୬ରୁ ରବିଧାନ ସଂଗ୍ରହ: ବିକ୍ରି ପରିମାଣ ଅସ୍ପଷ୍ଟ

ବରଗଡ଼ ଅଫିସ୍‌,୮।୪: ବରଗଡ଼ ଜିଲାରେ ଆସନ୍ତା ମେ ୬ରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନ ମଣ୍ଡି ଗୁଡ଼ିକରୁ ଏହା ଆରମ୍ଭ କରାଯିବ। ସେହିପରି ବରଗଡ଼ ଆରଏମସି ଅଧୀନ ମଣ୍ଡି ଗୁଡ଼ିକରୁ ମେ ୧୨ ଏବଂ ପଦ୍ମପୁର ଆରଏମସି ଅଧିନ ମଣ୍ଡି ଗୁଡ଼ିକରୁ ମେ ୧୫ତାରିଖରୁ ଧାନ କିଣାବିକା ଚାଲିବ। ଗୁରୁବାର ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏଥର ଏକର ପ୍ରତି କେତେ ପରିମାଣ ଧାନ କିଣାଯିବ ଏବଂ ଟୋକନ ଅବଧି କେତେଦିନ ରହିବ, ତାହା ସ୍ପଷ୍ଟ କରାଯାଇନାହିଁ। ଜିଲା ପ୍ରଶାସନ ହାତରେ ସେହି କ୍ଷମତା ନାହିଁ ଏବଂ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜିଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବରଗଡ଼ ଜିଲାରେ ଏଥର ୧୫୬ ମଣ୍ଡି ଖୋଲିବ। ସେଥିମଧ୍ୟରେ ବରଗଡ଼ ଆରଏମ୍‌ସି ଅଧୀନରେ ସର୍ବାଧିକ ୬୦ ମଣ୍ଡି ରହିଥିବା ବେଳେ ଅତାବିରା ଆରଏମ୍‌ସି ଅଧୀନରେ ୫୪ ଏବଂ ପଦ୍ମପୁର ଆରଏମ୍‌ସି ଅଧୀନରେ ୪୨ମଣ୍ଡି ରହିଛି। ଯେଉଁ ମଣ୍ଡିଗୁଡ଼ିକରେ ସାପ୍ତାହିକ ବଜାର ବସୁଛି, ସେଠାରେ ବଜାର ଦିନ ବ୍ୟତୀତ ସପ୍ତାହକୁ ୬ ଦିନ ଏବଂ ଯେଉଁଠି ସାପ୍ତାହିକ ବଜାର ବସୁନାହିଁ, ସେଠାରେ ସପ୍ତାହର ସବୁଦିନ ମଣ୍ଡି ଖୋଲାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ମଣ୍ଡିଗୁଡ଼ିକରେ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଧାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ଧାନ ସଂଗ୍ରହ ପ୍ରକ୍ରିୟାରେ ଏଥର ୧୧୨ ମିଲର୍ସଙ୍କୁ ସାମିଲ କରାଯିବ। ଜିଲାର ୫୩ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ୨୫ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି) ମାଧ୍ୟମରେ ଯୋଗାଣ ନିଗମ ଧାନ କିଣିବ। ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଏବଂ ଗ୍ରେଡ୍‌-ଏ ଧାନ କୁଇଣ୍ଟାଲ ପ୍ରତି ୧୯୬୦ ଟଙ୍କା ରହିଥିବାବେଳେ ଚାଷୀଙ୍କୁ ସେମାନଙ୍କ ବିକ୍ରିଧାନର ପ୍ରାପ୍ୟ ପି-ପାସ୍‌(ପେଡ୍ଡି ପ୍ରକ୍ର୍ୟୁମେଣ୍ଟ ଅଟୋନମସ୍‌ ସିଷ୍ଟମ) ମାଧ୍ୟମରେ ଡିଏଫଟି(ଡାଇରେକ୍ଟ ଫଣ୍ଡ୍‌ ଟ୍ରାନ୍ସଫର୍‌) ଜରିଆରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ନାମମାତ୍ର, କ୍ଷୁଦ୍ର ଚାଷୀଙ୍କ ଧାନ ଉଠାଣକୁ ଅଗ୍ରାଧିକାର ଦିଆଯିବ ଏବଂ ଧାନକ୍ରୟ କେନ୍ଦ୍ରରେ ହିଁ ଧାନ ଓଜନ, ଗୁଣମାନ ନିର୍ଦ୍ଧାରଣ କରାଯିବ। ଏହାସହିତ ଧାନକ୍ରୟ କେନ୍ଦ୍ରରୁ ମିଲ୍‌କୁ ଧାନ ପରିବହନ ମିଲର୍ସଙ୍କ ଦାୟିତ୍ୱ ବୋଲି ସୂଚନା ଦିଆଯାଇଥିଲା।

ଧାନ କିଣାବିକାରେ ଚାଷୀମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ଜିଲାପାଳ ବାନାର୍ଜୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଣ୍ଡିରେ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଦିନିଆଁ ବର୍ଷା, କାଳବୈଶାଖୀ, କରାମାଡ଼ରେ ଚାଷୀଙ୍କ ଅମଳ ଧାନ ଯେଭଳି କ୍ଷତିଗ୍ରସ୍ତ ନ ହୁଏ, ସେଥିପ୍ରତି ସଜାଗ ଦୃଷ୍ଟି ରଖିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତ୍ତିବାସ ରାଉତଙ୍କ ସମେତ ଆରଏମ୍‌ସି ଚେୟାରମ୍ୟାନ, ସମ୍ପାଦକ, ଚାଷୀ, ମିଲର୍ସ ପ୍ରତିନିଧି ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭୪୬ ସୁଲଭ କେନ୍ଦ୍ରରୁ ପଞ୍ଚାୟତ ହାତରେ ୧

ଯାଜପୁର ଅଫିସ,୩୦ା୧୨:ଜଷ୍ଟିସ ୱାଧ୍ୱା କମିଶନଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ସରକାର ୨୦୧୧ରେ ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏହିକ୍ରମରେ ୨୦୧୨ ଏପ୍ରିଲରୁ...

ଫାଇଲିନକୁ ବିତିଲା ୬ ବର୍ଷ: ବୁଢ଼ାବଳଙ୍ଗରେ ହୋଇପାରୁନି ଆଡ଼ିବନ୍ଧ

ବାରିପଦା ଅଫିସ,୧୩।୧୦- ସେଦିନ ଥିଲା ୨୦୧୩ ଅକୋ୍ଟବର ୧୩ ତାରିଖର କାଳ ରାତ୍ରି । ଫାଇଲିନ ବାତ୍ୟା ପ୍ରଭାବରେ ଫୁଲି ଉଠିଥିଲା ବୁଢ଼ାବଳଙ୍ଗ । ଚାହୁଁଚାହୁଁ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସତ୍ୟପ୍ରକାଶ

ପୁରୀ ଅଫିସ, ୨୨।୯: ଆଇସ୍‌କ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିଛନ୍ତି...

ନାବାଳିକାଙ୍କୁ ବଳାତ୍କାର କରି ଜଣେ ଗିରଫ

ହିଞ୍ଜିଳିକାଟୁ,୨୨ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଘଟଣା ନେଇ ବୁଧବାର ହିଞ୍ଜିଳି ଥାନାରେ ନାବାଳିକାଙ୍କ ଅଭିଯୋଗ ପରେ...

ଟୋକନ୍‌-ଟାର୍ଗେଟ ମଧ୍ୟରେ ପେଷି ହେଉଛି ଚାଷୀ

ଖୋର୍ଦ୍ଧା ଅଫିସ,୧୯ା୨:ଖୋର୍ଦ୍ଧା ଜିଲାରେ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିିଛି। ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀ ଟୋକନ ପାଇ ସୁଦ୍ଧା ଧାନ...

ଉପାନ୍ତ ଜିଲାରେ ଚମକିଲେ ବିଜୟଲକ୍ଷ୍ମୀ: ନୂଆପଡା ପାଇଁ ଆଣିଲେ ଗୌରବ

ନୂଆପଡା ଅଫିସ,୨୯।୭: ନୂଆପଡା ଭଳି ଉପାନ୍ତ ଜିଲାରେ ଡାକ୍ତରାଣୀ ହୋଇ ନିଷ୍ପେଷିତଙ୍କ ସେବା କରିବି ବୋଲି କହିଛନ୍ତି ନୂଆପଡା ଜିଲା ମାଟ୍ରିକ ଟପ୍ପର ବିଜୟ ଲକ୍ଷ୍ମୀ...

କେଳୁଣି ମୁହାଣ ନିକଟରେ ଜାହାଜର ସଫି

କୋଣାର୍କ,୧୭।୩(ଡି.ଏନ୍‌.ଏ): ପୁରୀ ଜିଲା କେଳୁଣି ମୁହାଣ ନିକଟ କେଉଟଜଙ୍ଗା ଗ୍ରାମ ନିକଟ ସମୁଦ୍ର କୂଳରେ ମଙ୍ଗଳବାର ଭୋରୁ ଏକ ଜାହାଜର ସଫି ଲାଗିଥିଲା। ଏହା ଦେଖି...

ବନ୍ଧାହେବେ ଦୁର୍ନୀତିଗ୍ରସ୍ତ ଅଧିକାରୀ

ଭାପୁର,୨୭ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚିତ। କେତେବେଳେ ଗୋଟିଏ ଶହେ ମିଟର ରାସ୍ତାକୁ ୨୧ ଥର ବିଲ...

Advertisement
Archives

Model This Week