Posted inଜାତୀୟ

ମିଶନ ଶକ୍ତିର ଶୁଭାରମ୍ଭ କଲେ ଯୋଗୀ: ୨୦ ପ୍ରତିଶତ ମହିଳାଙ୍କୁ ମିଳିବ ପୋଲିସ ଚାକିରି

ବଳରାମପୁର,୧୭ ।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ବଳରାମପୁରରେ ମିଶନ ଶକ୍ତି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଘୋଷଣା କରିଛନ୍ତି କି ଏବେ ପୋଲିସରେ ୨୦ ପ୍ରତିଶତ ମହିଳାଙ୍କୁ ସୁଯୋଗ ମିଳିବ । ଏହି ଅଭିଯାନରେ ୨୪ ସରକାରୀ ବିଭାଗ ତଥା ଅନ୍ତରାଷ୍ଟ୍ରୀୟ ଓ ସାମାଜିକ ସଙ୍ଗଠନ ଯୋଡି ହେବେ । ବଳରାମପୁରରେ ଯୋଗୀ କହିଛନ୍ତି ମିଶନ ଶକ୍ତି ହେଉଛି ବଳାତ୍କାର ପୀଡ଼ିତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ । ସେ କହିଛନ୍ତି ଏବେ ବଳାତ୍କାର ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ କରାଯାଇ ତୁରନ୍ତ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବାର ବ୍ୟବସ୍ଥା କରାଯିବ । ଏହାସହ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି । ମିଶନ ଶକ୍ତି ଅଭିଯାନ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହାପରେ ଆସନ୍ତା ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଏକ ସପ୍ତାହ ଲେଖାଁ ଏହା ପାଳନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ ସିଂଙ୍କ କାର୍ଯ୍ୟକାଳ ସରିଲା: ରାଜ୍ୟ ସଭା ଅଧ୍ୟକ୍ଷ କହିଲେ, ଆମେ ଆପଣଙ୍କୁ ମିସ୍‌ କରିବୁ

ନୂଆଦିଲ୍ଲୀ, ୨୧।୬: ୟୁପିଏ ସରକାରରେ ଦୁଇଦୁଇଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ସମାପ୍ତ ହୋଇଛି। ଶୁକ୍ରବାର ରାଜ୍ୟ ସଭା ଆରମ୍ଭ ହେବା...

ବିବାହ ପାଇଁ ରାତି ୨ଟାରେ ମନ୍ଦିରରେ ପହଞ୍ଚିଥିଲେ କିରଣ ବେଦି

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ରବିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ...

ଗୁଜରାଟ ବିଧାନସଭା ଇତିହାସରେ ପ୍ରଥମ: ରହିବେ ନାହିଁ ବିରୋଧୀ ଦଳ ନେତା

ଗାନ୍ଧୀନଗର,୨୪।୨: ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଶାସକ  ଏବଂ ବିରୋଧୀ ଦଳର ଗୁରୁତ୍ୱ ସମାନ। ଯେଉଁଥିରେ କି ଶାସକ ଦଳ ନୀତି ଏବଂ ଯୋଜନା ମାଧ୍ୟମରେ ବିକାଶର...

ଶାହଙ୍କୁ ଭେଟିଲେ ଯୋଗୀ: ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ନୂଆଦିଲ୍ଲୀ,୧୭।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ତାଙ୍କ ସହିତ ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ମଧ୍ୟ ଶାହଙ୍କୁ ସାକ୍ଷାତ୍‌...

ବିଦେଶରେ ଏଭଳି କେଉଁ ସଂସ୍ଥା ଅଛି, ଯେଉଁଠାରୁ ରାହୁଲଙ୍କୁ ନିମନ୍ତ୍ରଣ ମିଳୁଛି: ଭାଜପା

ନୂଆଦିଲ୍ଲୀ,୨।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ତିନି ଦିନ ଧରି ଆମେରିକା ଗସ୍ତରେ ଅଛନ୍ତି। ଏଠାରୁ ସେ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ...

ଚାଇନା ସହ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଲେହ ପହଞ୍ଚିଲେ ସେନା ମୁଖ୍ୟ

ଲେହ,୨୩।୫: ଚାଇନା ସହ ଲଦାଖର ୩ଟି ସ୍ଥାନରେ ଉତ୍ତେଜନା ଜାରି ରହିଥିବା ମଧ୍ୟରେ ସେନା ମୁଖ୍ୟ ଏମ୍‌ଏମ୍‌ ନରାଓ୍ବଣେ ଶନିବାର ଲେହରେ ପହଞ୍ଚିଛନ୍ତି। ଏହି ସମୟରେ...

ଈଶ୍ୱରଙ୍କ ନିକଟତର ହେବାକୁ ନିଜର ସମାଧି ଖୋଳିଲେ ବୃଦ୍ଧ

ଗୁଣ୍ଟୁର,୧।୬: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଈଶ୍ୱରଙ୍କ ନିକଟତର ହେବାକୁ...

ମଣିପୁର ଆତଙ୍କବାଦୀ ଆକ୍ରମଣକୁ ନେଇ ଉଠୁଛି ପ୍ରଶ୍ନ

ଇମ୍ଫାଲ,୧୫ ।୧୧: ମଣିପୁରରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପିଏଲଏ ଓ ଏମ୍‌ଏନ୍‌ପିଏଫ୍ ନିଜକୁ ଦାୟୀ କରିଥିଲେ ବି ଏବେ ଏହାକୁ...

Advertisement
Archives

Model This Week