ଥ୍ରେଡ୍ସକୁ ଧମକ ଦେଲା ଟୁଇଟର, କହିଲା ପ୍ରତିଯୋଗିତା ଭଲ, ପ୍ରତାରଣା ନୁହେଁ

ନୁୟର୍କ,୭।୭: ମେଟାର ନୂଆ ଟେଷ୍ଟ-ଆଧାରିତ ଆପ ଥ୍ରେଡ୍ସ ଆପ ଆରମ୍ଭ ହେବା ଦିନଠାରୁ ଆଇନଗତ ବିବାଦରେ ପରିଣତ ହୋଇଛି। ଏହାର ପ୍ରତିଦ୍ୱନ୍ଦ୍ୱୀ ଟୁଇଟର ମକଦ୍ଦମାର ଧମକ ଦେଇଛି। ଥ୍ରେଡ୍ସ ଏହାକୁ କପି କରିଥିବା ଅଭିଯୋଗ କରିଛି। ଉଲ୍ଲେଖନୀୟ ଯେ, ଗୁରୁବାର ଥ୍ରେଡ୍ସ ଲଞ୍ଚ ହେବା ପରେ ଏବେ ପର୍ଯ୍ୟନ୍ତ ପ୍ରାୟ ୩୦ ନିୟୁତ ଲୋକ ଏହାକୁ ଡାଉନଲୋଡ କରିସାରିଲେଣି।

ବାସ୍ତବରେ, ଟୁଇଟର ବିନା ବ୍ଲୁ ଟିକ ବ୍ୟବହାରକାରୀଙ୍କ ପୋଷ୍ଟ ସଂଖ୍ୟା ନିର୍ଦ୍ଧାରିତ କରିଥିଲା। ବର୍ତ୍ତମାନ କମ୍ପାନୀ ବିନା ବ୍ଲୁ ଟିକ ବ୍ୟବହାରକାରୀଙ୍କ ଟୁଇଟଡେକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି । ମସ୍କଙ୍କ ଏହି ନିଷ୍ପତ୍ତିକୁ ବହୁତ ବିରୋଧ କରାଯାଇଛି ଏବଂ ବ୍ୟବହାରକାରୀମାନେ ମଧ୍ୟ ଟୁଇଟର ପାଇଁ ଏକ ବିକଳ୍ପ ଖୋଜୁଛନ୍ତି। ଏଭଳି ପରିସ୍ଥିତିରେ ମେଟାର ଏକ ନୂତନ ଆପ ଲଞ୍ଚ କରିବା ଏକ ଲାଭଜନକ କାରବାର ହୋଇପାରେ।

ବର୍ତ୍ତମାନ ଟୁଇଟର ସିଇଓ ଏଲନ ମସ୍କ ମଧ୍ୟ ଥ୍ରେଡ୍ସ ଆପ ସମ୍ବନ୍ଧରେ ନୀରବତା ଭାଙ୍ଗିଛନ୍ତି। ତାଙ୍କ ଓକିଲ ଆଲେକ୍ସ ସ୍ପିରୋ ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖି ତାଙ୍କୁ କୋର୍ଟକୁ ନେବାକୁ ଧମକ ଦେଇଛନ୍ତି। ସେମାନେ ମେଟାକୁ ଟୁଇଟରର ବାଣିଜ୍ୟ ରହସ୍ୟ ଏବଂ ଅନ୍ୟାନ୍ୟ ବୈଦ୍ଧିକ ସମ୍ପତ୍ତିର ବେଆଇନ ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଜୁକରବର୍ଗଙ୍କୁ ମଧ୍ୟ ପୂର୍ବତନ ଟୁଇଟର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ପାକିସ୍ତାନ ରାଜନୀତିରେ ହଇଚଇ! ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ ସାମ୍ବାଦିକଙ୍କ ଦାବି, ଜାଣନ୍ତୁ ସତ

ଇସଲାମବାଦ,୧୨ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri