ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି ପଚାରୁଥିଲେ ଯେ ‘ଯନ୍ତର-ମନ୍ତର ସିଜିନ୍-୨’ କେବେ ଆରମ୍ଭ ହେବ? ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଯନ୍ତର-ମନ୍ତର ସିଜିନ୍-୨ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏଥର ସେ କେଉଁ ପ୍ରସଙ୍ଗକୁ ନେଇ ସ୍ୱର ଉତ୍ତୋଳନ କରିବେ ସେ ନେଇ ଦୀପକେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।  ତଥାପି ଏହାକୁ ତାଙ୍କର ଗଛ କିଛିଦିନ ପୂର୍ବର ସେହି ବିବୃତ୍ତି ସହ ଯୋଡ଼ି ଦେଖାଯାଉଛି, ଯେଉଁଥିରେ ସେ କହିଥିଲେ ଯେ ଗାଁରେ ସରକାରୀ ସ୍କୁଲଗୁଡ଼ିକର ସ୍ଥିତି ସୁଧାରିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେବ।

ଖବରଦାତା ସମ୍ମିଳନୀରେ ଦୀପକେ କହିଛନ୍ତି, “ଆଜି ଦିଲ୍ଲୀରେ ଆମର ସ୍ୱେଚ୍ଛାସେବୀ (Volunteers) ମାନଙ୍କର ଏକ ବୈଠକ ହେବାର ଥିଲା। ଆମେ ହଲ୍ ଖୋଜୁଥିଲୁ, କିନ୍ତୁ କେହି ବି ଆମକୁ ଭଡ଼ାରେ ହଲ୍ ଦେଲେ ନାହିଁ। ସମସ୍ତେ ଏହାହିଁ କହୁଥିଲେ ଯେ ଉପରୁ ଚାପ ରହିଛି । ବହୁ କଷ୍ଟରେ ଆମକୁ ଗୋଟିଏ ହଲ୍ ମିଳିଲା, ଯାହାର ରସିଦ୍ ମଧ୍ୟ ଆମ ପାଖରେ ଅଛି। କିନ୍ତୁ ସକାଳେ ହିଁ ହଲ୍ ମାଲିକମାନଙ୍କୁ ଧମକ ଦିଆଯାଇଥିଲା। ସେମାନଙ୍କୁ କୁହାଯାଇଥିଲା ଯେ ଯଦି ଏଠାରେ ବୈଠକ ହେବାକୁ ଦିଆଯାଏ, ତେବେ ସେମାନଙ୍କୁ ଓଲଟା ଝୁଲାଯିବ।”

ଦୀପକେ ଅଭିଯୋଗ କରିଛନ୍ତି ଯେ ଏସବୁ ପଛରେ ଭାରତୀୟ ଜନତା ପାର୍ଟି (BJP) ର ହାତ ରହିଛି । ଭାଜପାର କାର୍ଯ୍ୟକଳାପ ଏବଂ କଥାରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ଦଳ ଦେଶର ଯୁବପିଢ଼ିଙ୍କୁ ଭୟ କରୁଛି। ଯଦି ସେମାନେ ଭାବୁଛନ୍ତି ଯେ ଏପରି କାର୍ଯ୍ୟକଳାପ ଦ୍ୱାରା ଆମେ ଡରିଯିବୁ, ତେବେ ଏହା ସେମାନଙ୍କର ଏକ ବଡ଼ ଭୁଲ୍ ଧାରଣା ଅଟେ। ସିଜେପି (CJP) ର ମୁଖପାତ୍ର ଆଶୁତୋଷ ରାଙ୍କା ପ୍ରଶ୍ନ କରି କହିଛନ୍ତି, ଦିଲ୍ଲୀ ପୋଲିସ ଏହି ମାମଲାରେ କ’ଣ କରୁଛି? ଦିଲ୍ଲୀରେ କ’ଣ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି? ପୋଲିସ କ’ଣ କେବଳ ଭାଜପା ପାଇଁ କାମ କରୁଛି? ପୋଲିସକୁ ଆମର ପ୍ରଶ୍ନ ଯେ, ଏହା କ’ଣ କେବଳ ଦିଲ୍ଲୀର ଜନସାଧାରଣଙ୍କ ପାଇଁ କାମ କରିବ?

ଅଭିଜିତ୍ ଦୀପକେ ସୋମବାର ଦିନ ବିବୃତ୍ତି ଦେଇ କହିଥିଲେ ଯେ ଗାଁଗୁଡ଼ିକରେ ସରକାରୀ ସ୍କୁଲର ଅବସ୍ଥା ସୁଧାରିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯିବ। ଏହା ସହିତ ସେ ଅଭିଭାବକମାନଙ୍କୁ ମୌଳିକ ସୁବିଧାଗୁଡ଼ିକର ସୋସିଆଲ୍ ଅଡିଟ୍ କରିବାକୁ ଏବଂ ସରପଞ୍ଚମାନଙ୍କୁ ସ୍କୁଲଗୁଡ଼ିକର ସ୍ଥିତି ସୁଧାରିବା ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ । କକ୍ରୋଚ୍ ଜନତା ପାର୍ଟି ଆଗାମୀ ଅଗଷ୍ଟ ୧୫ ତାରିଖରୁ ଏହି ଅଭିଯାନ ଆରମ୍ଭ କରିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?