ଶୀତଳଭଣ୍ଡାର ବିକିବାକୁ ଗରାଖ ଖୋଜା

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ଆଳୁ ଚାଷ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆଳୁ ରଖିବା ଏବଂ ଉପଯୁକ୍ତ ବଜାର ସୁବିଧା ମିଳୁ ନ ଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି । କେବଳ ଖାଇବା ଆଳୁ ନୁହେଁ, ମଞ୍ଜି ପାଇଁ ମଧ୍ୟ ଓଡ଼ିଶାକୁ ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଚାଷୀଙ୍କୁ ଠିକ୍‌ ସମୟରେ ବିହନ, ସାର, ବଜାର ସୁବିଧା ଓ ଉପଯୁକ୍ତ ଦର ମିଳୁ ନ ଥିବାରୁ ଆଳୁ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏପରି କି ଏହାର ଉତ୍ପାଦନ ବଢ଼ାଇବାକୁ ସରକାର କରିଥିବା ରାଜ୍ୟ ଆଳୁ ମିଶନ ବାଟବଣା ହୋଇଛି । ସ୍ଥିତି ଏଭଳି ହେଲାଣି ଯେ ଆଳୁ ମିଶନ ହେବା ପରଠୁ କୃଷି ଉଦ୍ୟୋଗୀଙ୍କ ଦ୍ୱାରା ଯେଉଁ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଥିଲା ସେଗୁଡ଼ିକୁ ଏବେ ସେମାନେ ବିକିବା ଲାଗି ଗରାଖ ଖୋଜୁଛନ୍ତି। ଆଳୁ ଉତ୍ପାଦନ କମିବା, ସରକାରୀ ପ୍ରୋତ୍ସାହନ ଅଭାବ ଏବଂ ବ୍ୟାଙ୍କ ଋଣ ଶୁଝି ନ ପାରି ଏମାନେ ଦେବାଳିଆ ସ୍ତରକୁ ଚାଲିଗଲେଣି। ଏଭଳି ସ୍ଥଳେ ସେମାନଙ୍କ ପକ୍ଷେ ଶୀତଳଭଣ୍ଡାର ଚଳାଇବା ସମ୍ଭବ ହେଉ ନ ଥିବାରୁ ସେଗୁଡ଼ିକୁ ସରକାର ନିଅନ୍ତୁ ବୋଲି ନିବେଦନ କରିଛନ୍ତି।
ରାଜ୍ୟରେ ଦୈନିକ ୨୫୦୦ ଟନ୍‌ରୁ ୩ ହଜାର ଟନ୍‌ ଆଳୁର ଆବଶ୍ୟକତା ରହିଛି। ମାତ୍ର ୨ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହେଉଥିବା ବେଳେ ବାର୍ଷିକ ଚାହିଦା ରହିଛି ୧୨ ଲକ୍ଷ ମେଟ୍ରିକ ଟନ୍‌। ରାଜ୍ୟର ଆଳୁ ଚାହିଦା ମେଣ୍ଟାଇବା ସହ ଉପତ୍ାଦନ ବଢ଼ାଇବା ପାଇଁ ରାଜ୍ୟ ସରକାର ୨୦୧୫ରେ ରାଜ୍ୟ ଆଳୁ ମିଶନ ଆରମ୍ଭ କରିଥିଲେ। ଏଥିରେ ଆଳୁ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ବ୍ୟବସ୍ଥା ରହିଛି । ୨୦୧୬-୧୭ରେ ରାଜ୍ୟର ୬୦ ହଜାର ହେକ୍ଟରରେ ଆଳୁ ଚାଷ କରିବାକୁ ନିଷ୍ପତ୍ତି ହୋଇଥିଲା। ୧୧୨ଟି ଶୀତଳଭଣ୍ଡାର ସ୍ଥାପନ କରିବାକୁ ଏଥିରେ ବ୍ୟବସ୍ଥା ରହିଥିବା ବେଳେ ଆଳୁ ଉପତ୍ାଦନକୁ ୭ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ରାଜ୍ୟରେ ଆଳୁ ଉପତ୍ାଦନ ୨ ଲକ୍ଷ ମେଟ୍ରିକ ଟନ୍‌ ଉପରକୁ ଛୁଇଁପାରିଲା ନାହିଁ। ଏହି ଅତ୍ୟାବଶ୍ୟକ ସାମଗ୍ରୀ ରଖିବା ପାଇଁ ମିଶନ ଜରିଆରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ସରକାରୀ ପ୍ରୋତ୍ସାହନ ଆଶାରେ ଯୁବ କୃଷି ଉଦ୍ୟୋଗୀମାନେ ଆଗେଇ ଆସିଥିଲେ। ୨୦୧୫ରୁ ୨୦୧୯ ମଧ୍ୟରେ ୨୬ଟି ଶୀତଳଭଣ୍ଡାର ନିର୍ମାଣ ହେଲା । ଯେଉଁ ଉଦ୍ୟୋଗୀମାନେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ଶୀତଳଭଣ୍ଡାର ନିର୍ମାଣ କରିଥିଲେ, ସେମାନେ ଏବେ ନିଜ ସଂସ୍ଥାକୁ ବିକ୍ରିି କରିବାକୁ ବସିଛନ୍ତି । ମିଶନ ଚାଷୀଙ୍କୁ ଆକୃଷ୍ଟ କରିପାରି ନ ଥିବା ବେଳେ ଶୀତଳଭଣ୍ଡାର କରିଥିବା କୃଷି ଉଦ୍ୟୋଗୀମାନଙ୍କୁ ମଧ୍ୟ ତଳିତଳାନ୍ତ କରିଛି। ଆଳୁ ରଖିବା ପାଇଁ ନିର୍ମାଣ ହୋଇଥିବା ଶୀତଳଭଣ୍ଡାର ଖର୍ଚ୍ଚ ବୋଝ ଏତେ ବଢ଼ିଗଲାଣି ଯେ ଉଦ୍ୟୋଗୀମାନେ ଏହାକୁ ବିକ୍ରି କରିବାକୁ ଗରାଖ ପାଉନାହାନ୍ତି। ଶେଷରେ ବାଧ୍ୟ ହୋଇ ସେମାନଙ୍କ ଶୀତଳଭଣ୍ଡାର ବୋଝ ସରକାର ନିଅନ୍ତୁ ବୋଲି ଏହାର ମାଲିକମାନେ କହିଲେଣି।
ରାଜ୍ୟରେ ଥିବା ୧୪୦ଟି ଶୀତଳଭଣ୍ଡାର ମଧ୍ୟରୁ ମାତ୍ର ୪୦ଟି କାର୍ଯ୍ୟକ୍ଷମ ରହିଛି। ଋଣ ଛାଡ଼ କରିବା ସହ ପରିବହନ ଓ ବିଦ୍ୟୁତ୍‌ ବିଲ୍‌ ଉପରେ ରିହାତି ଏବଂ ଷ୍ଟୋରେଜ ସବ୍‌ସିଡି ଦେବାକୁ ଉଦ୍ୟୋଗୀମାନେ ଦାବି କରିଛନ୍ତି । ପ୍ରତ୍ୟେକ ଶୀତଳଭଣ୍ଡାରରେ ୫ ହଜାର ମେଟ୍ରିକ ଟନ୍‌ ଆଳୁ ଗଚ୍ଛିତ ରଖିବା ଭଳି କ୍ଷମତା ରହିଛି। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୩୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଏହାଛଡ଼ା ୧୦ ହଜାର ଚାଷୀ ସେମାନଙ୍କର ଉପତ୍ାଦିତ ଦ୍ରବ୍ୟକୁ ଏଠାରେ ସାଇତି ରଖିପାରିବେ । ସମଗ୍ର ରାଜ୍ୟରେ ପ୍ରାୟ ୪ ଲକ୍ଷ କୃଷକ ପରିବାର ଏଥିରେ ଉପକୃତ ହେଉଛନ୍ତି । ରାଜ୍ୟ ସରକାର ଶୀତଳଭଣ୍ଡାର କରିଥିବା ଉଦ୍ୟୋଗୀଙ୍କୁ ସହାୟତା ନ କଲେ ଶୀତଳଭଣ୍ଡାର ସହ ବ୍ୟାଙ୍କରେ ବନ୍ଧା ପଡ଼ିଥିବା ଘରଦ୍ୱାର ମଧ୍ୟ ନିଲାମ ହୋଇଯିବ ବୋଲି ସଂଘର ସମ୍ପାଦକ ଜନାର୍ଦ୍ଦନ ସାହୁ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାର ଏବେ ଶୀତଳଭଣ୍ଡାରଗୁଡ଼ିକ ପାଇଁ ଥିବା ଗାଇଡ୍‌ଲାଇନକୁ ସଂଶୋଧନ କରିବାକୁ ଯାଉଛନ୍ତି । ବିଦ୍ୟୁତ୍‌ ବିଲ୍‌ ଛାଡ଼ କରିବା ସହିତ ସ୍ଥାନୀୟ ମାର୍କେଟରୁ ୫୦% ଦ୍ରବ୍ୟ ରଖିବାକୁ ଥିବା ସର୍ତ୍ତକୁ କୋହଳ କରିବା ଲାଗି ନିଷ୍ପତ୍ତି ହୋଇଛି। ଏ ନେଇ ସରକାରଙ୍କ ସ୍ବୀକୃତି ମିଳିବା ପରେ ଗାଇଡ୍‌ଲାଇନକୁ ସଂଶୋଧନ କରାଯିବ। ଫଳରେ ଶୀତଳଭଣ୍ଡାରଗୁଡ଼ିକ ସରକାରଙ୍କ ସୁବିଧା ପାଇପାରିବେ ବୋଲି କୃଷି ଉପତ୍ାଦନ କମିଶନର ଆର.କେ. ଶର୍ମା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri