ରେଜଲ୍ଟରେ ତ୍ରୁଟି ଥିଲେ ୨୩ ସୁଦ୍ଧା ଅଭିଯୋଗ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଚଳିତ ବର୍ଷ କରୋନା ଯୋଗୁ ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରୀଛାତ୍ରଙ୍କୁ ଅଲଟରନେଟିଭ୍‌ ଆସେସମେଣ୍ଟ ସ୍କିମ୍‌ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି। ରେଜଲ୍ଟରେ ତଥ୍ୟ ଆଧାରିତ ତ୍ରୁଟି ଥିଲେ ଛାତ୍ରୀଛାତ୍ରମାନେ ଜଣାଇପାରିବେ। ସେମାନେ ଏ ସମ୍ପର୍କରେ ଆସନ୍ତା ୨୩ ତାରିଖ ଭିତରେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଉପଯୁକ୍ତ ପ୍ରମାଣ ସହ ଅଭିଯୋଗ ଦାଖଲ କରିବେ। ଅଧ୍ୟକ୍ଷ ଉକ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବେ। ଏହା ସତ୍ୟ ହୋଇଥିଲେ, ଅଧ୍ୟକ୍ଷମାନେ ମାର୍କଶିଟ୍‌ ଓ ଅନ୍ୟାନ୍ୟ ପ୍ରମାଣଗତ ଦସ୍ତାବିଜ ସହ ପରୀକ୍ଷା ନିୟନ୍ତ୍ରକଙ୍କୁ ୨୪ତାରିଖ ମଧ୍ୟରେ ପଠାଇବେ। ସେପଟେ ଯେଉଁ ଛାତ୍ରୀଛାତ୍ରମାନେ ମାର୍କରେ ସନ୍ତୁଷ୍ଟ ନୁହନ୍ତି ସେମାନେ ଚାହିଁଲେ ଅଫ୍‌ଲାଇନ ପରୀକ୍ଷା ଦେଇପାରିବେ। ଅଫ୍‌ଲାଇନ ପରୀକ୍ଷା ସର୍ମ୍ପକରେ ସବିଶେଷ ସୂଚନା ଏବଂ ବିଜ୍ଞପ୍ତି ଆସନ୍ତା ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା...

ଭିଡ଼ ରୋକିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ବେଳେ ହେଉଥିବା ଭିଡ଼ ରୋକିବାକୁ ନିର୍ବାଚନ କମିଶନ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୭ରୁ ନାମାଙ୍କନ ଚାଲିଥିବା ବେଳେ...

ପରଦା କଳାର ସହର ଧଳାପଥର

ଖୋର୍ଦ୍ଧା ଅଫିସ,୧୭ା୬:  ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଧଳାପଥର ପରଦା କଳାର ସହର ଭାବେ ପରିଚିତ। ଘର ସାଜସଜ୍ଜାଠାରୁ ଅଫିସ ଆଦି ସ୍ଥାନରେ ପରଦା ଲାଗିଥାଏ।...

ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍‌ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର...

ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର

ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା...

ମାଣ ବସେଇଲେ ୧୦୦ ମହିଳା

ଭୁବନେଶ୍ୱର,୬।୧୨(ବ୍ୟୁରୋ):ଲକ୍ଷ୍ମୀପୁରାଣର ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଯୁବପିଢ଼ି ତଥା ସହରବାସୀଙ୍କ ମଧ୍ୟରେ ମାଣବସା ଗୁରୁବାରର ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ଶ୍ରୀ ଉତ୍ସବ’ ଅନୁଷ୍ଠାନ ପକ୍ଷରୁ...

ମଣ୍ଡି ଖୋଲିନି, ଖଳାରେ ପଡିରହିଛି ଧାନ

କୋକସରା, ୧୩।୧୧ (ଡି.ଏନ.ଏ.) ଖରିଫ ଧାନ ଏବେ ଅମଳ କରୁଛନ୍ତି ଚାଷୀ। ସ୍ବଳ୍ପ ଓ ମଧ୍ୟମ କିସମ ଧାନ ଅମଳ ହୋଇସାରିଥିବା ବେଳେ ବଡ ଧାନ...

ବାପାଙ୍କ ଏଟିଏମ୍‌ କାର୍ଡ ଆଣିବାକୁ ଯାଇ ଫେରିଲେନି ୩ ଭାଇ: ସୁଡଙ୍ଗରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ

ଆର୍‌.ଉଦୟଗିରି,୨୩।୫: ଗଜପତି ଜିଲା ଅନ୍ତର୍ଗତ ଅଡବା ଥାନାର ବିରିକୋଟ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ସୁଡଙ୍ଗ ଭିତରକୁ ଯାଇ...

Advertisement
Archives

Model This Week