ଓମିକ୍ରନର ହୋଇଛି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୧: ଦେଶରେ ପ୍ରଥମଥର ପାଇଁ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି । ରାଜଧାନୀ ଦିଲ୍ଲୀରେ ହାଇବ୍ରିଡ ଇମ୍ୟୁନିଟି ବି ଆରମ୍ଭ ହୋଇଯାଇଛି । ଏବେ ପର୍ଯ୍ୟନ୍ତ ଅନୁମାନ କରାଯାଉଥିଲା କି କରୋନାର ଓମିକ୍ରନ୍ ଭାରିଏଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇଛି । ହେଲେ ଏବେ ଚିକିତ୍ସା ଅଧ୍ୟୟନରୁ ଏହାର ପ୍ରମାଣ ମିଳିଛି । ୨୨ ଦିନ ପୂର୍ବରୁ ଏହା ଆରମ୍ଭ ହୋଇଥିବା ବେଳେ ଏବେ ଦୁଇଟି ଯାକ ଡୋଜ ଟିକା ନେଇଥିବା ଲୋକଙ୍କ ପାଖରେ ମଧ୍ୟ ଏହା ଦେଖାଦେଇଛି । ୨୦୨୦ରେ ବୁହାନ, ୨୦୨୧ରେ ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଲୋକେ ଟିକା ନେବା ପରେ ବି ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସେମାନଙ୍କ ଶରୀରରେ ଇମ୍ୟୁନିଟି ତିଆରି ହେଉଛି । ଚିକିତ୍ସା ବିଜ୍ଞାନରେ ଏହାକୁ ହାଇବ୍ରିଡ ଇମ୍ୟୁନିଟି କୁହାଯାଉଛି । ଦିଲ୍ଲୀରେ ଏମିତି କେତେଜଣ ରୋଗୀଙ୍କୁ ଦେଖିବାକୁ ମିଳିଲାଣି ଯେଉଁମାନଙ୍କ ନିକଟରେ ୪-୪ଟି ସ୍ତରରେ ଇମ୍ୟୁନିଟି ବିକଶିତ ହେଉଛି । ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ବେଳେ ହାଇବ୍ରିଡ ଇମ୍ୟୁନିଟି ଏକ ଭଲ ସଙ୍କେତ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ବସନ୍ତ କୁଞ୍ଜ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ ବିଲିୟରି ସାଇନ୍ସ(ଆଇଏଲବିଏସ)ର ଅଧ୍ୟୟନରୁ ଜଣାପଡିଛି କି ଓମିକ୍ରନ୍ ଭାରିଏଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବରଣ୍ଡୁଆ ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ଦୁର୍ବ୍ୟବହାର, ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ

ପଦ୍ମପୁର, ୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବରଣ୍ଡୁଆ ଗ୍ରାମର ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଏ ନେଇ ବିଡିଓଙ୍କ ନିକଟରେ...

‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହ ବିବାହ ଭୋଜିରେ ପଶି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ଭୋପାଳ,୧୩।୧୨: ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହକିଛି ଲୋକ ମଧ୍ୟପ୍ରଦେଶର ମନ୍ଦସାଉର ଅଞ୍ଚଳରେ ରବିବାର ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ପ୍ରବେଶ କରି ପୂର୍ବତନ ସରପଞ୍ଚଙ୍କୁ...

ପଞ୍ଜାବ, ଉତ୍ତରାଖଣ୍ଡ ପରେ ଗୋଆରେ ଦେଲେ ମାଗଣା ପ୍ରତିଶ୍ରୁତି

ପାଣାଜୀ,୪।୨: ଆମ ଆଦମୀ ପାର୍ଟି (ଆପ୍‌) ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବରୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଭିନ୍ନ ମାଗଣା ଯୋଜନା ଘୋଷଣା କରିସାରିଛି। ଏପରି...

ସଲମାନଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୪: ବମ୍ବେ ହାଇକୋର୍ଟ ପକ୍ଷରୁ ସଲମାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଅଭିନେତାଙ୍କ ବିରୋଧରେ୨୦୧୯ରେ ହୋଇଥିବା ଏକ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ...

ବିଏସଏନଏଲକୁ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୨୭।୭: ମୋଦି କ୍ୟାବିନେଟ ପକ୍ଷରୁ ବୁଧବାର ବିଏସଏନଏଲ ପୁନରୁଦ୍ଧାର ପାଇଁ ପ୍ୟାକେଜ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ପରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି...

ପୋଲିସ ହାତରୁ ବନ୍ଧୁକ ଛଡାଇ ନେଇଥିଲେ ଅଭିଯୁକ୍ତ: କମିଶନର

ହାଇଦ୍ରାବାଦ,୬।୧୨: ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟିଛି ହାଇଦ୍ରାବାଦ ଏନ୍‌କାଉଣ୍ଟର। ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ସାଇବରାବାଦ ପୋଲିସ କମିଶନର ଭିସି ସାଜନର ଏକ...

୫ ବର୍ଷରେ ପଛୁଆ ବର୍ଗର ୧୫ ପ୍ରତିଶତ ବିଚାରପତି ହାଇକୋର୍ଟରେ ନିଯୁକ୍ତ…

ନୂଆଦିଲ୍ଲୀ,୧।୧ : ଗତ ପାଞ୍ଚ ବର୍ଷ ମଧ୍ୟରେ ହାଇକୋର୍ଟରେ ନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରୁ ୧୫ ପ୍ରତିଶତରୁ କିଛି ଅଧିକ ପଛୁଆ ବର୍ଗର ଥିଲେ। ନ୍ୟାୟ ବିଭାଗ...

କରୋନା ଯୋଦ୍ଧାଙ୍କ ପିପିଇ ଅସୁରକ୍ଷିତ

ବେଜିଂ,୩।୫: ମହାମାରୀ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଅନିବାର୍ଯ୍ୟ। ଏହାଦ୍ୱାରା ସେମାନେ...

Advertisement
Archives

Model This Week