Posted inଫୁରସତ

ଦରମା ନୁହେଁ, କର୍ମଚାରୀଙ୍କୁ ‘ସୁନା’ ଦେଉଛି ଏହି କମ୍ପାନୀ

ପ୍ରତ୍ୟେକ କମ୍ପାନୀର ନିଜସ୍ବ ନୀତି ରହିଛି। କମ୍ପାନୀ କିପରି ଏହାର କର୍ମଚାରୀଙ୍କ ଯତ୍ନ ନେବ ସେ ସମ୍ପର୍କରେ ସ୍ଥିର କରିଥାଏ। କିଛି କମ୍ପାନୀ କର୍ମଚାରୀଙ୍କୁ ବୋନସ, ଛୁଟିଦିନ ଅଫର୍‌ କିମ୍ବା ଖାଦ୍ୟ ଏବଂ ମାର୍କେଟିଂ କୁପନ ଦିଅନ୍ତି, ଆଉ କିଛି କମ୍ପାନୀ କର୍ମଚାରୀଙ୍କ ବିବାହ ପାଇଁ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ଇଂଲଣ୍ଡର ଏକ କମ୍ପାନୀ ଏହାର ସ୍ବତନ୍ତ୍ର ଏକ ନୀତି ଯୋଗୁ ଚର୍ଚ୍ଚାରେ ରହିଛି। କର୍ମଚାରୀଙ୍କୁ ନଗଦ ଦରମା ବଦଳରେ ‘ସୁନା’ ପ୍ରଦାନ କରୁଛି ଉକ୍ତ କମ୍ପାନୀ।

‘ଟେଲିମନି’ ନାମକ ଏକ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଭିନ୍ନ ଢଙ୍ଗରେ ଯତ୍ନ ନେଉଛି। ନଗଦ ଦରମା ବଦଳରେ କର୍ମଚାରୀଙ୍କୁ ‘ସୁନା’ ପ୍ରଦାନ କରୁଛି। ଏହା ପଛରେ କମ୍ପାନୀର ସିଇଓ କ୍ୟାମେରନ ପ୍ୟାରୀଙ୍କର ନିଜସ୍ବ ଚିନ୍ତାଧାରା ରହିଛି। ଯାହାକୁ ସେ କର୍ମଚାରୀଙ୍କ ଦୃଷ୍ଟିରୁ ଠିକ୍‌ ବୋଲି ବିବେଚନା କରିଛନ୍ତି।

ଇଂଲଣ୍ଡର ‘ଟେଲିମନି’ କମ୍ପାନୀ ଆର୍ଥିକ ସେବା ଯୋଗାଏ। କର୍ମଚାରୀଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତକୁ ଧ୍ୟାନରେ ରଖି ସେ ସେମାନଙ୍କୁ ଦରମା ବଦଳରେ ସୁନା ନେବାକୁ ଅଫର୍‌ କରୁଛି। ବର୍ତ୍ତମାନ, କମ୍ପାନୀର ବରିଷ୍ଠ ପଦବୀରେ ଥିବା ୨୦ ଜଣଙ୍କୁ ଏହି ନୀତିର ସୁବିଧା ଦିଆଯାଇଛି। ଯଦି ଏହି ବ୍ୟବସ୍ଥାରେ କର୍ମଚାରୀଙ୍କ ସୁବିଧା ଦେଖାଯାଏ, ତେବେ କମ୍ପାନୀ ବାକି ଲୋକଙ୍କ ପାଇଁ ସମାନ ନୀତି ଆପଣାଇବ। ତଥାପି ଏହି ନୂତନ ବେତନ ନୀତିର ଏବେ ବି ପରୀକ୍ଷା ଚାଲିଛି। ପ୍ୟାରୀ କହିଛନ୍ତି, କରୋନା ଯୋଗୁ ଅବସ୍ଥା ଆହୁରି ଖରାପ ହୋଇଛି। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କୁ ପାଉଣ୍ଡରେ ଦରମା ଦେବାର କୌଣସି ଲାଭ ନାହିଁ। କାରଣ ଏହାର ମୂଲ୍ୟ ହ୍ରାସ ପାଉଛି।

ସେ ଆହୁରି ମଧ୍ୟ କହିଛନ୍ତି, ପାଉଣ୍ଡର ଅବନତି ପରେ ମଧ୍ୟ ଯଦି ସୁନାରେ ବିନିଯୋଗ ହୁଏ, ତେବେ ଏହା କର୍ମଚାରୀମାନଙ୍କୁ ସର୍ବଦା ମୁଦ୍ରାସ୍ଫୀତିଠାରୁ ଆଗରେ ରଖିବ। ଏଭଳି ପରିସ୍ଥିତିରେ କମ୍ପାନୀ କେବଳ କର୍ମଚାରୀମାନଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ‘ସୁନା’ ଦେବା ନୀତି ଆରମ୍ଭ କରିଛି। ସେମାନେ ନଗଦ ଦରମା କିମ୍ବା ସୁନା ନେବାକୁ ଚାହୁଁଛନ୍ତି କି ନାହିଁ ତାହା ସମ୍ପୂର୍ଣ୍ଣ ଭାବେ କର୍ମଚାରୀଙ୍କ ହାତରେ ରହିବ। ‘ଟେଲିମନି’ର ଏହି ନୂତନ ନୀତି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ଯେଉଁ କମ୍ପାନୀ ଆର୍ଥିକ ସଙ୍କଟର ମୁକାବିଲା କରିବାକୁ ଯୋଜନା କରିଛି ଏବଂ ଏହାର କର୍ମଚାରୀମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛି ସେପରି କମ୍ପାନୀକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାଠାରୁ ଅଧିକ ବେଗରେ ବ୍ୟାପୁଛି ‘ବିନୋଦ’: ପେଟିଏମ୍‌କୁ ଛାଡ଼ିଲା ନାହିଁ; ଘଟିଲା ଏପରି..

ସୋନମ ଗୁପ୍ତା ଏବଂ ଆଞ୍ଜେଲ ପ୍ରିୟାଙ୍କ ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିନୋଦ। ସେ କିଏ? ତାହା ସ୍ପଷ୍ଟ ହୋଇ ନ...

୭୭ ବର୍ଷର ମଡେଲ

ଆର୍ଥିକ ପରିସ୍ଥିତି କେବେ କାହାକୁ କେଉଁଠି ପହଞ୍ଚାଇଥାଏ ତାହା କହିବା ମୁସ୍କିଲ। ତେବେ ଦକ୍ଷିଣ କୋରିଆର ୭୭ ବର୍ଷୀୟା ମହିଳା ଚୋଇ ସୁନ ଏବେ ଯୁବବର୍ଗଙ୍କ...

୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …

କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା...

ଗଧକୁ ମିଳିଲା ଜାମିନ

ଇସଲାମାବାଦ, ୧୩।୬: ପାକିସ୍ତାନରେ ଜୁଆ ଖେଳିବା ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ଜାମିନ ମିଳିଛି। ଦକ୍ଷିଣ ପାକିସ୍ତାନରେ ଗଡ଼ ଦୌଡ଼ ଉପରେ ଜୁଆ ଖେଳ ହେଉଥିବା...

ନିଆରା ବିବାହ: ମାତ୍ର ୧୭ ମିନିଟ୍‌ରେ ଜନ୍ମ ଜନ୍ମାନ୍ତରକୁ ପାଲଟିଲେ ଜୀବନସାଥୀ

ଚଣ୍ଡୀଗଡ଼: ହରିୟାଣାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ନା ଏଥିରେ ଥିଲା ବରଯାତ୍ରୀ, ନା ବାଜା ବାଣ ରୋଷଣି। ଘୋଡ଼ା ଗାଡ଼ି ନ ଥିଲା...

ମାତ୍ର ୧୭ ମିନିଟ୍‌ରେ ବିବାହ, ଯୌତୁକ ଆକାରରେ ବର ମାଗିଲେ ଏକ ନିଆରା ଜିନିଷ; ଜାଣିଲେ କରିବେ ପ୍ରଶଂସା

ଲକ୍ଷ୍ନୌ,୧୫।୫: ଉତ୍ତରପ୍ରଦେଶର ସାହାଜହାଁପୁରରେ ମାତ୍ର ୧୭ ମିନିଟ୍‌ରେ ଏକ ବିବାହ ସମ୍ପନ୍ନ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବର କନ୍ୟାକୁ ଯୌତୁକ ଆକାରରେ ଏକ ନିଆରା...

କରୋନାରେ ସଂକ୍ରମିତ ହେବାକୁ ଆୟୋଜିତ ହେଉଛି ପାର୍ଟି

କରୋନା ସଂକ୍ରମଣ ଯୋଗୁ ଏବେ ସମଗ୍ର ବିଶ୍ୱ ଚିନ୍ତାରେ। ତେବେ କରୋନା ଦ୍ୱାରା ଆମେରିକା ସବୁଠାରୁ ଅଧିକ କ୍ଷତି ସହିଛି। ଏଠାରେ କରୋନା ସଂକ୍ରମିତଙ୍କ ସହ...

ରାସ୍ତାରେ ଏହାକୁ ଦେଖି ପୁଅର ହାତ ଛାଡି ଦୌଡିଲା ଝିଅ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week