ତଟ ସୁରକ୍ଷାରେ ଅତ୍ୟାଧୁନିକ ହେଲିକପ୍ଟର ସାମିଲ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ପକ୍ଷରୁ ରବିବାର ପ୍ରଥମ ଆଇସିଜି ଆଡ୍‌ଭାନ୍ସଡ୍‌ ଲାଇଟ୍‌ ହେଲିକପ୍ଟର(ଏଏଲ୍‌ଏଚ୍‌) ଏମ୍‌କେ-୩ର ‘୮୩୦ ସ୍କ୍ବାଡ୍ରନ(ସିଜି)’ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦରସ୍ଥିତ ଆଇସିଜି ଏୟାର ଏନ୍‌କ୍ଲେଭ୍‌ଠାରେ ଆଇସିଜି ମହାନିର୍ଦ୍ଦେଶକ ଭିଏସ୍‌ ପଠାନିଆ, ପିଟିଏମ୍‌, ଟିଏମ୍‌ ଏହାକୁ ଲୋକାର୍ପଣ କରିବା ସହ ବିଧିବଦ୍ଧ ଭାବେ ତଟରକ୍ଷୀ ବାହିନୀରେ ସାମିଲ କରିଛନ୍ତି। ଏହି ସ୍କ୍ବାଡ୍ରନ୍‌ ଦୀର୍ଘ ସାମୁଦ୍ରିକ ସୀମା ନିରୀକ୍ଷଣ ସହ ଉଦ୍ଧାର କାର୍ଯ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। କମାଣ୍ଡାଣ୍ଟ ଅନୁରୂପ ସିଂ, ଟିଏମ୍‌, ‘୮୩୦ ସ୍କ୍ବାଡ୍ରନ(ସିଜି)’ର କମାଣ୍ଡିଂ ଅଫିସର ଥିବାବେଳେ ପରିଚାଳନା ପାଇଁ ୧୧ଜଣ ଅଧିକାରୀ ଓ ୪୬ଜଣ କର୍ମଚାରୀ ନିୟୋଜିତ ଅଛନ୍ତି।
ଏଏଲ୍‌ଏଚ୍‌ ଏମ୍‌କେ-୩ ହେଲିକପ୍ଟରଗୁଡ଼ିକରେ ଶକ୍ତିଶାଳୀ ଇଞ୍ଜିନ୍‌, ଉଚ୍ଚ-ତୀବ୍ରତା ସର୍ଚ୍ଚ ଲାଇଟ୍‌, ଟ୍ରାଫିକ୍‌ ଆଲର୍ଟ, ସ୍ବୟଂଚାଳିତ ଉଡ଼ାଣ ନିୟନ୍ତ୍ରଣ ଆଦି ସୁବିଧା ରହିଛି। ଏହାଛଡ଼ା ଫୁଲ୍‌ ଗ୍ଲାସ୍‌ କକ୍‌ପିଟ୍‌, କଲିଜନ୍‌ ଆଭଏଡାନ୍ସ ସିଷ୍ଟମ୍‌, ଆଡ୍‌ଭାନ୍ସଡ କମ୍ୟୁନିକେଶନ ସିଷ୍ଟମ, ଅଟୋମେଟିକ୍‌ ଆଇଡେଣ୍ଟିଫିକେଶନ ସିଷ୍ଟମ, ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ ହୋମ୍‌ର ମଧ୍ୟ ବ୍ୟବସ୍ଥା ରହିଛି। ଏଥିରେ ଥିବା ଆଧୁନିକ ନିରୀକ୍ଷଣ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍‌ ଯନ୍ତ୍ରପାତି ଦିନରାତି ଦୀର୍ଘ ଦୂରତା ପର୍ଯ୍ୟନ୍ତ ନିରୀକ୍ଷଣ ସହ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବ। ସେହିଭଳି ମେଡିକାଲ ଇଭାକ୍ୟୁଏଶନ ସମୟରେ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଏକ ମେଡିକାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ ରହିଛି। ୧୬ଟି ଏଏଲ୍‌ଏଚ୍‌ ଏମ୍‌କେ ୩ ହେଲିକପ୍ଟର ମଧ୍ୟରୁ ୧ ୨ଟି ପର୍ଯ୍ୟାୟକ୍ରମେ ଇଣ୍ଡିଆନ୍‌ କୋଷ୍ଟଗାର୍ଡରେ ଅନ୍ତର୍ଭୁକ୍ତ ହୋଇଛି ଏବଂ ୪ଟି ବିମାନ ଭୁବନେଶ୍ୱରରେ ରହିଛି, ଯାହାକି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ତଦାରଖ ପାଇଁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,୨୯ା୨(ପ୍ରଭାତ ପାଣିଗ୍ରାହୀ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ କରିଛନ୍ତି। ଗୁରୁବାର ଅପରାହ୍ନରେ ଭୁବନେଶ୍ବର...

ଭାଜପାରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ!

ଭୁବନେଶ୍ୱର,୨୯ା୨: ଚିଲିକାର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁବାର ଅପରାହ୍ନରେ ସେ ଭାଜପାର ବରିଷ୍ଠ ନେତାଙ୍କ ଉପସ୍ଥିତିରେ...

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୨: ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍...

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଓଡିଶା ଭାଜପା ସଭାପତି ମନମୋହନ ସାମଲ ଏହି...

ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ

ବାରିପଦା,୨୯ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗୁରୁବାର ବାରିପଦା-ଉଦଳା ରାଜ୍ୟ ରାଜପଥ ବାଲିଯୋଡ଼ା ନିକଟରେ ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।...

ବିଶୃଙ୍ଗଳିତ ଆଚରଣ ପଡିଲା ମହଙ୍ଗା; ବାଧ୍ୟତାମୂଳକ ଅବସର ନେଲେ ଭିସୁଟ ପ୍ରଫେସର

ସମ୍ବଲପୁର,୨୯।୨: ଭିସୁଟ ସହକାରୀ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । କୂଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶ କ୍ରମରେ ରେଜିଷ୍ଟାର...

ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ, ଟଙ୍କା ନେଉଥିବାବେଳେ ରେଡ୍‌ ହ୍ୟାଣ୍ଡେଡ ଗିରଫ

ରାଉରକେଲା,୨୯।୨: ଭିଜିଲାନ୍ସ ଜାଲରେ ଇଏସଆଇ ମେଡିକାଲ ଡିସପେନସରୀ ବରିଷ୍ଠ କିରାଣି ଅଭିରାମ ସାହୁ। ଜେଲ୍‌ ରୋଡ୍‌ କିରାଣି ଧରାପଡିଛନ୍ତି। ବିଲ୍‌ ପାସ୍‌ କରିବାକୁ ୧୦ହଜାର ଟଙ୍କା...

କେନ୍ଦୁଝରରେ ପହଞ୍ଚିଲେ ରାଷ୍ଟ୍ରପତି

କେନ୍ଦୁଝର,୨୯।୨: (ନରେଶ ଚନ୍ଦ୍ର ପଟ୍ଟନାୟକ) ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଇସୁଆଁ ଏୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri