୬୧ହଜାର ଟଙ୍କା ଜରିମାନା ଆଦାୟ କଲା ସିଏମ୍‌ସି

କଟକ ଅଫିସ,୮ା୪: କୋଭିଡ୍‌ ନିୟମ ଉଲଙ୍ଘନ ଅଭିଯୋଗରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବୁଧବାର ସହରର ବିଭିନ୍ନ ଦୋକାନରେ ଚଢାଉ କରି ୬୧ ହଜାର ଟଙ୍କା ଜରିମାନା ଆଦାୟ କାରାଯାଇଛି। ମଙ୍ଗଳାବାଗସ୍ଥିତ ସନ୍‌ ଡାଇଗ୍ନୋଷ୍ଟିକ୍‌ରୁ ୭,୦୦୦ଟଙ୍କା, ଗୁଡଲକ୍‌ ହସ୍ପିଟାଲରୁ ୫,୦୦୦ଟଙ୍କା, ରାଣୀହାଟ ଓମ୍‌ ଶୁଭମ୍‌ ହସ୍ପିଟାଲରୁ ୫,୦୦୦ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ଚାନ୍ଦୀନିଚୌକ, ବାଲୁବଜାର, ଚୌଧୁରୀବଜାର, ଗୌରୀଶଙ୍କର ପାର୍କ, ଲିଙ୍କ୍‌ରୋଡ, ଓଏମ୍‌ପି, ଚାଉଳିଆଗଞ୍ଜ, ନୂଆବଜାର, ମହାନଦୀ ବିହାର, ଜଗତ୍‌ପୁର ଆଦି ଅଞ୍ଚଳରେ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଇଛି ବୋଲି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଅଧିକାରୀ ପରେଶ ନାୟକ କହିଛନ୍ତି। ଏଥିସହ ଗୌରୀଶଙ୍କର ପାର୍କ ନିକଟରେ ଥିବା ଶରତ ଓମ୍‌ଫେଡ ପାର୍ଲରକୁ ସିଲ୍‌ କରାଯାଇଛି। ମାସ୍କ, ସାମାଜିକ ଦୂରତା ଏବଂ ନିୟମଠାରୁ ଅଧିକ ଲୋକଙ୍କ ଉପସ୍ଥିତି ଭଳି କୋଭିଡ୍‌ ଗାଇଡ୍‌ଲାଇନ ଉଲଙ୍ଘନ କରାଯାଇଥିବାରୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଏବଂ ପୋଲିସ ସହଯୋଗରେ ଉକ୍ତ ଦୋକାନ ଗୁଡିକରେ ଚଢାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ ଅଫିସ,୨୨।୫: କରୋନା ଭୂତାଣୁ ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଏହା ବନ୍ଦ କରିବାକୁ...

ମଶାଧୂପରୁ ଅଗ୍ନିକାଣ୍ଡ: ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ

ମାର୍ଶାଘାଇ, ୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ପରକୂଳା ପଞ୍ଚାୟତ ଆଙ୍କୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ...

କିନ୍ନର ବେଶରେ ମାଗୁଥିଲେ ଚାନ୍ଦା

ରାଉରକେଲା ଅଫିସ,୧୭ା୧୦: ରାଉରକେଲା ସହରର ବିଭିନ୍ନ ସ୍ଥାନରେ କିଛି ଯୁବକ ନକଲି କିନ୍ନର ସାଜି ଭିକ୍ଷା ବୃତ୍ତି କରୁଥିବା ୧୫ ନଂ. ଥାନାରେ ଅଭିଯୋଗ ହୋଇଛି।...

ମୋବାଇଲରେ ଗେମ୍‌ ଖେଳିବାକୁ ବିରୋଧ କରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ନାବାଳକ

ବିଞ୍ଝାରପୁର,୪ା୧୦(ଡି.ଏନ.ଏ.): ମୋବାଇଲରେ ଗେମ୍‌ ଖେଳିବାକୁ ମା’ ବିରୋଧ କରିବାରୁ ଜଣେ ନାବାଳକ ରବିବାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଚନ୍ଦ୍ରମୁଁ...

ଅଧାପନ୍ତରିଆ ରାସ୍ତା ମରାମତି ଦାବି

ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୩।୫: ଯାଜପୁର ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ବଢ଼ିବାରେ ଲାଗିଛି। କେଉଁଠି ନିମ୍ନମାନର କାମ କରି ଠିକାଦାର ଆବଣ୍ଟିତ...

ହାତୀ ଚଲାପଥରେ ପାର୍କିଂ କଲେ ଦଣ୍ଡ

କେନ୍ଦୁଝର,୪।୩ (ସ୍ବ.ପ୍ର.) – ହାତୀ ମାନଙ୍କ ଚଳପ୍ରଚଳ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ସୂଚନା ଫଳକ ଲଗାଯାଇଛି ।  ବିଶେଷ କରି କେନ୍ଦୁଝର ବନଖଣ୍ଡର ଏନ୍‌ଏଚ୍‌...

ପୁରୀରେ ଗଡ଼ିବନି ଘରୋଇ ଗାଡ଼ି: କଡ଼ାକଡ଼ି ହେବ ଯାଞ୍ଚ

ପୁରୀ ଅଫିସ,୨୦ା୪: କରୋନା ମୁକାବିଲା ନେଇ ଦେଶବ୍ୟାପୀ ଚାଲିଛି ଲକ୍‌ଡାଉନ। ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଏହାର ଅବଧି ରହିଥିବାବେଳେ ସରକାର କେତେକ କ୍ଷେତ୍ରରେ...

ପିହୁଙ୍କୁ ଖୋଜିଦେଲେ ୨୦ ହଜାର: ପୁରସ୍କାର ପୋଷ୍ଟର ମାରିଲା ପୋଲିସ

ଯାଜପୁର ଅଫିସ/ବିଞ୍ଝାରପୁର,୧୫।୨(ଡି.ଏନ.ଏ.): ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ଯାଜପୁର ଜିଲା ବିଞ୍ଝାରପୁର ଥାନା ପୋଲିସ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି। ପିହୁ କେଉଁଠି ସେନେଇ...

Advertisement
Archives

Model This Week