ଅଦାଲତ ଆଦେଶ ମାନିଲାନି ବ୍ୟାଙ୍କ: ଅପିଲ ପରେ ମିଲିଲା କ୍ଷତିପୂରଣ

ନୟାଗଡ଼ ଅଫିସ,୧୪ା୧୧-ଖାଉଟି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ଆଦେନକାରୀ ଅପିଲ କରି ନ୍ୟାୟ ପାଇଛନ୍ତି। ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ମାଗୁଣି ସେଠୀ ନାମକ ଜଣେ ଗ୍ରାହକ ନୟାଗଡ଼ସ୍ଥିତ ଏକ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଇଥିଲେ। ଏ ବାବଦରେ ସେ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ ମାସିକ କିସ୍ତି ପରିଶୋଧ କରୁଥିଲେ। ଏହା ସତ୍ତ୍ୱେ ଋଣ ପରିଶୋଧ ବିଳମ୍ବ ଦର୍ଶାଇ ବ୍ୟାଙ୍କ ତାଙ୍କ ଆକାଉଣ୍ଟରୁ ଜରିମାନା କାଟୁଥିଲେ। ଏହା ଜାଣିବା ପରେ ସେଠୀ ବ୍ୟାଙ୍କକୁ ତାଙ୍କ ଆକାଉଣ୍ଟର ଷ୍ଟେଟ୍‌ମେଣ୍ଟ ମାଗିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଆକାଉଣ୍ଟ ତଥ୍ୟ ନ ଦେବାରୁ ସେ ସୂଚନା ଅଧିକାର ଆଇନବଳରେ ସମସ୍ତ ତଥ୍ୟ ମାଗିଥିଲେ। ମାତ୍ର ବ୍ୟାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ପରେ ସେ ନୟାଗଡ଼ ଜିଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ସମଗ୍ର ମାମଲାର ବିଚାର କରି ସମ୍ପୃକ୍ତ ବ୍ୟାଙ୍କ ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବା ଉପଲବ୍ଧି କରିଥିଲେ। ପରେ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଆବେଦନକାରୀଙ୍କୁ ରାୟ ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ ୧୦ ହଜାର ଟଙ୍କା ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୨ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ା ହେଲେ ବ୍ୟାଙ୍କ ଏହା ମାନି ନ ଥିଲା। ପରେ ସେଠୀ ଅପିଲ କରି ୧୪ ହଜାର ୫୨୦ ଟଙ୍କା କ୍ଷତିପୂରଣ ପାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଏ.କେ. ମହାପାତ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?