିଲେ ଦଳ ପାଇଁ ପ୍ରଚାର, ଆଜି ଛାଡିଲେ ହାତ

ଭୋପାଳ,୨୪।୧୦: ମଧ୍ୟପ୍ରଦେଶରେ କଂଗେସକୁ ଏକ ବଡ଼ ଝଟ୍‌କା ଲାଗିଛି। ରବିବାର ବଡବାହର କଂଗ୍ରେସ ବିଧାୟକ ସଚିନ ବିର୍ଲାଙ୍କ କଂଗ୍ରେସ ବିଧାୟକ ଦଳ ଛାଡି ଭାଜପାରେ ଯୋଗ...

ଚାକିରି ସନ୍ତୁଷ୍ଟି: ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ଛାଡି ପୁଣି ହାବିଲଦାର ପଦକୁ ଫେରିଲେ ଯୁବକ…

ନୂଆଦିଲ୍ଲୀ,୭।୨ : ଚାକିରି ସନ୍ତୁଷ୍ଟି ବା ଜବ୍‌ ସାଟିସଫିକେଶନ କେତେକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ନିଜ ପସନ୍ଦର ଚାକିରି ନ ମିଳିଲେ ସେମାନଙ୍କୁ ସନ୍ତୋଷ...

ଓଡ଼ିଶାରେ ୨ ଜାଲ୍‌ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୮ (ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୧ଟି ୟୁନିଭର୍ସିଟିକୁ ଜାଲ୍‌ ଘୋଷଣା କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୧।୬: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଠିକ୍‌ ଜୁନ୍‌ ପହିଲାରେ କେରଳ ଛୁଇଁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ...

ପୁଣି ମୁଣ୍ଡ ଟେକିଲାଣି କରୋନା, ୬ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୩: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଏବେ ୬ଟି ରାଜ୍ୟରେ ପୁଣିଥରେ କରୋନା ମାମଲା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ...

କେଜ୍ରିଓ୍ବାଲଙ୍କୁ ବଡ଼ ଠକ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ମୋହାଲି, ୧୮।୧୨- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ପଞ୍ଜାବ ସିଏମ୍‌ ଅମରିନ୍ଦର ସିଂଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଦିଲ୍ଲୀ ବିଧାନସଭାରେ...

Advertisement
Archives

Model This Week