Posted inଜାତୀୟ

‘ଛୁଟି ଚାହୁଁଥିଲେ ଏକା ଦେଖାକର’ ମନ୍ତବ୍ୟକୁ ନିର୍ଯାତନା ସୂଚକ ଭାବେ ଗ୍ରହଣ କରିହେବ ନାହିଁ, ହାଇକୋର୍ଟ…

ରାୟପୁର,୪।୧୧: ଜଣେ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ଏଫଆଇଆର୍‌କୁ ଖଣ୍ଡନ କରି ଛତିଶଗଡ ହାଇକୋର୍ଟ କହିଛନ୍ତି, ‘ଯଦି ଛୁଟି ଚାହୁଁଛ, ଏକୁଟିଆ ଦେଖା କର’ ମନ୍ତବ୍ୟକୁ ଯୌନ ନିର୍ଯାତନା ସୂଚକ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୫୪-କ ଅନ୍ତର୍ଗତ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ଏନେଇ ପ୍ରଫେସରଙ୍କ ଆଇନଜୀବୀ ଯୁକ୍ତି ବାଢ଼ିଥିଲେ ଯେ, ଏକ୍ଷେତ୍ରରେ କୌଣସି ଶାରୀରିକ ସମ୍ପର୍କ କିମ୍ବା ଏସମ୍ପର୍କିତ କୌଣସି କାର୍ଯ୍ୟ ସମ୍ପୃକ୍ତ ପ୍ରଫେସର କରି ନାହାନ୍ତି। ଅବା ସେ ଯୌନ ସମ୍ପର୍କ ରଖିବା ଲାଗି ଅନୁରୋଧ ମଧ୍ୟ କରି ନ ଥିବା ଆଇନଜୀବୀ ଦର୍ଶାଇଥିଲେ। ତେଣୁ, ଆଇପିସିର ଧାରା ୩୫୪-କ ଅନୁଯାୟୀ କୌଣସି ଅପରାଧ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣିତ ହେଉ ନାହିଁ।

ଏହି ପ୍ରସଙ୍ଗରେ ଅଭିଯୋଗର ବିଷୟବସ୍ତୁକୁ ବିଚାର କରି ବିଚାରପତି ନରେନ୍ଦ୍ର କୁମାର ବ୍ୟାସଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି ଆମେ ଅଭିଯୋଗର ବିଷୟବସ୍ତୁକୁ ଦେଖିବା ଯେଉଁଥିରେ ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି, ଅଭିଯୁକ୍ତ କହିଛନ୍ତି ଯେ ‘ ମ୍ୟାଡାମ୍‌ ଯଦି ତୁମେ ଛୁଟି ଚାହୁଁଛ, ମୋତେ ଏକୁଟିଆ ସାକ୍ଷାତ କର’। ଏହି ମନ୍ତବ୍ୟରୁ ଅନୁମାନ କରାଯାଇପାରିବ ନାହିଁ ଯେ ତାଙ୍କ ଉପରେ କୌଣସି ଯୌନ ନିର୍ଯାତନା ହୋଇଛି। ସେମାନଙ୍କ ବାର୍ତ୍ତାଳାପକୁ ନେଇ ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଆଇପିସିର ଧାରା ୩୫୪ (କ) (୪) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ।

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ପ୍ରିଭେନସନ ଅଫ ଆଟ୍ରୋସିଟିସ) ଆକ୍ଟ, ୧୯୮୯ ର ଧାରା ୩ (୧) (୧୨) ଅନୁଯାୟୀ କୋର୍ଟ ଏଫଆଇଆର୍‌କୁ ଖଣ୍ଡନ କରିଛନ୍ତି। ଅଭିଯୁକ୍ତ ପୀଡିତାଙ୍କୁ ଯୌନ ଶୋଷଣ କରିବା ଲାଗି ଏଭଳି କହିଥିବା ପ୍ରମାଣିତ ହୋଇ ପାରୁ ନାହିଁ କୋର୍ଟ କହିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗକାରୀ ଅନୁସୂଚିତ ଜାତି ସମ୍ପ୍ରଦାୟର ଏବଂ ଅଭିଯୁକ୍ତ ଭିନ୍ନ ସମ୍ପ୍ରଦାୟର। ଏହା ବ୍ୟତୀତ ଦାଖଲ ହୋଇଥିବା ଅଭିଯୋଗରେ ଅନ୍ୟ କୌଣସି ରେକର୍ଡରେ ନାହିଁ। ଅନୁସୂଚିତ ଜାତି ସମ୍ପ୍ରଦାୟର ହୋଇଥିବାରୁ ଅଭିଯୋଗକାରୀ ଅଭିଯୁକ୍ତଙ୍କ ବିରୋଧରେ ଏଭଳି ମାମଲା ଆଣିଥିବା କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri