Posted inଫୁରସତ

ଦରମା ନୁହେଁ, କର୍ମଚାରୀଙ୍କୁ ‘ସୁନା’ ଦେଉଛି ଏହି କମ୍ପାନୀ

ପ୍ରତ୍ୟେକ କମ୍ପାନୀର ନିଜସ୍ବ ନୀତି ରହିଛି। କମ୍ପାନୀ କିପରି ଏହାର କର୍ମଚାରୀଙ୍କ ଯତ୍ନ ନେବ ସେ ସମ୍ପର୍କରେ ସ୍ଥିର କରିଥାଏ। କିଛି କମ୍ପାନୀ କର୍ମଚାରୀଙ୍କୁ ବୋନସ, ଛୁଟିଦିନ ଅଫର୍‌ କିମ୍ବା ଖାଦ୍ୟ ଏବଂ ମାର୍କେଟିଂ କୁପନ ଦିଅନ୍ତି, ଆଉ କିଛି କମ୍ପାନୀ କର୍ମଚାରୀଙ୍କ ବିବାହ ପାଇଁ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ଇଂଲଣ୍ଡର ଏକ କମ୍ପାନୀ ଏହାର ସ୍ବତନ୍ତ୍ର ଏକ ନୀତି ଯୋଗୁ ଚର୍ଚ୍ଚାରେ ରହିଛି। କର୍ମଚାରୀଙ୍କୁ ନଗଦ ଦରମା ବଦଳରେ ‘ସୁନା’ ପ୍ରଦାନ କରୁଛି ଉକ୍ତ କମ୍ପାନୀ।

‘ଟେଲିମନି’ ନାମକ ଏକ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ଭିନ୍ନ ଢଙ୍ଗରେ ଯତ୍ନ ନେଉଛି। ନଗଦ ଦରମା ବଦଳରେ କର୍ମଚାରୀଙ୍କୁ ‘ସୁନା’ ପ୍ରଦାନ କରୁଛି। ଏହା ପଛରେ କମ୍ପାନୀର ସିଇଓ କ୍ୟାମେରନ ପ୍ୟାରୀଙ୍କର ନିଜସ୍ବ ଚିନ୍ତାଧାରା ରହିଛି। ଯାହାକୁ ସେ କର୍ମଚାରୀଙ୍କ ଦୃଷ୍ଟିରୁ ଠିକ୍‌ ବୋଲି ବିବେଚନା କରିଛନ୍ତି।

ଇଂଲଣ୍ଡର ‘ଟେଲିମନି’ କମ୍ପାନୀ ଆର୍ଥିକ ସେବା ଯୋଗାଏ। କର୍ମଚାରୀଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତକୁ ଧ୍ୟାନରେ ରଖି ସେ ସେମାନଙ୍କୁ ଦରମା ବଦଳରେ ସୁନା ନେବାକୁ ଅଫର୍‌ କରୁଛି। ବର୍ତ୍ତମାନ, କମ୍ପାନୀର ବରିଷ୍ଠ ପଦବୀରେ ଥିବା ୨୦ ଜଣଙ୍କୁ ଏହି ନୀତିର ସୁବିଧା ଦିଆଯାଇଛି। ଯଦି ଏହି ବ୍ୟବସ୍ଥାରେ କର୍ମଚାରୀଙ୍କ ସୁବିଧା ଦେଖାଯାଏ, ତେବେ କମ୍ପାନୀ ବାକି ଲୋକଙ୍କ ପାଇଁ ସମାନ ନୀତି ଆପଣାଇବ। ତଥାପି ଏହି ନୂତନ ବେତନ ନୀତିର ଏବେ ବି ପରୀକ୍ଷା ଚାଲିଛି। ପ୍ୟାରୀ କହିଛନ୍ତି, କରୋନା ଯୋଗୁ ଅବସ୍ଥା ଆହୁରି ଖରାପ ହୋଇଛି। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କୁ ପାଉଣ୍ଡରେ ଦରମା ଦେବାର କୌଣସି ଲାଭ ନାହିଁ। କାରଣ ଏହାର ମୂଲ୍ୟ ହ୍ରାସ ପାଉଛି।

ସେ ଆହୁରି ମଧ୍ୟ କହିଛନ୍ତି, ପାଉଣ୍ଡର ଅବନତି ପରେ ମଧ୍ୟ ଯଦି ସୁନାରେ ବିନିଯୋଗ ହୁଏ, ତେବେ ଏହା କର୍ମଚାରୀମାନଙ୍କୁ ସର୍ବଦା ମୁଦ୍ରାସ୍ଫୀତିଠାରୁ ଆଗରେ ରଖିବ। ଏଭଳି ପରିସ୍ଥିତିରେ କମ୍ପାନୀ କେବଳ କର୍ମଚାରୀମାନଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ‘ସୁନା’ ଦେବା ନୀତି ଆରମ୍ଭ କରିଛି। ସେମାନେ ନଗଦ ଦରମା କିମ୍ବା ସୁନା ନେବାକୁ ଚାହୁଁଛନ୍ତି କି ନାହିଁ ତାହା ସମ୍ପୂର୍ଣ୍ଣ ଭାବେ କର୍ମଚାରୀଙ୍କ ହାତରେ ରହିବ। ‘ଟେଲିମନି’ର ଏହି ନୂତନ ନୀତି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା। ଯେଉଁ କମ୍ପାନୀ ଆର୍ଥିକ ସଙ୍କଟର ମୁକାବିଲା କରିବାକୁ ଯୋଜନା କରିଛି ଏବଂ ଏହାର କର୍ମଚାରୀମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛି ସେପରି କମ୍ପାନୀକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri