୧୬ ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନୀ ୭୪ ଟଙ୍କାରେ ବିକ୍ରି: ଗୋଟିଏ ଟୁଇଟ କଲା ସର୍ବସ୍ବାନ୍ତ…

ଦୁବାଇ,୪।୧୦ : ହଜାର ହଜାର କୋଟି ଟଙ୍କା ସମ୍ପତ୍ତି ଥିବା ବ୍ୟକ୍ତି ରାତାରାତି ଅରବପତିରୁ ରାସ୍ତାରେ ପହଞ୍ଚିବା ବିଶ୍ୱାସ କରିବା ଟିକେ କଷ୍ଟକର। ତେବେ ବିଆର ଶେଟ୍ଟି (ବାଭାଗୁଥୁ ରଘୁରାମ ଶେଟ୍ଟି)ଙ୍କ କ୍ଷେତ୍ରରେ ଏହା ଘଟିଥିଲା। ଯିଏ କି ଏକଦା କୋଟିପତି ଥିଲେ। ଶେଟ୍ଟିଙ୍କ ନିଟ ସମ୍ପତ୍ତିର ମୂଲ୍ୟ ଥିଲା ୧୮ ହଜାର କୋଟି ଟଙ୍କା। ବୁର୍ଜ ଖଲିଫାରେ ତାଙ୍କର ୨ ଟି ମହଲା ଥିଲା। ଯାହାର ମୂଲ୍ୟ ୨.୫ କୋଟି ଡଲାର ଥିଲା ।

ଏହା ସହିତ ପାଖରେ ଥିଲା ପ୍ରାଇଭେଟ ଜେଟ, ବିଳାସପୂର୍ଣ୍ଣ କାର ଏବଂ ପାମ ଜୁମେରାରେ ଥିଲା ବିଳାସପୂର୍ଣ୍ଣତା ଅଟ୍ଟାଳିକା। ତେବେ ଗୋଟିଏ ଟୁଇଟ ତାଙ୍କର ସମଗ୍ର ସାମ୍ରାଜ୍ୟକୁ ଓଲଟପାଲଟ କରିଦେଥିଲା ।

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପ ସହିତ ଯେପରି ଘଟିଥିଲା, ବିଆର ଶେଟ୍ଟୀଙ୍କ କ୍ଷେତ୍ରରେ ତାହା ବହୁ ଗୁଣା ବଡ ଥିଲା । ପରିସ୍ଥିତି ଏପରି ହେଲା ତାଙ୍କୁ ୨ ବିଲିୟନ ଡଲାର (୧୬,୬୫୦ କୋଟି) ମୂଲ୍ୟର କମ୍ପାନୀକୁ ୧ଡଲାରରେ ବିକ୍ରି କରିବାକୁ ପଡିଥିଲା। ଯାହା ସେହି ସମୟରେ ୭୪ ଟଙ୍କା ସହିତ ସମାନ ଥିଲା।

୨୦୧୯ରେ, ବ୍ରିଟେନର ମଡି ୱାଟର ତାଙ୍କ କମ୍ପାନୀ ବିଷୟରେ ଏକ ଟୁଇଟ କରିଥିଲା। ଚାରିମାସ ପରେ, କମ୍ପାନୀ ଏକ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ଏନଏମସି ହେଲଥରେ ଆର୍ଥିକ ଅନିୟମିତତା ସମ୍ପର୍କରେ ଦାବି କରାଯାଇଥିଲା। ରିପୋର୍ଟରେ କୁହାଯାଇଥିଲା ଏନଏମସି ହେଲଥ ଋଣକୁ କମ କରୁଛି ଏବଂ ନଗଦ ପ୍ରବାହକୁ ଅଧିକ କରୁଛି। ଏନଏମସି ହେଲଥ ଶେଟ୍ଟୀଙ୍କ କମ୍ପାନୀ ଥିଲା।

ୟୁଏଇର ଏହା ସବୁଠାରୁ ବଡ ଘରୋଇ ସ୍ବାସ୍ଥ୍ୟ ଅପରେଟର ଥିଲା। ଏହି କମ୍ପାନୀ ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଥିଲା। ଶେଟ୍ଟିଙ୍କ ଦୁର୍ଭାଗ୍ୟ ଥିଲା ଏହି କମ୍ପାନୀ ମଡି ୱାଟର ରାଡାର ଅଧୀନରେ ଆସିଥିଲା। କମ୍ପାନୀର ଆର୍ଥିକ ଅନିୟମିତତା ଦାବି ଶେୟାରରେ ବିକ୍ରୟ ଘଟାଇଲା ଏବଂ କିଛି ସମୟ ମଧ୍ୟରେ ଶେଟ୍ଟି ପରିବାରର ସମ୍ପତ୍ତି ୧,୫ ବିଲିୟନ ଡ଼ଲାର ହ୍ରାସ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri