Posted inଖେଳ

କୋପା ଆମେରିକାରେ କରୋନା ସଙ୍କଟ

ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍‌ଙ୍କ ସମେତ ମୋଟ ୫୨ଜଣ ସଂକ୍ରମିତ ହେବା କଥା ବ୍ରାଜିଲ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ପୂର୍ବରୁ ୪୧ଟି କେସ ଦେଖାଦେଇଥିଲା। ଏବେ ଟୁର୍ନାମେଣ୍ଟରୁ ଆଉ ୧୯ ଜଣ ଓ୍ବାର୍କର ବା ଶ୍ରମିକ ସଂକ୍ରମିତ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
କିଛି ଶ୍ରମିକ ବ୍ରାସିଲିଆରେ ରହୁଛନ୍ତି। ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍‌ରେ ଭେନିଜୁଏଲାକୁ ୩-୦ ଗୋଲରେ ହରାଇଥିଲା। ସେହିପରି ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଭେନିଜୁଏଲା ଦଳ କରୋନା ଯୋଗୁ ପ୍ରଭାବିତ ହୋଇଥିଲା। କେତେଜଣ ଖେଳାଳି ଓ ଷ୍ଟାଫ୍‌ ଏଥିରେ ସଂକ୍ରମିତ ହୋଇଥିଲେ। ବଲିଭିଆ ଦଳର ମଧ୍ୟ ୩ଜଣ ଖେଳାଳି ଏଥିପାଇଁ ବାଦ୍‌ ପଡିଥିଲେ।
ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସ କରୋନା ପଜିଟିଭ ବୋଲି ବଲିଭିଆ ଗଣମାଧ୍ୟମ ଖବର ପ୍ରକାଶିତ କରିଥିଲା। ମାର୍ଟିନ୍ସ ଏଥିପାଇଁ ଦକ୍ଷିଣ ଆମେରିକା ଫୁଟ୍‌ବଲ ପ୍ରଶାସନିକ ସଂସ୍ଥା କନ୍‌ମେବୋଲଙ୍କୁ ଦାୟୀ କରିଥିଲେ। କେବଳ ସେତିକି ନୁହେଁ କଲମ୍ବିଆ, ପେରୁ ଓ ବଲିଭିଆର କେତେଜଣ ଷ୍ଟାଫ୍‌ କରୋନା ପଜିଟିଭ ବୋଲି ଜଣାପଡିଛି। କୋପା ଆମେରିକାରେ ୧୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆୟୋଜକ ବ୍ରାଜିଲରେ ବିଶ୍ୱର ସବୁଠାରୁ ଅଧିକ କରୋନା ମାମଲା ଦେଖିବାକୁ ମିଳିଛି। ଏଥିରେ ମୋଟ ୪, ୯୦,୦୦୦ ପ୍ରାଣ ହରାଇଛନ୍ତି। ପ୍ରଥମେ କୋପା ଆମେରିକା ଆର୍ଜେଣ୍ଟିନା ଓ କଲମ୍ବିଆରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ମେଗା ଇଭେଣ୍ଟକୁ ବ୍ରାଜିଲରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସ: କୋଭିଡ୍‌-୧୯ ଟିକା ଜରୁରୀ ପ୍ରସଙ୍ଗକୁ ଆଇଓସିର ଅସ୍ବୀକାର

ସିଡନୀ,୨୯।୪ (ଏପି): ଅଲିମ୍ପିକ୍ସ ଆୟୋଜନ ପାଇଁ କୋଭିଡ୍‌-୧୯ ଟିକା ଜରୁରୀ ବୋଲି କେତେକ ବୈଜ୍ଞାନିକ ଓ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ଚର୍ଚ୍ଚା...

ଭାରତର ଫୁଟ୍‌ବଲ ଖେଳାଳି ବୋରିସ୍‌ ସିଂଙ୍କୁ କରୋନା

ନୂଆଦିଲ୍ଲୀ, ୨୧ା୮ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ଭାରତର ୨୦୧୭ ଫିଫା ବିଶ୍ୱକପ୍‌ ଦଳର ଅନ୍ୟତମ ସଦସ୍ୟ ବୋରିସ୍‌ ସିଂ ଥଙ୍ଗ୍‌ଜମ୍‌ଙ୍କର ପଜିଟିଭ୍‌ ଆସିଛି। କରୋନାରେ ସଂକ୍ରମିତ...

କେ.ଏଲ, ରାହୁଲଙ୍କୁ ଝଟ୍‌କା, ଗ୍ରେଡେଶନ ହ୍ରାସ ଯୋଗୁ କମିଲା ପାରିଶ୍ରମିକ, ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ…

କୋଲକାତା,୨୭।୩ : କେ.ଏଲ ରାହୁଲଙ୍କ ସମସ୍ୟା କମିବାର ନା ଧରୁନି। ବିସିସିଆଇର ବାର୍ଷିକ ଚୁକ୍ତି ଯୋଗୁ ଏହି ଓପନରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି।...

ଏକଦା ରାଗରେ ବ୍ୟାଟ୍‌ ଉଠାଇ ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ ଧମକ ଦେଇଥିଲେ ସେହ୍ବାଗ; ମଇଦାନରେ ଦେଖିବାକୁ ମିଳିଥିଲା…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ଆକ୍ରାମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପ୍ରଥମ ବଲ୍‌ରେ ଚଉକା ମାରି ସେ...

ସିରିଜ୍‌ କ୍ଲିନ ସୁଇପ ନିକଟତର ଭାରତ

କିଙ୍ଗ୍‌ଷ୍ଟନ,୨।୯: ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ସିରିଜ୍‌ କ୍ଲିନ ସୁଇପ କରିବାର ନିକଟତର ହୋଇଛି। ପ୍ରଥମ ଇନିଂସରେ ଭାରତ ୪୧୬...

କରୋନାରେ ପୀଡ଼ିତ ଜୁଭେଣ୍ଟସ ସୁପରଷ୍ଟାର ଡିବାଲା

ରୋମ,୨୨।୩- ଜୁଭେଣ୍ଟସ ସୁପରଷ୍ଟାର ଫୁଟବଲ ଖେଳାଳି ପଲ ଡିବାଲା ମାରାତ୍ମକ ଭାଇରସ କରୋନାରେ ପୀଡ଼ିତ ଥିବା ସ୍ବୀକାର କରିଛନ୍ତି। ଇଟାଲିଆନ ଚାମ୍ପିୟନ ଜୁଭେଣ୍ଟସ ଦଳର ତୃତୀୟ...

ନୂଆ ଅବତାରରେ ଧୋନୀ

ନୂଆଦିଲ୍ଲୀ,୩।୨:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ରୁ ଅବସର ନେଇସାରି ଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନି। ଭାରତର ଅନ୍ୟତମ ସଫଳ ଅଧିନାୟକ ଧୋନୀଙ୍କୁଏବେ...

ସୂର୍ଯ୍ୟାଂଶୁ ଚାମ୍ପିୟନ, ଅଂଶୁମାନ ରନରଅପ୍‌

ଭୁବନେଶ୍ୱର, ୬ା୨ (ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିରଠାରେ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୬...

Advertisement
Archives

Model This Week