ସ୍ଥାଣୁତା ବଢ଼ାଉଛି ବାଳଅପରାଧ

ଭୁବନେଶ୍ୱର,୨୫।୧(ବ୍ୟୁରୋ): କୋମଳ ହୃଦୟରେ ବସା ବାନ୍ଧୁଛି ନିଷ୍ଠୁରତା। ନାବାଳକ ମନରେ ବୃଦ୍ଧି ପାଉଛି ଅପରାଧପ୍ରବଣତା। ଯେଉଁ ହାତରେ ଦେଶ ଗଢ଼ିବାକୁ କଲମ ଧରିବା କଥା, ସେହି ହାତ ଆଜି ଖଣ୍ଡା, ବନ୍ଧୁକ, ଭୁଜାଲି ଧରୁଛି। ଫୁଲମାଳ ବଦଳରେ ହାତକଡ଼ି ପଡୁଛି। ରାଜ୍ୟରେ ଅପରାଧ ବଢ଼ି ଚାଲିଥିବାବେଳେ ନାବାଳକଙ୍କ ସମ୍ପୃକ୍ତି ଚିନ୍ତା ବଢ଼ାଉଛି। ବାଳ ଅପରାଧ ରୋକିବା ପାଇଁ ବହୁ ଆଇନ ଓ ବ୍ୟବସ୍ଥା ରହିଛି। ସରକାରଙ୍କ ପକ୍ଷରୁ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଉଛି। ହେଲେ ବ୍ୟବସ୍ଥାର ସ୍ଥାଣୁତା, ପରିବାରରେ ପ୍ରତିକୂଳ ପରିବେଶ, ସାମାଜିକ ପରିସ୍ଥିତି ଆଜି କୋମଳମତୀ ନାବାଳକଙ୍କୁ ଅବାଟକୁ ଟାଣି ନେଉଛି।
କ୍ରାଇମବ୍ରାଞ୍ଚର ତଥ୍ୟ ଅନୁଯାୟୀ, ୨୦୧୭ରେ ରାଜ୍ୟରେ ବାଳ ଅପରାଧ ସଂକ୍ରାନ୍ତ ୧୦୮୯ଟି ମାମଲା ହୋଇଥିବାବେଳେ ୨୦୧୮ରେ ୧୧୫୫ ଓ ୨୦୧୯ରେ ଏହା ବୃଦ୍ଧି ପାଇଁ ୧୨୫୦ରେ ପହଞ୍ଚତ୍ଛି। ଏହି ତିନିବର୍ଷରେ ସମ୍ବଲପୁର ଜିଲାରେ ସର୍ବାଧିକ ୪୦୯ଜଣ ନାବାଳକ ଅପରାଧ ଘଟାଇଥିବାବେଳେ ସୋନପୁର ଜିଲାରେ ସର୍ବନିମ୍ନ ୩୦ ମାମଲା ହୋଇଛି। ତେବେ ୨୦୧୯ରେ ହୋଇଥିବା ୧୨୫୦ ମାମଲାରେ ସମ୍ପୃକ୍ତ ମୋଟ ୧୪୫୦ ଜଣଙ୍କ ମଧ୍ୟରୁ ୨୫ଜଣଙ୍କୁ ବୁଝାଇଶୁଝାଇ ଘରକୁ ଛଡାଯାଇଥିବାବେଳେ ୧୪୨୫ ଜଣଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ପଠାଇଯାଇଥିଲା। ସେଠାରୁ ସେମାନଙ୍କୁ ସ୍ବତନ୍ତ୍ର ସୁଧାର ଗୃହକୁ ପଠାଯାଇଥିଲା। ଏମାନଙ୍କ ମଧ୍ୟରୁ ୩ଜଣ ନାବାଳକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ୫୩ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ, ୧୧ଜଣଙ୍କ ବିରୋଧରେ ଅସଦାଚରଣ, ୨ଜଣଙ୍କ ବିରୋଧରେ ବଳାତ୍କାର, ୯୧୦ଜଣଙ୍କ ବିରୋଧରେ ଚୋରି, ୧୩୬ ଜଣଙ୍କ ବିରୋଧରେ ଲୁଟ୍‌ ଆଦି ଅଭିଯୋଗ ହୋଇଥିଲା। ସେହିଭଳି ୧୨୦ଜଣଙ୍କ ମା’ବାପା ଆଦୌ ପାଠ ପଢି ନ ଥିବାେବେଳ ୪୧୧ଜଣ ପ୍ରାଇମେରୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ୮୪୮ ଜଣଙ୍କ ମା’ବାପା ପ୍ରାଇମେରୀରୁ ମାଟ୍ରିକ ଓ ୨୭ଜଣ ଉଚ୍ଚ ମାଧ୍ୟମିକ ମଧ୍ୟରେ ପାଠ ପଢିଛନ୍ତି। କେତେକ ଘଟଣାରେ ସମ୍ପୃକ୍ତ ନାବାଳକଙ୍କ ମା’ବାପାଙ୍କ ଶିକ୍ଷାଗତ ଯୋଗ୍ୟତା ଜଣା ପଡ଼ି ନ ଥିବାବେଳେ ଉଚ୍ଚ ମାଧ୍ୟମିକରୁ ଅଧିକ ପାଠ ପଢିଥିବା ବାପା ମା’ଙ୍କ ପିଲା ଆଦୌ ଅପରାଧ ଘଟାଇ ନାହାନ୍ତି।

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri