ଥାନାରେ ପହଞ୍ଚିଲା ଚପଲ ଚୋରି ମାମଲା

ଭୋପାଳ,୬।୫: ମଧ୍ୟପ୍ରଦେଶ ଉଜ୍ଜେନ ଜିଲାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସବୁବେଳେ ଲୋକମାନେ ଚୋରି, ମାରପିଟ କିମ୍ବା କୌଣସି ଅପରାଧିକ ମାମଲାକୁ ନେଇ ଥାନାରେ ପହଞ୍ଚିଥାନ୍ତି। କିନ୍ତୁ କେବେ କେହି ଶୁଣିଛନ୍ତି କି, କୌଣସି ବ୍ୟକ୍ତି ନିଜର ଚପଲ ଚୋରି ହୋଇଯିବାରୁ ଥାନାରେ ମାମଲା ରୁଜୁ କରିଥିବା କଥା। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉଜ୍ଜେନ ଜିଲାର ଖାଚରୋଡର ତାରୋଡ ଗାଁରେ। ଉକ୍ତ ଗାଁରେ ରହୁଥିବା ଜିତେନ୍ଦ୍ର ବାଗରି ନାମକ ଜଣେ ବ୍ୟକ୍ତି ତାଙ୍କ ଚପଲ ଚୋରି ହେବାକୁ ନେଇ ଖାଚରୋଡ ପୋଲିସ ଷ୍ଟେଶନରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ର ଘରେ ଥିବା ବେଳେ କେହି ଜଣେ ତାଙ୍କ ଚପଲ ଚୋରି କରି ନେଇଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏଫ୍‌ଆଇଆର ରୁଜୁ କରିଛନ୍ତି। ଉକ୍ତ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଯଦି କେହି ବ୍ୟକ୍ତି ତାଙ୍କ ଚପଲର ବ୍ୟବହାର କରି କୌଣସି ଅପରାଧ ଘଟାନ୍ତି ତେବେ ସେଥିପାଇଁ ସେ ଦାୟି ରହିବେ ନାହିଁ। ଖାଲି ସେତିକି ନୁହେଁ ଚପଲର ରଙ୍ଗ, ଓ କମ୍ପାନୀ ନାମ ମଧ୍ୟ ସେ ଅଭିଯୋଗରେ ଲେଖିଛନ୍ତି। କିଛିମାସ ପୂର୍ବରୁ ଜିତେନ୍ଦ୍ର ୧୮୦ ଟଙ୍କା ଦେଇ ଏହି ଚପଲ କିଣିଥିଲେ। ଚପଲ ଚୋରି କରିଥିବା ବ୍ୟକ୍ତି ଯଦି ଆଉ କୌଣସି ଅପରାଧିକ କାର୍ଯ୍ୟ କରନ୍ତି ଆଉ ସେଥିପାଇଁ ଜିତେନ୍ଦ୍ରଙ୍କୁ ଦାୟି କରାଯିବା ଆଶଙ୍କା କରି ଥାନାରେ ଅଭିଯୋଗ କରିବା ଠିକ୍‌ ବୋଲି ସେ ଭାବିଥିଲେ। ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ମଧ୍ୟ ମାମଲାର ତଦନ୍ତ ଆରମ୍ଭ କରିଛି। ଏଥିସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଚପଲ ଏବଂ ଅଭିଯୋଗ କପିର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ବିଜୟକୁ ନେଇ ବର୍ଷିଲେ ଅଭିଷେକ ବାନାର୍ଜୀ !

କୋଲକାତା,୨୫।୫: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ, ଭାଜପାର ଦେବାଂଶୁ ପଣ୍ଡା ସିପିଆଇ(ଏମ)ର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶମ୍ଭୁ ନାଥ କୁର୍ମିଙ୍କୁ ୧୦୯,୦୨୧ ଭୋଟର ବିପୁଳ…

ପୋଲିସକୁ ଦେଖି ଖସି ଯାଉଥିଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରିଲା ପରେ ମିଳିଲା…

ଲକ୍ଷ୍ମୀପୁର,୨୫ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମା ଥାନା ପୋଲିସ ଦ୍ବାରା ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଗଞ୍ଜେଇକୁ ଗାଡ଼ି…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri