Posted inଜାତୀୟ

ଜନ୍ମ ସହିତ ସମ୍ପ୍ରଦାୟ ଜଡ଼ିତ, ଅନ୍ୟ ଧର୍ମରେ ବିବାହ କଲେ ବି ମିଳିବ ମୂଳ ଜାତିଗତ ପ୍ରମାଣପତ୍ର…

ଥିରୁଭାନନ୍ତପୁରମ୍‌, ୭।୨ : ଜଣେ ବ୍ୟକ୍ତିଙ୍କ ଜନ୍ମ ତାଙ୍କ ସମ୍ପ୍ରଦାୟ ସହିତ ଜଡ଼ିତ। ପରେ ସେ ଅନ୍ୟ ଧର୍ମରେ ବିବାହ କଲେ ବି ତାଙ୍କୁ ମୂଳ ଜାତିଗତ ପ୍ରମାଣ ମିଳିବ। କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଜଣେ ଏସ୍‌ସି ମହିଳା ଖ୍ରୀଷ୍ଟିଆନ୍‌ ଧର୍ମରେ ବିବାହ କରିଥିଲେ। ତେବେ ସେ ଜନ୍ମ ହୋଇଥିବା ସମ୍ପ୍ରଦାୟର ମୂଳ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ।

କିନ୍ତୁ ସେ ଖ୍ରୀଷ୍ଟିଆନ୍‌ ଧର୍ମରେ ବିବାହ କରିଥିବାରୁ ତାଙ୍କୁ ମୂଳ ଜାତିଗତ ପ୍ରମାଣପତ୍ର ମିଳିବ ନାହିଁ ବୋଲି କୁହାଯାଇଥିଲା। ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ ଏହାର ବିଚାର କରି କହିଛନ୍ତି ଯେ, ଅନୁଚ୍ଛେଦର ଧାରା ୩୪୧ ଅନୁସାରେ ମହିଳାଙ୍କ ଜନ୍ମ ସମୟର ମୂଳ ସମ୍ପ୍ରଦାୟ ଅନୁସୂଚିତ ତାଲିକାଭୁକ୍ତ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ୧୯୭୫ ମେ’ ୨ରେ ଜାରି ହୋଇଥିବା ଘୋଷଣା ପତ୍ରରେ ମଧ୍ୟ ମହିଳାଙ୍କ ଜନ୍ମ ସମୟର ମୂଳ ସମ୍ପ୍ରଦାୟକୁ ଅନୁସୂଚିତ ତାଲିକାଭୁକ୍ତ କରାଯାଇଛି।

ତେଣୁ ତାଙ୍କୁ ମୂଳ ଜାତିଗତ ପ୍ରମାଣପତ୍ରରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ବିଚାରପତି ରାଜା ବିଜୟରାଘବନ ଭି.ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ର ମାୟାରେ ବାୟା: ମୋବାଇଲ୍‌ରେ କଥା ହୋଇ ଶିଶୁକୁ ଅଟୋରେ ଛାଡ଼ି ପଳାଇଲେ ମା’; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୭।୮: ମୋବାଇଲ୍‌  ସଭିଙ୍କୁ ପାଗଳ କରିଛି। ମୋବାଇଲ୍‌ ମାନିଆ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ମହିଳା...

ସରକାରୀ ଟୁଇଟର ଆକାଉଣ୍ଟରେ ଦେଖାଗଲାଣି ଗ୍ରେ ଟିକ, ମୋଦିଙ୍କ ସମେତ ବିଶ୍ୱର ବଡ ବଡ ନେତାଙ୍କ ବଦଳିଲା ମାର୍କ

ଲସ ଆଞ୍ଜେଲସ,୨୦ ।୧୨: ଟୁଇଟରର ନୂଆ ଭେରିଫିକେଶନ ପ୍ରଣାଳୀର ରଙ୍ଗ ଏବେ ସାଇଟରେ ନଜର ଆସିଲାଣି । ସରକାରୀ ଅଧିକାରୀ ଓ ସଙ୍ଗଠନ ଏବେ ମାଇକ୍ରୋବ୍ଲଗିଂ...

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୮।୬: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଅଲିମ୍ପିୟାନ୍‌ ଅସଲମ ଶେର ଖାଁ ୨ ବର୍ଷ ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ...

୮ ବର୍ଷ ପରେ ବି ବଦଳିନି ସ୍ଥିତି: ନିର୍ଭୟାଙ୍କ ମାତା-ପିତା

ନୂଆଦିଲ୍ଲୀ, ୧୬।୧୨: ଇତିମଧ୍ୟରେ ନିର୍ଭୟା କାଣ୍ଡକୁ ୮ ବର୍ଷ ବିତିଛି। ୨୦୧୨ ଡିସେମ୍ବର ୧୬-୧୭ ରାତ୍ରରେ ନିର୍ଭୟାକାଣ୍ଡ ହୋଇଥିଲା। ତେବେ ଏବେ ବି ସ୍ଥିତି ବଦଳିନି...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଡବଲ ମର୍ଡର

ଲକ୍ଷ୍ନୌ,୨୯।୮-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ନିକଟରେ ଶନିବାର ଡବଲ ମର୍ଡର ହୋଇଛି। ଗୌତମପଲ୍ଲୀ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ରହୁଥିବା କେନ୍ଦ୍ର ରେଳ ମନ୍ତ୍ରାଳୟର...

ପ୍ରତାପଙ୍କୁ ବି ପିଏମ୍‌ଓରୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଦେଶ ବିଦେଶ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ଏବେ ସବୁଠାରୁ ବଡ ଆଲୋଚନାର ବିଷୟ...

ରାଜଦ୍ରୋହ ଆଇନର ସାମ୍ବିଧାନିକ ବୈଧତା, ୪ ଦିନରେ ଜବାବ୍‌ ଦାଖଲ କରିବେ କେନ୍ଦ୍ର ସରକାର, ମେ‘ ୫ରେ ଶୁଣାଣି…

ନୂଆଦିଲ୍ଲୀ, ୨୭।୪ : ରାଜଦ୍ରୋହ ଆଇନର (୧୨୪-ଏ) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ବୁଧବାର ଦିନ...

କୋଭିଡ୍‌ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, ୨୭।୧: କୋଭିଡ୍‌ ସ୍ଥିତିକୁ ନେଇ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକ ରାଜ୍ୟପାଳ ଅନୀଲ ବାଇଜଲଙ୍କ...

Advertisement
Archives

Model This Week