ଆଲୁମିନିୟମ ଶିଳ୍ପରେ କୋଇଲା ସଙ୍କଟ

ଭୁବନେଶ୍ୱର, ୨୮।୧୦: ପ୍ରାଥମିକ ଆଲୁମିନିୟମ ଶିଳ୍ପ ବର୍ତ୍ତମାନ କୋଇଲା ସଙ୍କଟ ଦେଇ ଗତି କରୁଛି। ଏହି ସମସ୍ୟା ଯଦି ଦୂର କରା ନ ଯାଏ ତେବେ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାର ଅଂଶ ଥିବା ୫ ହଜାରରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏସ୍‌ଏମ୍‌ଇ) ବିପୁଳ ପରିମାଣର କ୍ଷତି ସହିବେ ବୋଲି ଇଣ୍ଡିଆନ ଇଣ୍ଡଷ୍ଟ୍ରିଆଲ ଭାଲ୍ୟୁ ଚେନ୍‌ କାଉନ୍‌ସିଲ (ଆଇଆଇଭିସିସି) ପକ୍ଷରୁ ଆଶଙ୍କା କରାଯାଇଛି।
ବୃହତ୍‌ ଆଲୁମିନିୟମ ଉତ୍ପାଦନକାରୀ ଏବଂ ତତ୍‌ ସମ୍ପର୍କିତ ମାନୁଫାକ୍ଚରିଂ ଶିଳ୍ପର ଯୋଗାଣ ଶୃଙ୍ଖଳରେ ୧ ହଜାର ଏସ୍‌ଏମ୍‌ଇ ଅଂଶ ହୋଇଥିବା ବେଳେ ପ୍ରାୟ ୪ ହଜାର ଏସ୍‌ଏମଇ ଆନୁଷଙ୍ଗିକ ଆଲୁମିନିୟମ ଉତ୍ପାଦନ ଓ ବଣ୍ଟନ କାର୍ଯ୍ୟକଳାପ ସହ ଜଡ଼ିତ ରହିଛନ୍ତି। ଭାରତରେ ଆଲୁମିନିୟମରେ କୌଣସି ବଡ଼ ବଜାର ବିଭ୍ରାଟ ଘଟିଥିଲେ ତାହାର ଉତ୍କଟ ଆର୍ଥିକ ପ୍ରଭାବ ଏହି କ୍ଷୁଦ୍ରସଂସ୍ଥାଗୁଡ଼ିକ ଉପରେ ପଡ଼ିଥାଏ। ଅର୍ଥନୀତିରେ ଦୃଢ଼ ସୁଧାର ହେଉଥିବା ବେଳେ ମହାମାରୀ ପରବର୍ତ୍ତୀ ସମୟରେ ସମଗ୍ର ଶିଳ୍ପରେ ଚାହିଦାରେ ହଠାତ୍‌ ବୃଦ୍ଧି ହୋଇଛି।
ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କୋଇଲାର ଅଭାବ ସହିତ ଯୋଗାଣରେ ସମସ୍ୟା ଆଲୁମିନିୟମ ନିର୍ମାଣକୁ ଗୁରୁତର ଭାବେ ପ୍ରଭାବିତ କରିଛି। ପ୍ରସ୍ତାବିତ ୧୫ ଦିନ ତୁଳନାରେ କୋଇଲା ଷ୍ଟକ୍‌ ମାତ୍ର ୧.୫-୫ ଦିନ ଭଳି ଚିନ୍ତାଜନକ ସ୍ତରକୁ ଖସିଯାଇଥିବାରୁ ଶିଳ୍ପସଂସ୍ଥାଗୁଡ଼ିକ ପରିଚାଳନା ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି। ନିଜର ବ୍ୟାପକ ବିଦ୍ୟୁତ୍‌ ଆବଶ୍ୟକତା ପୂରଣ କରିବା ଏବଂ କାରଖାନାର କାର୍ଯ୍ୟକୁ ଚାଲୁ ରଖିବା ଲାଗି ଶିଳ୍ପ କୌଣସି ବିକଳ୍ପ ପନ୍ଥା ପାଉନାହାନ୍ତି। ଆଲୁମିନିୟମ ନିର୍ମାଣ ହେଉଛି ଏକ ଅତ୍ୟଧିକ ବିଦ୍ୟୁତ୍‌ ଶକ୍ତି ଦରକାର କରୁଥିବା କାର୍ଯ୍ୟ ଏବଂ ଏକ ନିରନ୍ତର ଭିତ୍ତିକ ଶିଳ୍ପ ଯାହାକୁ ଆଡ୍‌ ହକ୍‌ ଶଟ୍‌ଡାଉନ୍‌ ଲାଗି ପ୍ରସ୍ତୁତ କରାଯାଇନାହିଁ। ପରିଚାଳନା ଜାରି ରଖିବା ଲାଗି ବିପୁଳ ନିବେଶରେ କାରଖାନା ଭିତରେ ସ୍ଥାପନ କରାଯାଇଥିବା ନିଜସ୍ବ ପାୱାର ପ୍ଲାଣ୍ଟ ଉପରେ ଏହି ଶିଳ୍ପ ନିର୍ଭରଶୀଳ। ବିଦ୍ୟୁତ୍‌ ଯୋଗାଣ ଓ ଆଲୁମିନିୟମ ଉପତ୍ାଦନ ଜାରି ରଖିବା ଲାଗି ଏହି ପାୱାର ପ୍ଲ୍‌ାଣ୍ଟଗୁଡ଼ିକୁ ଦ୍ରୁତ ଗତିରେ କୋଇଲା ଯୋଗାଣ ଆବଶ୍ୟକତା ରହିଥିବା ଆଇଆଇଭିସିସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଗଲେ ହିନ୍ଦୋଳ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ,୨।୬: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ୩୦ହଜାର ଟଙ୍କା ଲାଞ୍ଚ ନେଇ ବୁଧବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ...

‘ଲୋକଙ୍କ ଆବଶ୍ୟକତା ପୂରଣ କର’

ଭୁବନେଶ୍ୱର,୧।୯(ବ୍ୟୁରୋ): କୋଭିଡ୍‌ ମହାମାରୀ ସମୟରେ ଲୋକମାନଙ୍କର ବଢୁଥିବା ପାୈର ସେବା ଆବଶ୍ୟକତାକୁ ପୂରଣ କର। ସୋମବାର ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ମୃତକଙ୍କ ପରିବାରକୁ ଭେଟିଲେ ଚିକିଟି ବିଧାୟିକା

ଗୋପାଳପୁର,୧୧ା୨-ଗୋଳନ୍ଥରା ଥାନା ମେଣ୍ଢରାଜପୁର ଛକରେ ସିଲ୍‌କ ସିଟି ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ରବିବାର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର...

ଦାବି ପୂରଣ ନ ହେଲେ ଜାରି ରହିବ ଗଞ୍ଜେଇ ଚାଷ

ମାଲକାନଗିରି/ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ଏବଂ ଧୂଳିପୁଟ ପଞ୍ଚାୟତବାସୀଙ୍କ ସମେତ ଅନ୍ୟ ପଞ୍ଚାୟତର ବାସିନ୍ଦା ସୋମବାର ଧୂଳିପୁଟରେ ଏକାଠି ହୋଇ ପ୍ରଜାମେଳି...

ହସ୍ପିଟାଲରେ ବନ୍ଧା ପଡ଼ିଛନ୍ତି ହାତୀ ଆକ୍ରମଣରେ ଆହତ ମହିଳା

ଭୁବନେଶ୍ୱର, ୮।୩(ବ୍ୟୁରୋ): ଗତମାସ ୨୩ ତାରିଖରେ ପୁରୀ ଜିଲାର ପିପିଲି ଓ ବଳଙ୍ଗା ଏବଂ ଭୁବନେଶ୍ୱର ଉପକଣ୍ଠରେ ଏକ ଦନ୍ତା ହାତୀ ଆତଙ୍କ ରଚାଇଥିଲା। ୪ଜଣଙ୍କ...

୧୫ ଜିଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ସୋମବାର ରାଜ୍ୟର ଅନେକ ଜିଲାରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏଥିପାଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା...

‘ତେଲ ନ କିଣିବାକୁ ଅନୁରୋଧ କରାଯିବ’

ଭୁବନେଶ୍ବର,୫।୭: ଦେଶରେ ବଢୁଥିବା ତେଲ ଦରକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।...

ଅପରାହ୍ନ ୪ଟାଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ବିଧାନସଭା ଶୂନ୍ୟକାଳରେ ସୋନିଆଙ୍କୁ ଇଡି ସମନ ପ୍ରସଙ୍ଗ ଉଠିଛି। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ-ଭାଜପା ମୁହାଁମୁହିଁ ହୋଇଛନ୍ତି, ଯାହାକୁ ନେଇ ବିଧାନସଭାକୁ ପ୍ରଥମେ ୧୦...

Advertisement
Archives

Model This Week