ପ୍ରାଣୀଙ୍କ ପ୍ରତି ଦୟା

ମାନେକା ଗାନ୍ଧୀ

ମୋ ମା’ଙ୍କୁ ଜଣେ ଖୁସିବାସିଆ ତଥା ଯତ୍ନଶୀଳ ମହିଳା ଭାବେ ବନ୍ଧୁବାନ୍ଧବ ଓ ପରିବାର ଲୋକେ ମନେ ରଖିଛନ୍ତି। ସେ କ୍ୟାନ୍‌ସରରେ ପୀଡ଼ିତ ହୋଇ ଜୀବନର ଶେଷ ପାଞ୍ଚମାସ ଶଯ୍ୟାଶାୟୀ ହୋଇ ରହିଥିଲେ। ସେ କେତେ ଅସୁସ୍ଥ ଥିଲେ ତାହା ତାଙ୍କ ପାଇଁ ବଡ କଥା ନ ଥିଲା, ବରଂ ଗୁରୁତ୍ୱପୂର୍ଣ୍ଣ ଥିଲା ପକ୍ଷୀମାନଙ୍କୁ ଦୈନିକ ଖାଇବାକୁ ଦେବା। ପ୍ରତିଦିନ ସକାଳୁ ସେ ପକ୍ଷୀମାନଙ୍କ ପାଇଁ ବାଲ୍‌କୋନିରେ ବାଜରା ବୁଣି ଦେଉଥିଲେ। ରୋଗଶଯ୍ୟାରେ ଶୋଇ ରହି ପକ୍ଷୀମାନଙ୍କ ଖାଇବା ଦୃଶ୍ୟ ଦେଖିବା ତାଙ୍କ ଜୀବନର ସବୁଠୁ ସୁଖଦ ମୁହୂର୍ତ୍ତ ଥିଲା ବୋଲି ସେ କହୁଥିଲେ। ବାଜରା ବୁଣି ଦେବା ପରେ ପ୍ରଥମେ ପାରାମାନେ ଚଟାଣରେ ନିଜ ନିଜ ଭିତରେ ଖାଇବା ବଦଳରେ ବେଶି ଝଗଡ଼ା କରୁଥିଲେ। ବେକରେ ଗୋଲାପି ରିଂ ଚିହ୍ନ ଥିବା ଶୁଆମାନେ ଆସି ଖାଉଥିଲେ। ପରେ ଭୟାଳୁ ସ୍ବଭାବର ଛୋଟ ଛୋଟ ଘରଚଟିଆ ଲୁଚିଛପି ବଜରାକୁ ଖୁମ୍ପି ଖାଇଦେଇ ଆଶ୍ଚର୍ଯ୍ୟଜନକ ଭାବେ ଅଦୃଶ୍ୟ ହୋଇଯାଉଥିଲେ। ମୁଁ ଯେତେବେଳେ ମହାରାଣୀ ବାଗରେ ଘରଟିଏ କଲି ସେତେବେଳେ ଘର କାନ୍ଥକୁ ଲାଗି ଗୋଟିଏ ଟ୍ୟାପ୍‌ ଲଗାଇଥିଲି। ଯିଏ ସେହିବାଟ ଦେଇ ଯାଉଥିଲେ ସେମାନେ ସ୍ବଚ୍ଛ ପାଣି ପିଉଥିଲେ ଏବଂ ପ୍ରାଣୀମାନଙ୍କ ପାଇଁ ସେଠାରେ ସବୁବେଳେ ଗୋଟିଏ ପାତ୍ରରେ ପାଣି ମଧ୍ୟ ଭର୍ତ୍ତି କରି ରଖୁଥିଲି। କିଛି ବର୍ଷ ତଳେ ମୁଁ ରାତ୍ରୀଭୋଜନ ଲାଗି ବାହାରକୁ ଯିବା ସମୟରେ ଜଣେ ଲୋକଙ୍କୁ ତାଙ୍କ ହ୍ବିଲ ଚେୟାରରେ ସବୁଜିନିଷ ଟାଙ୍ଗିଥିବା ଦେଖିଲି। ମୁଁ ତାଙ୍କୁ କିଛି ଟଙ୍କା ଦେବା ଲାଗି ସେଠାରେ ଅଟକିଲି। ସେ ତାହା ଗ୍ରହଣ କଲେ ଓ କହିଲେ- ମୁଁ ବାସ୍ତବରେ ଅଧିକ ଟଙ୍କା ଆବଶ୍ୟକ କରୁନି, ଯଦି ସମ୍ଭବ ହୁଏ ପ୍ରତିଦିନ ମୋତେ ତୁମେ ପାଣି ଦେଇ ପାରିବ କି? ଏହାପରେ ସେ ସବୁଦିନ ସକାଳେ ପାଣି ନେବାକୁ ଆସନ୍ତି ଏବଂ ଏହି କାର୍ଯ୍ୟଟି କରିବାକୁ ସେ ମୋତେ ସୁଯୋଗ ଦେଇଥିତ୍ବାରୁ ମୁଁ ତାଙ୍କ ପ୍ରତି କୃତଜ୍ଞ।
ଏହି ଲକ୍‌ଡାଉନ ସମୟରେ ଫିଡର (ପ୍ରାଣୀମାନଙ୍କୁ ଖାଇବାକୁ ଦେଉଥିବା ଲୋକ)ମାନେ ନିଜକୁ ବିପଦରେ ପକାଇ, ଭୋକିଲା ରହି ରାତିରେ ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ଖୁଆଇବାରେ ଲାଗିଥିଲେ। ଫିଡରମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ଚାକିରି ବି ହରାଇଛନ୍ତି। ଅନେକ ନିର୍ଯାତିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ସାମାଜିକ ସଂଗଠନଗୁଡିକ ଦୁର୍ବ୍ୟବହାର କରୁଥିଲେ। ମୁଁ ଏହି ସାହସୀ ଫିଡରମାନଙ୍କୁ ଲକ୍ଷେ ଥର ନମସ୍କାର କରୁଛି। ସେମାନେ ହିଁ ଭାରତର ମେରୁଦଣ୍ଡ। ସେମାନଙ୍କ ଦୟା ଭାବ ଯୋଗୁ ଭାରତ ବିଶ୍ୱ ବିଦିତ। ଭାବୁଛନ୍ତି କି ଅନ୍ୟ କେଉଁ ଦେଶରେ ଏଭଳି ଘଟିଛି? ନା, କେବେ ନୁହେଁ। ଆମଠାରେ ଏଭଳି ମହତ ଗୁଣ ଥିବାରୁ ଆମେ ଗର୍ବ କରିବା ତଥା ଆନନ୍ଦିତ ହେବା ଉଚିତ। ଦୟା କ’ଣ? ଦୟା ବା କରୁଣା ହେଉଛି ଏକ ଅସାଧାରଣ ସାମର୍ଥ୍ୟ ବା କ୍ଷମତା ଯାହା ଅନ୍ୟର ଯନ୍ତ୍ରଣାକୁ ଜାଣିପାରେ ବା ଅନୁଭବ କରିପାରେ। ଦୟା କହିଲେ ଜଣଙ୍କ ଦୁଃଖ ଜାଣି ତାହାକୁ ଲାଘବ କରିବାକୁ ବୁଝାଏ। ପ୍ରାଣୀମାନଙ୍କ କ୍ଷେତ୍ରରେ ଏଭଳି ଦୁଃଖ ଓ ଯନ୍ତ୍ରଣା ବହୁତ ବେଶି ଏବଂ ଆମେ ଏହାକୁ ଜାଣିପାରୁନାହୁଁ। କାହିଁକିି ପ୍ରାଣୀମାନଙ୍କୁ ଅଣଦେଖା କରାଯାଉଛି। ଯେଉଁମାନେ ସେମାନଙ୍କୁ ଭଲ ପାଉନାହାନ୍ତି କିମ୍ବା ସେମାନଙ୍କଠାରୁ ପ୍ରାଣୀମାନେ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଭାବୁଛନ୍ତି ସେମାନେ ଦୟା ପ୍ରଦର୍ଶନ କରିବା ଭାରି କଠିନ।
ଗଣିତ, ଇତିହାସ କିମ୍ବା ଫ୍ରେଞ୍ଚ ଶିକ୍ଷା କଲାଭଳି ଆମକୁ ଦୟା ବା କରୁଣା ଶିଖିବାକୁ ପଡିବ ଓ ତାହାକୁ ବିକଶିତ କରିବାକୁ ହେବ। ବୌଦ୍ଧ ସନ୍ନ୍ୟାସୀ ଏବଂ ଲେଖକ ମାଥ୍ୟୁ ରାଚାର୍ଡ କହନ୍ତି,ଆମ ମନ ବଗିଚା ସଦୃଶ। ମନକୁ ଚାଷ ନ କରି ଛାଡିଦେଲେ ତାହା ପାଗ ଓ ବାୟୁମଣ୍ଡଳରେ ଯାହା କିଛି ମଞ୍ଜି ଥିବ ତାହା ଦ୍ୱାରା ପ୍ରଭାବିତ ହେବ। କିଛି ବଢି ଓ ଆଉ କିଛି ନଷ୍ଟ ହୋଇଯିବ ଏବଂ ଶେଷରେ ଆମେ ହୁଏତ ଫଳାଫଳକୁ ପସନ୍ଦ କରି ନ ପାରୁ। କିନ୍ତୁ ଆମକୁ ଦୟାଳୁ ଦୃଷ୍ଟି,ଦୟାଳୁ ଭାବନା,ଦୟାଳୁ ଅନୁଭବ ଏବଂ ଦୟାଳୁ ବ୍ୟବହାର ଶିକ୍ଷା କରି ଲଗାତର ମନରେ ଦୟା ବିକଶିତ କରିବାକୁ ପଡିବ। ଅନ୍ୟର ଯନ୍ତ୍ରଣା ଜାଣିବା ଲାଗି ଆମ ମନ ଓ ହୃଦୟ ଖୋଲା ରଖିବା ଦରକାର ଏବଂ ଏହାଦ୍ୱାରା ହିଁ ଆମେ ସେହି ଯନ୍ତ୍ରଣାକୁ ଦୂର କରିପାରିବା। ଏହି ବାଟରେ ଆମେ ଯାହା ହେବାକୁ ଚାହୁଁଛେ ତାହା ହିଁ ହୋଇପାରିବା। ଅନ୍ୟ ଅର୍ଥରେ ଆମେ ଚାହୁଁଥିବା ବଗିଚା ରୂପୀ ମନଟିଏ ପାଇପାରିବା। ବହୁ ସମୟରେ ମନରେ ଦୁର୍ବଳତା ଯୋଗୁ ଦୟା ବା କରୁଣାରେ ଦ୍ୱନ୍ଦ୍ୱ ଉପୁଜେ। ଦୟା ବାସ୍ତବରେ ସାହସର ଚରମ ଅବସ୍ଥା। ଏହା ସେହି ସାହସ ଯାହା ଆମକୁ ଗଭୀର ଦୁଃଖ ଓ ଯନ୍ତ୍ରଣା ନିକଟରେ ପହଞ୍ଚିବାକୁ ଅନୁମତି ଦେଇଥାଏ। ଦୟାର ଅର୍ଥ ହେଉଛି କେବଳ ସବୁ ଜିନିଷକୁ ନିରୀକ୍ଷଣ କରିବା। ପ୍ରତ୍ୟେକ ଜିନିଷକୁ ଗଭୀର ଭାବେ ବାରମ୍ବାର ଦେଖିତ୍ବା ଦ୍ୱାରା ହିଁ ଜଣଙ୍କର ଦୟାଳୁ ଭାବନା ବୃଦ୍ଧି ପାଇଥାଏ। ଦୈନନ୍ଦିନ ଜୀବନରେ କିଛି ସରଳ ବାଟରେ ତୁମେ ମଧ୍ୟ ଦୟା ଭାବ ଅଭ୍ୟାସ କରିପାରିବ।
-ତୁମେ ଯଦି ଖରାଦିନେ ଅତ୍ୟଧିକ ଗରମ ଅନୁଭବ କରୁଥିବ ଓ ତୁମକୁ ଶୋଷ ଲାଗୁଥିବ ସେତେବେଳେ ତୁୂମେ ଜାଣିବାକୁ ଚେଷ୍ଟା କର ଯେ,ଅନ୍ୟମାନେ ବି ତୁମ ଭଳି ସହଜରେ ପାଣି ପାଇ ପାରୁନଥିବେ। ତେଣୁ ଏକ ସଫା ପାତ୍ରରେ କିଛି ପାଣି ନେଇ ତୁମେ ବାଲ୍‌କୋନି, ବଗିଚା କିମ୍ବା ଅଗଣାରେ ଚଢେଇଙ୍କ ପାଇଁ ଏବଂ ଗେଟ୍‌ ବାହାରେ ଗୋଟିଏ ପାତ୍ରରେ କୁକୁର ବିଲେଇଙ୍କ ପାଇଁ ରଖିଦିଅ।
-ସବୁବେଳେ ନିଜ ପାଖରେ କିମ୍ବା ଗାଡି ଭିତରେ କିଛି ବିସ୍କୁଟ ପ୍ୟାକେଟ ରଖ, ଯେପରି ରାସ୍ତାରେ କେହି ଭୋକିଲା କିମ୍ବା ଗୃହହୀନଙ୍କୁ ଦେଖିତ୍ଲେ ତୁମେ ସାଙ୍ଗେ ସାଙ୍ଗେ ଖାଇବାକୁ ଦେଇପାରିବ।
-ପଶୁମାନଙ୍କ ପ୍ରତି ହିଂସା ଆଚରଣ କରୁଥିବା କୌଣସି ଜିନିଷ ବ୍ୟବହାର କରନ୍ତୁ ନାହିଁ, ଯେପରିକି ପଶୁମାନଙ୍କଠାରୁ ଆସୁଥିବା ସାମ୍ପୋ,ଗାଈ ଚମଡ଼ାରୁ ତିଆରି ହେଉଥିବା ଜିନିଷ, ପଶୁମାନଙ୍କ ଲୋମରେ ତିଆରି ହେଉଥିବା ବ୍ରଶ୍‌,ପକ୍ଷୀଙ୍କ ପରରେ ତିଆରି ତକିଆ ଓ ଗଦି ତଥା ମାଛ, ମାଂସ ଓ ଅନ୍ୟ ଡାଏରୀ ଉତ୍ପାଦକୁ ବ୍ୟବହାର କରିବା ଉଚିତ ନୁହେଁ।
– ମାଙ୍କଡ ଓ ଅନ୍ୟ ଜୀବମାନେ ଫଳ ଖାଇ ବଞ୍ଚନ୍ତି। ଏଣୁ ବାଡିବଗିଚାରେ ସେମାନଙ୍କ ପାଇଁ କିଛି ଫଳ ଗଛ ଲଗାନ୍ତୁ।
-ରୋଷେଇ ଘରେ ଅସରପାକୁ ମାରିବା ପାଇଁ କୀଟନାଶକ ବ୍ୟବହାର କରିବା ବଦଳରେ ରୋଷେଇ ଘରକୁ ସଫା ରଖିବା ଉଚିତ। କାରଣ କୀଟନାଶକ ବ୍ୟବହାର କରିବା ଦ୍ୱାରା ବହୁ ପ୍ରକାର ଛୋଟ ଜୀବଙ୍କ ମୃତ୍ୟୁ ଘଟିଥାଏ।
-ବଳକା ଖାଦ୍ୟକୁ ଫିଙ୍ଗିଦେବା ବଦଳରେ ରାସ୍ତାକଡରେ ବୁଲୁଥିବା କୌଣସି ପ୍ରାଣୀଙ୍କୁ ଖାଇବାକୁ ଦିଅନ୍ତୁ
-ରାସ୍ତାରେ ବୁଲୁଥିବା କୌଣସି ଜୀବ ବା ପ୍ରାଣୀ ଆଶ୍ରୟସ୍ଥଳୀରେ ରହୁଥିବା କୌଣସି ଜୀବଙ୍କୁ ଆଣି ପୋଷା ଭାବେ ପାଳନ୍ତୁ।
-ଭାରବାହୀ ବଳଦ, ଘୋଡା ଗଧ, ଓଟ ଓ ହାତୀମାନଙ୍କ କଥା ଚିନ୍ତା କର। ସେମାନେ ଅତ୍ୟଧିତ୍କ ଭାର ବହି ଚାଲୁଥିବାବେଳେ ତାଙ୍କୁ ଖାଇବାକୁ ଓ ପିଇବାକୁ ଦିଅନ୍ତୁ।
– ପ୍ରାଣୀମାନଙ୍କ ପ୍ରତି ହେଉଥିତ୍ବା ନିର୍ଯାତନା ବା ହିଂସାକୁ ଦେଖି ପଛାଇ ଯାଅନାହିଁ। ଏହାକୁ ସାମ୍‌ନ କର ଓ ତୁରନ୍ତ ରୋକିବାକୁ ପଦକ୍ଷେପ ନିଅ। ପ୍ରାଣୀମାନଙ୍କ ପ୍ରତି ଘଟୁଥିବା ନିର୍ଯାତନାକୁ ରୋକିବାକୁ ପ୍ରୟାସ କରିବା ଉଚିତ। ମନେରଖ ଦେଶରେ କେହି ଜଣେ ହେଲେ ବି ହିଂସା ଆଚରଣକୁ ସମର୍ଥନ କରିବେ ନାହିଁ। ତେଣୁ ଦୁଃଖ ଓ ସମସ୍ୟା ଜର୍ଜରିତ ବିଶ୍ୱକୁ ସୁଧାରିବା ଲାଗି ଦୟାର ସୁଦୂରପ୍ରସାରୀ ଓ ଅଦ୍ଭୁତ ପ୍ରଭାବ ରହିଛି। ଶେଷରେ ଏତିକି କୁହାଯାଇପାରେ ଯେ ସମସ୍ତଙ୍କ ପ୍ରତି ଦୟାଳୁ ହୁଅ।
Email: gandhim@nic.in

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri