କମ୍ପାନୀ ବସ୍‌ -ହାଇଓ୍ବା ଧକ୍କା: ମୃତ୍ୟ ସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡ଼ା ଅଫିସ୍‌,୧୭।୯: ଝାରସୁଗୁଡ଼ା ଜିଲା ସଦର ଥାନା ବାଇପାସ୍‌ ପାଓ୍ବାର ହାଉସ୍‌ ନିଖିଳଢାବା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲାର ଠେଲକୁଲିସ୍ଥିତ ଭୂଷଣ ଜେଏସ୍‌ଡବ୍ଲ୍ୟୁ କମ୍ପାନୀର ୧୫ନଂ. ବସ୍‌କୁ କୋଇଲା ବୋଝେଇ ହାଇଓ୍ବା ଧକ୍କା ଦେଇଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀର ୭ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ବସ୍‌ କର୍ମଚାରୀମାନଙ୍କୁ ଧରି ଠେଲକୁଲିରୁ ଝାରସୁଗୁଡା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ବସ୍‌ରେ ୫୦ରୁ ଅଧିକ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୮ଜଣ ଗୁରୁତର ଆହତ ହୋଇଛନ୍ତି। କେତେଜଣଙ୍କୁ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆଉ କେତେଜଣଙ୍କୁ ଝାରସୁଗୁଡ଼ାର ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ୧୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ମୃତ କର୍ମଚାରୀମାନେ ହେଲେ ରାଜେନ୍ଦ୍ର ତିଓ୍ବାରୀ, ସେର୍‌ ବାହାଦୁର, ପ୍ରୀତିପାଲ ସିଂହ, ପଙ୍କଜ ଝା, ଧନ କୁମାର ରାୟ, ରାଜେଶ ସିଂହ, ସୁରଥ ଠାକୁର। କର୍ମଚାରୀଙ୍କ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।

ଜିଲାପାଳ ସରୋଜ କୁମାର ସାମଲ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଯେଉଁ କର୍ମଚାରୀମାନେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ଏଦିଗରେ କମ୍ପାନୀ ସହିତ ଆଲୋଚନା କରାଯିବ ବୋଲି ଜିଲାପାଳ ସାମଲ କହିଛନ୍ତି। ଅନ୍ୟପକ୍ଷେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଏମ୍‌ପି ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିବା ସହିତ ଆହତ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଝାରସୁଗୁଡା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କମ୍ପାନୀର ଓଡି ୨୩ଏମ୍‌ ୮୧୩୧ ନମ୍ବର ବସ୍‌, ଓଡି୧୬ଜି ୦୯୫୦ ନଂ. କୋଇଲା ବୋଝେଇ ହାଇଓ୍ବାକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ ମାଂସ ବୋଝେଇ କଣ୍ଟେନର ଜବତ: ୨ ଗିରଫ

ଗୋପାଳପୁର/ପାତ୍ରପୁର,୨୧ା୬(ଡି.ଏନ୍‌.ଏ.)- ଗୋ ମାଂସ ବୋଝେଇ ଏକ କଣ୍ଟେନରକୁ ଗଞ୍ଜାମ ଜିଲା ବଜରଙ୍ଗ ଦଳର କର୍ମୀମାନେ ରବିବାର ସକାଳେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପୁରୁଷୋଥମ୍‌ପୁରମ୍‌ ନିକଟରେ ଅଟକାଇ ଥିଲେ।...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ

କଣ୍ଟାପଡ଼ା,୯ା୪(ଡି.ଏନ୍‌.ଏ.) : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।...

ଖାଇବାକୁ ମିଳୁନି, ଋଣ ଅସୁଲ ହେଉଛି  

ସମ୍ବଲପୁର, ୧୧।୬ (ବ୍ୟୁରୋ)-ସରକାର ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଋଣ ଅସୁଲ କରିବା ଉପରେ ରୋକ୍‌ ଲଗାଇଛନ୍ତି। ହେଲେ ମାଇକ୍ରୋ ଫାଇନାନ୍ସ କମ୍ପାନୀ...

ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ବେଗୁନିଆ,୨।୭(ଡି.ଏନ୍‌.ଏ.): ବିଭିନ୍ନ କାରଣରୁ ଏବେ ଚାଷରୁ ଚାଷୀ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି। ଫଳରେ ଚାଷ ଜମି ପଡ଼ିଆ ପଡୁଛି। ମାତ୍ର ଏଥିପ୍ରତି କୃଷି...

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ ଗିରଫ

କୋରାପୁଟ,୧୧ା୯(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଆନ୍ଧ୍ର ସୀମାବର୍ତ୍ତୀ ଜଲାପୁଟ ଅଞ୍ଚଳରୁ ୨ଟି ବୋଲେରୋରେ ଆନ୍ଧ୍ରରୁ ହାଇଦ୍ରାବାଦକୁ ଚୋରା ଚାଲାଣବେଳେ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ...

ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌: ସୋମବାର ୪ଟାରୁ ଆଇଆର୍‌ସିଟିସିରେ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୦।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ...

ବିଷ ପିଇ ଜୀବନ ହାରିଲେ ଚାଷୀ

ଟିଟିଲାଗଡ଼, ୧୧।୪ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର ଚାଷୀ ନେପାଲ ରଣା(୩୦) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।...

କଲେଜ ଅଧ୍ୟକ୍ଷ, ଏସ୍‌ଡିପିଓ ନିଲମ୍ବିତ

  ଭୁବନେଶ୍ୱର,୧୯।୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ମା’ ତାରିଣୀ କଲେଜ ଅଧ୍ୟକ୍ଷ ବିକାଶ ଦାଶ ଓ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝିଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ...

Advertisement
Archives

Model This Week