ବଢୁଛି ଅଭିଯୋଗ, ଶୁଣିବାକୁ ନାହାନ୍ତି ଅଧିକାରୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୭: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତ ଅଞ୍ଚଳରେ ୫ଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଜିଲା ପ୍ରଶାସନ ନିକଟରେ ଶୁକ୍ରବାର ଅଭିଯୋଗ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଅଧୀନରେ ଥିବାରୁ ଶ୍ରମିକ ସମସ୍ୟା ଏଥିରେ ଜଡିତ ଅଛି। ଏହି ପ୍ରକଳ୍ପର ଅନିୟମିତତାକୁ ନେଇ ସ୍ଥନୀୟ ଗ୍ରାମବାସୀ ଗତ ବର୍ଷେ ଧରି ବାରମ୍ବାର ଅଭିଯୋଗ କରୁଛନ୍ତି। ଜବ୍‌କାର୍ଡଧାରୀ ଶ୍ରମିକ ବଦଳରେ ଏଠାରେ ମେଶିନ ଦ୍ୱାରା କାମ କରାଯାଉଛି। ଏ ନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେମାନେ ହତାଶ ହୋଇପଡିଛନ୍ତି। ଅପରପକ୍ଷରେ ଶ୍ରମିକ ବଦଳରେ ମେଶିନ କାର୍ଯ୍ୟ କରିବା ଅଭିଯୋଗ ଏରଡଙ୍ଗରେ ସୀମିତ ନୁହେଁ। ପ୍ରତି ବ୍ଲକ ଅଞ୍ଚଳର ଏଭଳି ଅଭିଯୋଗ ଜିଲା ପ୍ରଶାସନ ନିକଟରେ ବର୍ଷ ସାରା ପହଞ୍ଚୁଛି। ଏହି ଯୋଜନା ପରିବର୍ତ୍ତିତ ଭାବେ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଜିଲାରେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତି ହୋଇ ନ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଏରଡଙ୍ଗର ଅଭୟ କୁମାର ଦାସ କୁହନ୍ତି, କରୋନା ସଂକ୍ରମଣ ଭୟ ପରେ କର୍ମନିଯୁକ୍ତି କ୍ଷେତ୍ରରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କର୍ମ ସ୍ଥାନରୁ ପ୍ରବାସୀ ଜିଲାକୁ ଫେରିଥିଲେ ମଧ୍ୟ ଅର୍ଥ ରୋଜଗାର ଏକ ବଡ ସମସ୍ୟା ହୋଇଛି। ଏହି ଦୁଃସ୍ଥିତିରୁ ରକ୍ଷା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ପ୍ରାଥମିକତା ଦିଆଯାଇଥିଲା। ତେବେ ଶ୍ରମିକ ବଦଳରେ ମେଶିନ କାର୍ଯ୍ୟ କରିବା ଦ୍ୱାରା ବହୁ ପ୍ରବାସୀ ନିରାଶ ହୋଇଛନ୍ତି। ଅନ୍ୟତମ ଅଭିଯୋଗକାରୀ ଶ୍ରୀତମ ଦାସ କୁହନ୍ତି, ପ୍ରତି ଜବ୍‌କାର୍ଡଧାରୀଙ୍କ ପାଇଁ ଅନୂ୍ୟନ ୧୦୦ ଦିନ କାମ ପାଇଁ ଯୋଜନା ହୋଇଛି। ପ୍ରକଳ୍ପଗୁଡିକରେ କର୍ମନିଯୁକ୍ତି ମିଳୁ ନ ଥିବାରୁ ଯୁବବର୍ଗ ଜିଲା ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସାମାଜିକ କର୍ମୀ ଅମିତାଭ ଚାନ୍ଦ କହିଛନ୍ତି, ଜିଲାରେ ଅନୂ୍ୟନ ଜଣେ ଅମ୍ବୁଡସମ୍ୟାନ ନିଯୁକ୍ତି ପାଇବାକୁ ଥିବା ବେଳେ ଏଥିରେ ୨ ଅଧିକାରୀ ରହିପାରିବେ। ଯୋଜନାର ମୋଟ ୨୩ ବିଭାଗର ଅନିୟମିତତାକୁ ଏହି ଅଧିକାରୀ ତଦାରଖ କରିବେ। ଏହାଦ୍ୱାରା ଯୋଜନାର ଅଗ୍ରଗତି, ଶ୍ରମିକ ସମସ୍ୟା, ମିଛ ମଷ୍ଟରରୋଲ, ପ୍ରକଳ୍ପ ଆଦିର ଅନିୟମିତତାକୁ ରୋକାଯାଇପାରିବ। ଜିଲାରେ ଏହି ଅଧିକାରୀ ନ ଥିବାରୁ ସରକାରଙ୍କ ଏହି ଯୋଜନା ଜିଲାରେ ଫେଲ ମାରିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ୨୦୧୦ ମସିହାରେ ଯୋଜନାର ସୁପରିଚାଳନା ପାଇଁ ଆଇନର ଧାରା ୨୭ରେ ଅମ୍ବୁଡସମ୍ୟାନ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାର ୨୦୧୧ ଓ ୨୦୧୨ ମସିହାରେ ପ୍ରତ୍ୟେକ ଜିଲାରେ ଅମ୍ବୁଡସମ୍ୟାନ ନିଯୁକ୍ତ କରିଥିଲେ। ଏହାର ଅବଧି ଶେଷ ପରେ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲା ସମେତ ରାଜ୍ୟର ୧୯ଟି ଜିଲାରେ ଏହି ପଦବୀ ପୂରଣ ହୋଇନାହିଁ। ଫଳରେ ଶ୍ରମିକ ସମସ୍ୟାକୁ ନେଇ ସମାଧାନ ହୋଇପାରୁନାହିଁ। ବହୁ ସମୟରେ ପ୍ରକଳ୍ପରେ ଅନିୟମିତତା ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଯୋଜନାର ସାମାଜିକ ସମୀକ୍ଷା ବୈଠକ ହେଉଛି। ଏଥିରେ ଅନିୟମିତତା ଅଭିଯୋଗକୁ ତଦନ୍ତ କରାଯାଉଛି। ଉଚ୍ଚ ନ୍ୟାୟାଳୟରେ ଏକ ମାମଲାର ସମାଧାନ ହୋଇ ନ ଥିବାରୁ ଅମ୍ବୁଡସମ୍ୟାନ ନିଯୁକ୍ତି ହୋଇ ପାରି ନ ଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri