Posted inଖେଳ

ରୋନାଲ୍ଡୋ ବୋତଲ ହଟାଇବାରୁ କୋକା କୋଲାର ବଡ଼ କ୍ଷତି

ବୁଡାପେଷ୍ଟ,୧୭।୬ (ପି.ଟି.) : ୟୁରୋକପ୍‌ରେ ପର୍ତ୍ତୁଗାଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଆଗରେ ରଖାଯାଇଥିବା କୋକା କୋଲା ବୋତଲ ହଟାଇ ଦେଇଥିଲେ। ଏହା କୋକା କୋଲା କମ୍ପାନୀର ପ୍ରଭୁତ କ୍ଷତି ଘଟାଇଛି। ରୋନାଲ୍ଡୋଙ୍କ ଏହି ଆଚରଣ ଦ୍ୱାରା କମ୍ପାନୀ ୪ ବିଲିୟନ ଅମେରିକୀୟ ଡଲାର ଅର୍ଥାତ ୨୯.୩୪ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏହି ଘଟଣା ପରେ ଶେୟାର ବଜାରେ କମ୍ପାନୀର ଶେୟାର ପ୍ରାଇସ୍‌ ୫୬.୧୦ ଡଲାରରୁ ୧.୬ ପ୍ରତିଶତ ଅବନତି ହୋଇ ୫୫.୨୨ ଡଲାରରେ ପହଞ୍ଚିଛି। ଏହାଦ୍ୱାରା କମ୍ପାନୀର ମାର୍କେଟ ଭେଲ୍ୟୁ ୨୪୨ରୁ କମି ୨୩୮ ଡଲାରରେ ପହଞ୍ଚିଛି। ଉଲ୍ଲେଖଥାଉ କି, କୋକା କୋଲା ୟୁରୋପର ୧୧ଟି ଦେଶରେ ଖେଳାଯାଉଥିବା ୟୁରୋକପ୍‌ର ଅଫିସିଆଲ ସ୍ପୋନ୍ସର ରହିଛି। ଏ ସଂମ୍ପର୍କିତ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। କୋକା କୋଲା ବୋତଲ ବଦଳରେ ସେ ଏକ ପାଣି ବୋତଲକୁ ଧରିଥିଲେ ଓ କୋଲ୍ଡ ଡ୍ରିଙ୍କ୍ସ ବଦଳରେ ପାଣିକୁ ବ୍ୟବହାର କରିବାକୁ ସେ କହୁଥିବା ସମ୍ମିଳନୀରେ ଲକ୍ଷ୍ୟ କରାଯାଇଥିଲା। ୩୬ ବର୍ଷୀୟ ରୋନାଲ୍ଡୋ ପୂର୍ବରୁ ମଧ୍ୟ ଏଭଳି କୋଲ୍ଡ ଡ୍ରିଙ୍କ୍ସ ପିଇବା ନେଇ ଅସହଜ ମନେ କରୁଥିବା ଏକାଧିକ ବାର କହିଛନ୍ତି। ମଙ୍ଗଳବାର ଫ୍ରାନ୍ସ ମିଡ୍‌ ଫିଲ୍ଡର ପଲ ପୋଗବା ମଧ୍ୟକ ଏଭଳି ଘଟଣା ଘଟାଇଛନ୍ତି। ସେ ଜଣେ ମୁସ୍‌ଲିମ୍‌ ହୋଇଥିବାରୁ ଖବରଦାତା ସମ୍ମିଳନୀରେ ହେନେକେନ ବିୟର ବୋତଲ ହଟାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡବ୍ଲ୍ୟୁଏସିର ମହିଳା ବାଇକ୍‌ ରାଲି

ଭୁବନେଶ୍ୱର, ୨୩।୯(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଓମେନ୍ସ ଆଡ୍‌ଭେଞ୍ଚର କ୍ଲବ (ଓଡବ୍ଲ୍ୟୁଏସି) ଆନୁକୂଲ୍ୟରେ ରବିବାର ଏକ ମହିଳା ବାଇକ୍‌ ରାଲି ଆୟୋଜିତ ହୋଇଛି। ଏହି ରାଲି ମାଷ୍ଟରକ୍ୟାଣ୍ଟିନ...

ସାନିଆଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ, ୨୨।୨(ପି.ଟି.): ଭାରତର ଭେଟେରାନ୍‌ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କ ଅନ୍ତର୍ଜାତୀୟ କ୍ୟାରୟର ଶେଷ। ଦୁବାଇ ଡ୍ୟୁଟି ଫ୍ରି ଟେନିସ ଚାମ୍ପିୟନଶିପ୍‌ରେ ପରାଜୟ ସହିତ ସେ...

ପ୍ରତ୍ୟାବର୍ତ୍ତନରେ ସୁଶୀଲ ବିଫଳ

ନୂଆଦିଲ୍ଲୀ,୧୦।୮(ପି.ଟି.)- ଅଭିଜ୍ଞ ରେସଲର ଦୀର୍ଘ ଏକ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରି ବିଫଳତାର ସମ୍ମୁଖୀନ ହୋଇଛନ୍ତି। ବେଲାରୁଷର ମିନସ୍କଠାରେ ଅନୁଷ୍ଠିତ ମେଡଭେଡ ରେସଲିଂ ଟୁର୍ନାମେଣ୍ଟରେ ସେ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍‌ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?

ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଲୋକପ୍ରିୟ ଟେଲିଭିଜନ ଉଦ୍‌ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ...

ଆଡିଲେଡ୍‌ରେ ହୋଇପାରେ ଭାରତ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ

ମେଲବୋର୍ନ, ୭ା୮(ପି.ଟି.)- ଭିକ୍ଟୋରିଆ ପ୍ରଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତ ବିପକ୍ଷ ପାରମ୍ପରିକ ବକ୍ସିଂ ଡେ’ ଟେଷ୍ଟ ମେଲବୋର୍ନ ପରିବର୍ତ୍ତେ ଆଡିଲେଡ୍‌ରେ କରିବା...

ଫିଫା ବିଶ୍ୱକପ୍‌: ଭାରତୀୟ ଦର୍ଶକ ନେଇ କାତାରର ଆଶା

ମୁମ୍ବାଇ, ୨୨ା୪ (ପି.ଟି.)-କାତାର ୨୦୨୨ ଫିଫା ବିଶ୍ୱକପ୍‌ର ଆୟୋଜକ ହୋଇଛି। ସୌଦି ଆରବ ନେତୃତ୍ୱରେ କେତେକ ଦେଶ ଏହି ଦେଶକୁ ଅର୍ଥନୈତିକ ବାସନ୍ଦ କରିଥିଲେ ହେଁ...

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ...

ଅଶ୍ୱିନଙ୍କ ଚୟନ ପଛରେ ରୋହିତଙ୍କ ହାତ

ନୂଆଦିଲ୍ଲୀ,୧୦।୯: ଦୀର୍ଘ ୪ ବର୍ଷ ହେଲା ଟି୨୦ ଫର୍ମାଟରେ ଖେଳି ନ ଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସିଧାସଳଖ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ଭାରତୀୟ ପ୍ରଶଂସକଙ୍କୁ...

Advertisement
Archives

Model This Week