କୋଲ୍‌ ଇଣ୍ଡିଆର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କନ୍‌କ୍ଲେଭ-୨୦୨୨

ଭୁବନେଶ୍ୱର,୧୬।୧୨:କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ(ଆଇଆର୍‌) କନ୍‌କ୍ଲେଭ-୨୦୨୨ ଗୁରୁବାର ସ୍ଥାନୀୟ ଜୟଦେବବିହାରସ୍ଥିତ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ବ୍ୟବସାୟ ସକ୍ଷମ ଆଇଆର୍‌ ପରିବେଶ ସୃଷ୍ଟି’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ୨ ଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କନ୍‌କ୍ଲେଭରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ(ପର୍ସନାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ(ଆଇଆର୍‌) ବିନୟ ରଞ୍ଜନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଶବ ରାଓ, ନିର୍ଦ୍ଦେଶକ(ପର୍ସନାଲ) ମହାନଦୀ କୋଲ୍‌ ଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)-ସମ୍ବଲପୁର, ଏଚ୍‌.ଏନ୍‌. ମିଶ୍ର, ନିର୍ଦ୍ଦେଶକ(ପର୍ସନାଲ), ସେଣ୍ଟ୍ରାଲ କୋଲ୍‌ଫିଲ୍ଡ ଲିମିଟେଡ୍‌(ସିସିଏଲ୍‌) ରାଞ୍ଚତ୍, ମନୀଷ କୁମାର, ନିର୍ଦ୍ଦେଶକ (ପର୍ସନାଲ), ଉତ୍ତରାଞ୍ଚଳ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏନ୍‌ସିଏଲ୍‌), ଆହୁତି ଏ, ନିର୍ଦ୍ଦେଶକ(ପର୍ସନାଲ), ଇଷ୍ଟର୍ନ କୋଲ୍‌ଫିଲ୍ଡ ଲିମିଟେଡ୍‌(ଇସିଏଲ୍‌), ଅଜୟ ଚୌଧୁରୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ପର୍ସନାଲ), କୋଲ୍‌ ଇଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ବିନୟ ରଞ୍ଜନ କହିଛନ୍ତି, ଏହି ୨ ଦିନିଆ କର୍ମଶାଳା କୋଇଲା କମ୍ପାନୀର ଏଚ୍‌ଆର୍‌ ପ୍ରଫେସନାଲମାନଙ୍କୁ ସେମାନଙ୍କର କାର୍ଯ୍ୟର ଅଭିଜ୍ଞତା ବାଣ୍ଟିବା ସହ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଗ୍ରହଣ କରିବାର ବିଶେଷ ସୁଯୋଗ ପ୍ରଦାନ କରିବ। ସେହିଭଳି ସ୍ବାଗତ ଅଭିଭାଷଣ ମାଧ୍ୟମରେ ଆଇଆର୍‌ କନ୍‌କ୍ଲେଭ ବିଷୟବସ୍ତୁର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେଇ କେଶବ ରାଓ କହିଛନ୍ତି, କନ୍‌କ୍ଲେଭରେ ଥିବା ବିଷୟଗୁଡିକ କେବଳ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକ ନୁହେଁ ବରଂ ଏଚ୍‌ଆର୍‌ ପ୍ରଫେସନାଲମାନଙ୍କ ମଧ୍ୟରେ ବିଚାର ଓ ବିତର୍କ ସୃଷ୍ଟି କରିବାରେ ସକ୍ଷମ ହେବ। ଏପରିକି କୋଲ୍‌ ଇଣ୍ଡିଆ ଦେଶର ପ୍ରମୁଖ କର୍ପୋରେଟ୍‌ମାନଙ୍କ ମଧ୍ୟରେ ଅଗ୍ରଣୀ ଏବଂ ବିକାଶଶୀଳ ଅର୍ଥନୀତି ପାଇଁ ବଢୁଥିବା ଶକ୍ତି ଆବଶ୍ୟକତାକୁ ସଫଳତାର ସହ ପୂରଣ କରିବ ବୋଲି ରାଓ ମତପ୍ରକାଶ କରିଛନ୍ତି। ସେହିପରି କୋଭିଡ୍‌ ସମୟରେ ପରିସ୍ଥିତି ବିଷୟରେ ଉଲ୍ଲେଖକରି ରାଓ କହିଛନ୍ତି, ଦୀର୍ଘଦିନର ତାଲାବନ୍ଦ ଓ ଜୀବନ ପ୍ରତି ବିପଦ ସତ୍ତ୍ୱେ କୋଲ୍‌ ଇଣ୍ଡିଆର କର୍ମଚାରୀମାନେ ଦୃଢ଼ ଭାବେ ଠିଆ ହୋଇଥିଲେ। ଉତ୍ତାପ, ଧୂଳି, ଥଣ୍ଡା ଓ ବର୍ଷାରେ କଠିନ ପରିଶ୍ରମ କରି ଦେଶର ବିଦ୍ୟୁତ୍‌ ସଙ୍କଟ ଦୂର କରିବା ପାଇଁ ବହୁ ପରିମାଣର କୋଇଲା ଉତ୍ତୋଳନ କରିଥିଲେ। କୋଇଲା ଉତ୍ତୋଳନ ଓ ବିତରଣ ମାଧ୍ୟମରେ ବର୍ଦ୍ଧିତ ଚାହିଦା ମେଣ୍ଟାଇ ଦେଶର ଆଶା ପୂରଣ କରିପାରିଥିବାରୁ ଆମେ ଗର୍ବିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri