୬ରୁ ରବିଧାନ ସଂଗ୍ରହ: ବିକ୍ରି ପରିମାଣ ଅସ୍ପଷ୍ଟ

ବରଗଡ଼ ଅଫିସ୍‌,୮।୪: ବରଗଡ଼ ଜିଲାରେ ଆସନ୍ତା ମେ ୬ରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନ ମଣ୍ଡି ଗୁଡ଼ିକରୁ ଏହା ଆରମ୍ଭ କରାଯିବ। ସେହିପରି ବରଗଡ଼ ଆରଏମସି ଅଧୀନ ମଣ୍ଡି ଗୁଡ଼ିକରୁ ମେ ୧୨ ଏବଂ ପଦ୍ମପୁର ଆରଏମସି ଅଧିନ ମଣ୍ଡି ଗୁଡ଼ିକରୁ ମେ ୧୫ତାରିଖରୁ ଧାନ କିଣାବିକା ଚାଲିବ। ଗୁରୁବାର ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏଥର ଏକର ପ୍ରତି କେତେ ପରିମାଣ ଧାନ କିଣାଯିବ ଏବଂ ଟୋକନ ଅବଧି କେତେଦିନ ରହିବ, ତାହା ସ୍ପଷ୍ଟ କରାଯାଇନାହିଁ। ଜିଲା ପ୍ରଶାସନ ହାତରେ ସେହି କ୍ଷମତା ନାହିଁ ଏବଂ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜିଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବରଗଡ଼ ଜିଲାରେ ଏଥର ୧୫୬ ମଣ୍ଡି ଖୋଲିବ। ସେଥିମଧ୍ୟରେ ବରଗଡ଼ ଆରଏମ୍‌ସି ଅଧୀନରେ ସର୍ବାଧିକ ୬୦ ମଣ୍ଡି ରହିଥିବା ବେଳେ ଅତାବିରା ଆରଏମ୍‌ସି ଅଧୀନରେ ୫୪ ଏବଂ ପଦ୍ମପୁର ଆରଏମ୍‌ସି ଅଧୀନରେ ୪୨ମଣ୍ଡି ରହିଛି। ଯେଉଁ ମଣ୍ଡିଗୁଡ଼ିକରେ ସାପ୍ତାହିକ ବଜାର ବସୁଛି, ସେଠାରେ ବଜାର ଦିନ ବ୍ୟତୀତ ସପ୍ତାହକୁ ୬ ଦିନ ଏବଂ ଯେଉଁଠି ସାପ୍ତାହିକ ବଜାର ବସୁନାହିଁ, ସେଠାରେ ସପ୍ତାହର ସବୁଦିନ ମଣ୍ଡି ଖୋଲାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ମଣ୍ଡିଗୁଡ଼ିକରେ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଧାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ଧାନ ସଂଗ୍ରହ ପ୍ରକ୍ରିୟାରେ ଏଥର ୧୧୨ ମିଲର୍ସଙ୍କୁ ସାମିଲ କରାଯିବ। ଜିଲାର ୫୩ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ୨୫ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି) ମାଧ୍ୟମରେ ଯୋଗାଣ ନିଗମ ଧାନ କିଣିବ। ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଏବଂ ଗ୍ରେଡ୍‌-ଏ ଧାନ କୁଇଣ୍ଟାଲ ପ୍ରତି ୧୯୬୦ ଟଙ୍କା ରହିଥିବାବେଳେ ଚାଷୀଙ୍କୁ ସେମାନଙ୍କ ବିକ୍ରିଧାନର ପ୍ରାପ୍ୟ ପି-ପାସ୍‌(ପେଡ୍ଡି ପ୍ରକ୍ର୍ୟୁମେଣ୍ଟ ଅଟୋନମସ୍‌ ସିଷ୍ଟମ) ମାଧ୍ୟମରେ ଡିଏଫଟି(ଡାଇରେକ୍ଟ ଫଣ୍ଡ୍‌ ଟ୍ରାନ୍ସଫର୍‌) ଜରିଆରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ନାମମାତ୍ର, କ୍ଷୁଦ୍ର ଚାଷୀଙ୍କ ଧାନ ଉଠାଣକୁ ଅଗ୍ରାଧିକାର ଦିଆଯିବ ଏବଂ ଧାନକ୍ରୟ କେନ୍ଦ୍ରରେ ହିଁ ଧାନ ଓଜନ, ଗୁଣମାନ ନିର୍ଦ୍ଧାରଣ କରାଯିବ। ଏହାସହିତ ଧାନକ୍ରୟ କେନ୍ଦ୍ରରୁ ମିଲ୍‌କୁ ଧାନ ପରିବହନ ମିଲର୍ସଙ୍କ ଦାୟିତ୍ୱ ବୋଲି ସୂଚନା ଦିଆଯାଇଥିଲା।

ଧାନ କିଣାବିକାରେ ଚାଷୀମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ଜିଲାପାଳ ବାନାର୍ଜୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଣ୍ଡିରେ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଦିନିଆଁ ବର୍ଷା, କାଳବୈଶାଖୀ, କରାମାଡ଼ରେ ଚାଷୀଙ୍କ ଅମଳ ଧାନ ଯେଭଳି କ୍ଷତିଗ୍ରସ୍ତ ନ ହୁଏ, ସେଥିପ୍ରତି ସଜାଗ ଦୃଷ୍ଟି ରଖିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତ୍ତିବାସ ରାଉତଙ୍କ ସମେତ ଆରଏମ୍‌ସି ଚେୟାରମ୍ୟାନ, ସମ୍ପାଦକ, ଚାଷୀ, ମିଲର୍ସ ପ୍ରତିନିଧି ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?