ବଢୁଛି ଅଭିଯୋଗ, ଶୁଣିବାକୁ ନାହାନ୍ତି ଅଧିକାରୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୭: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତ ଅଞ୍ଚଳରେ ୫ଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଜିଲା ପ୍ରଶାସନ ନିକଟରେ ଶୁକ୍ରବାର ଅଭିଯୋଗ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଅଧୀନରେ ଥିବାରୁ ଶ୍ରମିକ ସମସ୍ୟା ଏଥିରେ ଜଡିତ ଅଛି। ଏହି ପ୍ରକଳ୍ପର ଅନିୟମିତତାକୁ ନେଇ ସ୍ଥନୀୟ ଗ୍ରାମବାସୀ ଗତ ବର୍ଷେ ଧରି ବାରମ୍ବାର ଅଭିଯୋଗ କରୁଛନ୍ତି। ଜବ୍‌କାର୍ଡଧାରୀ ଶ୍ରମିକ ବଦଳରେ ଏଠାରେ ମେଶିନ ଦ୍ୱାରା କାମ କରାଯାଉଛି। ଏ ନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେମାନେ ହତାଶ ହୋଇପଡିଛନ୍ତି। ଅପରପକ୍ଷରେ ଶ୍ରମିକ ବଦଳରେ ମେଶିନ କାର୍ଯ୍ୟ କରିବା ଅଭିଯୋଗ ଏରଡଙ୍ଗରେ ସୀମିତ ନୁହେଁ। ପ୍ରତି ବ୍ଲକ ଅଞ୍ଚଳର ଏଭଳି ଅଭିଯୋଗ ଜିଲା ପ୍ରଶାସନ ନିକଟରେ ବର୍ଷ ସାରା ପହଞ୍ଚୁଛି। ଏହି ଯୋଜନା ପରିବର୍ତ୍ତିତ ଭାବେ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଜିଲାରେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତି ହୋଇ ନ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଏରଡଙ୍ଗର ଅଭୟ କୁମାର ଦାସ କୁହନ୍ତି, କରୋନା ସଂକ୍ରମଣ ଭୟ ପରେ କର୍ମନିଯୁକ୍ତି କ୍ଷେତ୍ରରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କର୍ମ ସ୍ଥାନରୁ ପ୍ରବାସୀ ଜିଲାକୁ ଫେରିଥିଲେ ମଧ୍ୟ ଅର୍ଥ ରୋଜଗାର ଏକ ବଡ ସମସ୍ୟା ହୋଇଛି। ଏହି ଦୁଃସ୍ଥିତିରୁ ରକ୍ଷା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ପ୍ରାଥମିକତା ଦିଆଯାଇଥିଲା। ତେବେ ଶ୍ରମିକ ବଦଳରେ ମେଶିନ କାର୍ଯ୍ୟ କରିବା ଦ୍ୱାରା ବହୁ ପ୍ରବାସୀ ନିରାଶ ହୋଇଛନ୍ତି। ଅନ୍ୟତମ ଅଭିଯୋଗକାରୀ ଶ୍ରୀତମ ଦାସ କୁହନ୍ତି, ପ୍ରତି ଜବ୍‌କାର୍ଡଧାରୀଙ୍କ ପାଇଁ ଅନୂ୍ୟନ ୧୦୦ ଦିନ କାମ ପାଇଁ ଯୋଜନା ହୋଇଛି। ପ୍ରକଳ୍ପଗୁଡିକରେ କର୍ମନିଯୁକ୍ତି ମିଳୁ ନ ଥିବାରୁ ଯୁବବର୍ଗ ଜିଲା ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସାମାଜିକ କର୍ମୀ ଅମିତାଭ ଚାନ୍ଦ କହିଛନ୍ତି, ଜିଲାରେ ଅନୂ୍ୟନ ଜଣେ ଅମ୍ବୁଡସମ୍ୟାନ ନିଯୁକ୍ତି ପାଇବାକୁ ଥିବା ବେଳେ ଏଥିରେ ୨ ଅଧିକାରୀ ରହିପାରିବେ। ଯୋଜନାର ମୋଟ ୨୩ ବିଭାଗର ଅନିୟମିତତାକୁ ଏହି ଅଧିକାରୀ ତଦାରଖ କରିବେ। ଏହାଦ୍ୱାରା ଯୋଜନାର ଅଗ୍ରଗତି, ଶ୍ରମିକ ସମସ୍ୟା, ମିଛ ମଷ୍ଟରରୋଲ, ପ୍ରକଳ୍ପ ଆଦିର ଅନିୟମିତତାକୁ ରୋକାଯାଇପାରିବ। ଜିଲାରେ ଏହି ଅଧିକାରୀ ନ ଥିବାରୁ ସରକାରଙ୍କ ଏହି ଯୋଜନା ଜିଲାରେ ଫେଲ ମାରିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ୨୦୧୦ ମସିହାରେ ଯୋଜନାର ସୁପରିଚାଳନା ପାଇଁ ଆଇନର ଧାରା ୨୭ରେ ଅମ୍ବୁଡସମ୍ୟାନ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାର ୨୦୧୧ ଓ ୨୦୧୨ ମସିହାରେ ପ୍ରତ୍ୟେକ ଜିଲାରେ ଅମ୍ବୁଡସମ୍ୟାନ ନିଯୁକ୍ତ କରିଥିଲେ। ଏହାର ଅବଧି ଶେଷ ପରେ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲା ସମେତ ରାଜ୍ୟର ୧୯ଟି ଜିଲାରେ ଏହି ପଦବୀ ପୂରଣ ହୋଇନାହିଁ। ଫଳରେ ଶ୍ରମିକ ସମସ୍ୟାକୁ ନେଇ ସମାଧାନ ହୋଇପାରୁନାହିଁ। ବହୁ ସମୟରେ ପ୍ରକଳ୍ପରେ ଅନିୟମିତତା ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଯୋଜନାର ସାମାଜିକ ସମୀକ୍ଷା ବୈଠକ ହେଉଛି। ଏଥିରେ ଅନିୟମିତତା ଅଭିଯୋଗକୁ ତଦନ୍ତ କରାଯାଉଛି। ଉଚ୍ଚ ନ୍ୟାୟାଳୟରେ ଏକ ମାମଲାର ସମାଧାନ ହୋଇ ନ ଥିବାରୁ ଅମ୍ବୁଡସମ୍ୟାନ ନିଯୁକ୍ତି ହୋଇ ପାରି ନ ଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri