ଶ୍ରେୟ ନେବାକୁ ପ୍ରତିଦ୍ୱନ୍ଦ୍ୱିତା

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଶ୍ରୀକ୍ଷେତ୍ରରେ ନବନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ସୋମବାର ଲୋକାର୍ପଣ ହେବ। ଏହାର ଅବ୍ୟବହିତ ପୂର୍ବରୁ ଶ୍ରେୟ ନେବାକୁ ଶାସକ ବିଜେଡି ଏବଂ ଭାଜପା ମଧ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମନ୍ତ୍ରଣ କରିବା କଥା ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍‌ ପାତ୍ର ଟୁଇଟ୍‌ କରିବା ପରେ ଏହାର ଉତ୍ତର ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ସେ କହିଛନ୍ତି ବିଜୁ ଜନତା ଦଳ କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେନାହିଁ। ଦୁଇ ନେତାଙ୍କ ଟୁଇଟ୍‌ ଯୁଦ୍ଧ ମଧ୍ୟରେ ପୁରୀ ଏମ୍‌ପି ପିନାକୀ ମିଶ୍ର କେନ୍ଦ୍ରୀୟ ଅନୁଦାନ ସମ୍ପର୍କିତ ତଥ୍ୟ ରଖିଛନ୍ତି। ସେ ସମ୍ବିତ୍‌ଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି କହିଛନ୍ତି, ମେଡିକାଲ କଲେଜରେ ହୋଇଥିବା ମୋଟ ଖର୍ଚ୍ଚର ୧୭.୮% କେନ୍ଦ୍ରୀୟ ଅନୁଦାନ। ମେଡିକାଲ କଲେଜର ଶ୍ରେୟ ନେବାକୁ ରାଜ୍ୟ-କେନ୍ଦ୍ର ମଧ୍ୟରେ ଏଭଳି ପ୍ରତିଦ୍ୱନ୍ଦ୍ୱିତା ଆଞ୍ଚଳିକ ରାଜନୀତିକୁ ସରଗରମ କରିଛି।
ଭାଜପା ମୁଖପାତ୍ର ସମ୍ବିତ୍‌ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରୀୟ ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହେଉଥିବା ମେଡିକାଲ କଲେଜ ପ୍ରକଳ୍ପ ଉଦ୍‌ଘାଟନ କିମ୍ବା ଶିଳାନ୍ୟାସ ବେଳେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ତୁରନ୍ତ ଅବଗତ କରିବା ଉଚିତ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଥିଲେ। ଉକ୍ତ ଚିଠିକୁ ସମ୍ବିତ୍‌ ଟ୍ୟାଗ୍‌ କରିଛନ୍ତି। ମେଡିକାଲ କଲେଜ ପ୍ରତିଷ୍ଠା ଲାଗି କେନ୍ଦ୍ର ପାଣ୍ଠି ଯୋଗାଉଥିବା ବିଷୟ ସମ୍ବିତ ସିଧାସଳଖ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି। ତେଣୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ କେନ୍ଦ୍ର ଯୋଜନା ଅନ୍ତର୍ଗତ ବୋଲି ପ୍ରମାଣିତ କରିବା ଏବଂ ଲୋକଙ୍କ ମନରେ ଏହି ଧାରଣା ସୃଷ୍ଟି କରିବାକୁ ସେ ଉଦ୍ୟମ କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ସମ୍ବିତ୍‌ଙ୍କ ଏହି ଟୁଇଟ୍‌ ପରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ସାରା ଭାରତବର୍ଷ ଜାଣିଛି ନବୀନ ପଟ୍ଟନାୟକ ନିଜ ଢୋଲ ନିଜେ ପିଟିବାକୁ ବିଶ୍ୱାସ କରନ୍ତି ନାହିଁ। ଯଦି ଓଡ଼ିଶାର ଅଭିବୃଦ୍ଧି ହେଉଛି, ତାହା ହେଲା ପ୍ରାଥମିକତା ବୋଲି ଦେବୀ କହିଛନ୍ତି। ଅନ୍ୟପଟେ ଏମ୍‌ପି ପିନାକୀ ମିଶ୍ର କହିଛନ୍ତି, ପୁରୀ ମେଡିକାଲ କଲେଜ ଲାଗି ମୋଟ ୬୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ କେନ୍ଦ୍ର ସରକାର ୧୧୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ମୋଟ ଖର୍ଚ୍ଚର ୧୭.୮ ପ୍ରତିଶତ। କେନ୍ଦ୍ର ଦେଇଥିବା ଅର୍ଥ ପାଇଁ ରାଜ୍ୟବାସୀ ଖୁସି। ନିୟମାନୁଯାୟୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ସୋମବାର ମେଡିକାଲ କଲେଜର ଲୋକାର୍ପଣ ହେବାକୁ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେଡିକାଲ କଲେଜର ପ୍ରଥମ ବ୍ୟାଚ୍‌ ପାଇଁ ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କ ଆଡମିଶନ ଶେଷ ହୋଇଛି। ପୁରୀ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ଏଭଳି ମେଡିକାଲ କଲେଜ ସ୍ଥାପନ କରାଯାଇଥିବାରୁ ଏହାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷ ଉତ୍ସାହିତ ଅଛନ୍ତି। ପୁରୀ-କୋଣାର୍କ ରାସ୍ତାର ବାଲିଗୁଆଳିଠାରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ସୋମବାରଠାରୁ ପ୍ରଥମ ବ୍ୟାଚ୍‌ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍‌ରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?