ଜାନୁୟାରୀ ୧ ରୁ ପିଲାଙ୍କ ପାଇଁ କୋ-ଓ୍ବିନ୍‌ ପଞ୍ଜିକରଣ…

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ଜାନୁୟାରୀ ୧ଠାରୁ କୋ-ଓ୍ବିନ୍‌ ପ୍ଲାଟର୍ଫମରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ପଞ୍ଜିକରଣ ଆରମ୍ଭ ହେବ।

କେତେକ ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ। ତେଣୁ ପିଲାମାନଙ୍କ ପଞ୍ଜିକରଣ ଆଇଡି କାର୍ଡ ଦ୍ୱାରା କରାଯିବ ବୋଲି ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପରବର୍ତ୍ତୀ ସମୟରେ ସେମାନଙ୍କୁ ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହେବ ବୋଲି କୋ-ଓ୍ବିନ୍‌ ପ୍ଲାର୍ଟଫର୍ମର ମୁଖ୍ୟ ତଥା ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସିଇଓ ଡାକ୍ତର ଆର୍‌.ଏସ୍‌. ଶର୍ମା କହିଛନ୍ତି। ପଞ୍ଜିକରଣ ପାଇଁ ଦଶମ ଶ୍ରେଣୀ ମାର୍କସିଟ୍‌ ମଧ୍ୟ ପ୍ରଦାନ କରାଯାଇ ପାରିବ ବୋଲି ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ, ପିଲାଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଭାରତ ବାୟୋଟେକ୍‌ ଦ୍ୱାରା ନିର୍ମିତ କୋଭାକ୍ସିନ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ ୮ କୋଟି ପିଲାଙ୍କୁ ଟିକା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ ୬ ବର୍ଷ ପାଇଁ ବାସନ୍ଦ ହେଲେ ବିଧାୟକ

ନୂଆଦିଲ୍ଲୀ, ୧୭।୭: ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂହ ଚାମ୍ପିଅନ ଦୁଇ ହାତରେ ବନ୍ଧୁକ ଧରି ନାଚୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ଦଳରୁ...

ଚଳିତ ନଭେମ୍ବରରେ ଏନ୍‌ଡିଏ ପରୀକ୍ଷା ଦେବେ ଝିଅ…

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ନଭେମ୍ବରରେ ଝିଅମାନେ ଏନ୍‌ଡିଏ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସୁପ୍ରିମ୍‌ କୋର୍ଟ ନା ପସନ୍ଦ କରିଛନ୍ତି। ନଭେମ୍ବର...

ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ନାମାଙ୍କନ ଦାଖଲ, ଯାଞ୍ଚ୍‌ ପୂର୍ବରୁ ୨୮ ଖାରଜ…

ନୂଆଦିଲ୍ଲୀ, ୩୦।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୁଧବାର ଶେଷ ହୋଇଛି। ଜୁନ ୨୯ ତାରିଖ ପର୍ଯ୍ୟନ୍ତ ମୋଟ...

୬ଜି ଭିଜନ୍‌ ଡକ୍ୟୁମେଣ୍ଟ ଉନ୍ମୋଚିତ, ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଇଣ୍ଟରନେଟ ୟୁଜର: ମୋଦି

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତରେ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିଅନର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ...

ବିଏସ୍‌ଏଫ୍‌ର ଆଉ ୩୭ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୪।୫: ତ୍ରିପୁରାରେ ବର୍ଡର ସୁକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୭ ଜଣ ଯବାନ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏବେ ବିଏସ୍‌ଏଫ୍‌ର ମୋଟ ୫୪ ଯବାନ କରୋନା...

୧୮ ମାସରେ ୨୦୦ କୋଟି ଟିକା, ଭାରତର ରେକର୍ଡ…

ନୂଆଦିଲ୍ଲୀ, ୧୬।୭ : ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ୧୮ ମାସରେ ୨୦୦...

ଗାର୍ଗୀ କଲେଜରେ ଯୌନ ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୦ା୨(ଆଇଏଏନ୍‌ଏସ୍‌): ନୂଆଦିଲ୍ଲୀସ୍ଥିତ ଗାର୍ଗୀ କଲେଜର କେତେଜଣ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେମାନଙ୍କ ସହ ଅଶାଳୀନ ବ୍ୟବହାର କରାଯାଇଥିବା...

ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ଜମାତ୍‌-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ଏସ୍‌....

Advertisement
Archives

Model This Week