ଥାନାରେ ପହଞ୍ଚିଲା ଚପଲ ଚୋରି ମାମଲା

ଭୋପାଳ,୬।୫: ମଧ୍ୟପ୍ରଦେଶ ଉଜ୍ଜେନ ଜିଲାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସବୁବେଳେ ଲୋକମାନେ ଚୋରି, ମାରପିଟ କିମ୍ବା କୌଣସି ଅପରାଧିକ ମାମଲାକୁ ନେଇ ଥାନାରେ ପହଞ୍ଚିଥାନ୍ତି। କିନ୍ତୁ କେବେ କେହି ଶୁଣିଛନ୍ତି କି, କୌଣସି ବ୍ୟକ୍ତି ନିଜର ଚପଲ ଚୋରି ହୋଇଯିବାରୁ ଥାନାରେ ମାମଲା ରୁଜୁ କରିଥିବା କଥା। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉଜ୍ଜେନ ଜିଲାର ଖାଚରୋଡର ତାରୋଡ ଗାଁରେ। ଉକ୍ତ ଗାଁରେ ରହୁଥିବା ଜିତେନ୍ଦ୍ର ବାଗରି ନାମକ ଜଣେ ବ୍ୟକ୍ତି ତାଙ୍କ ଚପଲ ଚୋରି ହେବାକୁ ନେଇ ଖାଚରୋଡ ପୋଲିସ ଷ୍ଟେଶନରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ର ଘରେ ଥିବା ବେଳେ କେହି ଜଣେ ତାଙ୍କ ଚପଲ ଚୋରି କରି ନେଇଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏଫ୍‌ଆଇଆର ରୁଜୁ କରିଛନ୍ତି। ଉକ୍ତ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଯଦି କେହି ବ୍ୟକ୍ତି ତାଙ୍କ ଚପଲର ବ୍ୟବହାର କରି କୌଣସି ଅପରାଧ ଘଟାନ୍ତି ତେବେ ସେଥିପାଇଁ ସେ ଦାୟି ରହିବେ ନାହିଁ। ଖାଲି ସେତିକି ନୁହେଁ ଚପଲର ରଙ୍ଗ, ଓ କମ୍ପାନୀ ନାମ ମଧ୍ୟ ସେ ଅଭିଯୋଗରେ ଲେଖିଛନ୍ତି। କିଛିମାସ ପୂର୍ବରୁ ଜିତେନ୍ଦ୍ର ୧୮୦ ଟଙ୍କା ଦେଇ ଏହି ଚପଲ କିଣିଥିଲେ। ଚପଲ ଚୋରି କରିଥିବା ବ୍ୟକ୍ତି ଯଦି ଆଉ କୌଣସି ଅପରାଧିକ କାର୍ଯ୍ୟ କରନ୍ତି ଆଉ ସେଥିପାଇଁ ଜିତେନ୍ଦ୍ରଙ୍କୁ ଦାୟି କରାଯିବା ଆଶଙ୍କା କରି ଥାନାରେ ଅଭିଯୋଗ କରିବା ଠିକ୍‌ ବୋଲି ସେ ଭାବିଥିଲେ। ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ମଧ୍ୟ ମାମଲାର ତଦନ୍ତ ଆରମ୍ଭ କରିଛି। ଏଥିସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ଅନ୍ୟପଟେ ଏହି ଚପଲ ଏବଂ ଅଭିଯୋଗ କପିର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ମଜା ଉଡାଇଲେ ଶୁଭେନ୍ଦୁ

କୋଲକତା,୮।୯:ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ...

ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ମମତା

କୋଲକାତା,୧୧ା୧: ଲୋକ ସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ମଞ୍ଚରେ ଏକାଠି...

ଏବେଠୁ ଭୟ: ଗୋଆରେ ସବୁ ପ୍ରାର୍ଥୀଙ୍କୁ ରିସୋର୍ଟକୁ ନେଲା କଂଗ୍ରେସ

ପଣଜୀ,୯।୩: ଗୋଆରେ ନିର୍ବାଚନ ଫଳାଫଳ ଆସିବାର ଅବ୍ୟବହିତ ପୂର୍ବରୁ ସରକାର ଗଠନକୁ ନେଇ ଅଣ୍ଟା ଭିଡିଛି କଂଗ୍ରେସ। ବିଶେଷକରି ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ...

ଭାଜପାକୁ ଟାର୍ଗେଟ କଲେ ଦିଦି

କୋଲକାତା,୧୨।୯: ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର ମମତା କୋଲକତାରେ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ବିରୋଧରେ...

ଶୁକ୍ରବାର ଦିଲ୍ଲୀରେ ଏମ୍‌ସିଡି ମେୟର ନିର୍ବାଚନ: ବ୍ୟବହାର ହେବ ୩ରଙ୍ଗର ବାଲାଟ ପେପର

ନୂଆଦିଲ୍ଲୀ,୫।୧: ଦିଲ୍ଲୀରେ ଏମ୍‌ସିଡି ନିର୍ବାଚନ ପରେ ବର୍ତ୍ତମାନ ମେୟର ନିର୍ବାଚନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଜାନୁଆରୀ ୬ ଅର୍ଥାତ୍‌ ଶୁକ୍ରବାର ଦିଲ୍ଲୀ ଏମ୍‌ସିଡିର ମେୟର...

ମୋଦି ସରକାରଙ୍କ ୨.୦କୁ ଗୋଟିଏ ବର୍ଷ: ଜାତି ଉଦ୍ଦେଶ୍ୟରେ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି। ଏହି ବର୍ଷପୂର୍ତ୍ତି ଅବସରରେ ମୋଦି ଜାତି ଉଦ୍ଦେଶ୍ୟରେ ଏକ ଚିଠି...

କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ହଟହଟା

କୋଲକାତା,୨୦-୯(ପି.ଟି.):ଏବିଭିପି ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟହଟା ହେବାକୁ ପଡ଼ିଛି। ଗୋଟିଏ ଛାତ୍ରଗୋଷ୍ଠୀ ତାଙ୍କୁ...

ଜମ୍ମୁ-କଶ୍ମୀର ସ୍ଥିତି ସଙ୍କଟ ଜନକ; ଅତ୍ୟାଚାରରୁ ମୁକ୍ତି ଚାହୁଁଛନ୍ତି ଲୋକେ: ପ୍ରଗତି ମହିଳା ସଂଗଠନ

ଶ୍ରୀନଗର,୨୪।୯: ଜମ୍ମୁ-କଶ୍ମୀରର ସ୍ଥିତି ସଙ୍କଟ ଜନକ ରହିଛି। ଏଠାରେ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଥିବା ପ୍ରଗତି ମହିଳା ସଂଗଠନ...

Advertisement
Archives

Model This Week