କରୋନା ପାଇଁ ସିଏମ୍‌ସିର ଟୋଲ୍‌ ଫ୍ରି ନମ୍ବର ଜାରି

କଟକ ଅଫିସ, ୧୯ା୪:ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ କଟକ ଜିଲାରେ ଦେଖିବାକୁ ମିଳିଛି। ରବିବାର କଟକ ଜିଲାରୁ ମୋଟ୍‌ ୧୯୮ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରୁ ୧୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫୫ ଜଣ ଗୃହ ସଙ୍ଗରୋଧ, ୪୩ ଜଣ ଲୋକାଲ କଣ୍ଟାକ୍ଟ ଓ ୪ ଜଣ ସରକାରୀ ସଙ୍ଗରୋଧରେ ରହିଥିବା ଜଣାପଡିଛି। ଅପରପକ୍ଷେ କରୋନା ପାଇଁ ରବିବାର ସିଏମ୍‌ସି ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ୭୦୭୭୭୭୫୫୫୫ ଜାରି କରାଯାଇଛି। କୋଭିଡ୍‌ ସମ୍ପର୍କିତ ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରବିବାରକୁ ମିଶାଇ ସିଏମ୍‌ସି ଅଞ୍ଚଳରୁ ମୋଟ୍‌ ୧୭,୪୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬, ୭୪୮ ଜଣ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି। ଏବେ ସହରର ବିଭିନ୍ନ ହସ୍ପିଟାଲରେ ୬୪୮ ଜଣ ଚିକିତ୍ସାଧୀନ ଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସହରରେ ନାଇଟ କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ସଂକ୍ରମଣ ବଢୁଥିବାରୁ ଶୁକ୍ରବାର ଅଶ୍ୱିନୀ ହସ୍ପିଟାଲରେ ସିଏମ୍‌ସି ପକ୍ଷରୁ ୭୫ଟି କରୋନା ଶର୍ଯ୍ୟା, ୬୦ଟି ଆଇସିୟୁ, ୧୫ଟି ଏଚ୍‌ଡିୟୁ ଓ ୧୦ଟି ସାଧାରଣ ଶର୍ଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିପରି ସୋମବାର ସଦ୍‌ଗୁରୁ ହସ୍ପିଟାଲରେ ୧୩୦ କରୋନା ଶଯ୍ୟାର ବ୍ୟବସ୍ଥା କରାଯାଉଛି। ସେଥିମଧ୍ୟରେ ୩୦ଟି ଆଇସିୟୁ, ୬୦ ଏଚ୍‌ଡିୟୁ ଓ ୪୦ଟି ସାଧାରଣ ଶଯ୍ୟା ବ୍ୟବସ୍ଥା ସିଏମ୍‌ସି ପକ୍ଷରୁ କରାଯିବ ବୋଲି ଜିଲା କୋଭିଡ୍‌ ନୋଡାଲ ଅଧିକାରୀ ଉମେଶ ରାଏ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କରୋନାରେ ଆଖିବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୧୭ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୯୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

କଟକ ଶିଶୁଭବନ ଆଉଟ୍‌ଡୋର ବନ୍ଦ

କଟକ ଅଫିସ,୬ା୭: ସୋମବାର କଟକସ୍ଥିତ ଶିଶୁଭବନର ଆଉଟ୍‌ଡୋର ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟ୍‌ଡୋର ବନ୍ଦ ରହିବ ବୋଲି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା....

୨ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଠାକୁରମୁଣ୍ଡା,୨୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଦୁବପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକଙ୍କୁ ବିଦ୍ୟାଳୟରୁ ତୁରନ୍ତ ବଦଳି କରିବା ଦାବିରେ...

‘ବନ୍ଦେ ଉତ୍କଳ ଜନନୀ’ ୩ ମିନିଟ୍‌ରେ କରାଯିବ ଗାନ

ଭୁବନେଶ୍ୱର,୮।୬(ବ୍ୟୁରୋ): ‘ବନ୍ଦେ ଉତ୍କଳ ଜନନୀ’ ୩ ମିନିଟ୍‌ ମଧ୍ୟରେ ଗାନ କରାଯିବ। ତେବେ ଏହାର ସ୍ବର, ଲୟ ଏବଂ ତାଳ କ’ଣ ହେବ ସେ ନେଇ...

ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି। କେବଳ ଡିଆର୍‌ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ...

ଫସଲ ବୀମାକୁ ନେଇ ଟଣାଓଟରା

ଭୁବନେଶ୍ବର, ୧୭ା୧୧(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଙ୍ଗଠନର ଅନୁରୋଧକ୍ରମେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ରାଜ୍ୟର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ...

ଏମିତି ବି ଆସେ ମୃତ୍ୟୁ

ବାଲିଗୁଡ଼ା,୧୭ା୨: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଲଣ୍ଡାଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବାହାଘର ଭୋଜି ଖାଇ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଜଣେ...

ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ପୁରୀ ଅଫିସ,୧୭ା୭: ସରିଯାଇଛି ରଥଯାତ୍ରା। ରତ୍ନସିଂହାସନରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଗହଳି ଚହଳି। ମଙ୍ଗଳବାର ମହାପ୍ରଭୁଙ୍କୁ ଲାଗି ହୋଇଛି ମହାପ୍ରସାଦ।...

Advertisement
Archives

Model This Week